ଆରମ୍ଭ ହେବ RTE ନାମ ଲେଖା ମାର୍ଚ୍ଚ ୧୭ ରୁ ମାର୍ଚ୍ଚ ୩୧...

Mar 18, 2026 - 10:12
 17
ଆରମ୍ଭ ହେବ RTE ନାମ ଲେଖା ମାର୍ଚ୍ଚ ୧୭ ରୁ ମାର୍ଚ୍ଚ ୩୧...

ଆରମ୍ଭ ହେବ RTE ନାମ ଲେଖା ମାର୍ଚ୍ଚ ୧୭ ରୁ ମାର୍ଚ୍ଚ ୩୧...

ମାର୍ଚ୍ଚ ୧୭ରୁ ଆର୍.ଟି.ଇ ନାମଲେଖା ଆରମ୍ଭ

ପ୍ରଥମ ପର୍ଯ୍ୟାୟରେ ୨୭୩୭୦ ଜଣ ଛାତ୍ରଛାତ୍ରୀଙ୍କର ଚୟନ

ଶିକ୍ଷା ଅଧିକାର ଆଇନ୍‌ ୨୦୦୯ ଅନ୍ତର୍ଗତ ଧାରା ୧୨(୧)(ଗ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରବେଶ ସ୍ତରରେ ନିଃଶୁଳ୍କ ଶିକ୍ଷା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ଆର୍.ଟି.ଇ ପାରଦର୍ଶୀ ପୋର୍ଟାଲ୍ https://rteparadarshi.odisha.gov.in/odisha ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି ।  

ତେବେ ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ନିମନ୍ତେ ଫେବୃଆରୀ ୧୦ ତାରିଖରୁ ଆରମ୍ଭ କରି ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ । 

????୪୪୩୮ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ୫୪୩୫୫ ସିଟ୍ ପାଇଁ ସମୁଦାୟ ୪୪୭୭୭ ଅନଲାଇନ୍ ଆବେଦନ ଗ୍ରହଣ କରାଯାଇଥିଲା

????ଏହା ମଧ୍ୟରୁ ବ୍ଲକ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣ ପତ୍ର ଯାଞ୍ଚ କରି ୩୫୮୦୦ ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଥିଲେ । 

ଯୋଗ୍ୟ ଆବେଦନ ପତ୍ର ଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ (Directorate of Elementary Education (DEE) Odisha) ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ ମାଧ୍ୟମରେ ପ୍ରାଥମିକ ନିର୍ଦ୍ଦେଶକଙ୍କ ଦ୍ବାରା ଚୟନ କରାଯାଇଥିଲା ।  

????୨୭୩୭୦ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି । 

ବର୍ତ୍ତମାନ ବ୍ଲକ ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ । 

ବେସରକାରୀ ବିଦ୍ୟାଳୟଗୁଡ଼ିକରେ ମାର୍ଚ୍ଚ ୧୭ ତାରିଖରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ନାମ ଲେଖାଯିବ । ଏହି ନାମଲେଖା ସଂପୂର୍ଣ୍ଣ ନିଃଶୁଳ୍କ ଅଟେ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ କୌଣସି ଅର୍ଥ ଅଭିଭାବକମାନଙ୍କଠାରୁ ନେଇପାରିବେ ନାହିଁ । 

ଯଦି ଏହାକୁ କୌଣସି ବିଦ୍ୟାଳୟ ଖିଲାପ କରନ୍ତି, ତେବେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଏକ ସହାୟତା ନମ୍ବର- ୧୮୦୦୩୪୫୬୭୨୨ ମଧ୍ୟ ଜାରି କରାଯାଇଛି ।