ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ବର ଏ ୟା ର ଟାକ୍ସି ସେବା...

Mar 1, 2026 - 09:49
 6
ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ବର ଏ ୟା ର ଟାକ୍ସି ସେବା...

ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ବର ଏ ୟା ର ଟାକ୍ସି ସେବା...

ଭୁବନେଶ୍ବର : ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ବର

ଏୟାର ଟ୍ୟାକ୍ସି ସେବା । ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଏୟାର ଟ୍ୟାକ୍ସି ସେବା । ଆଜି ପୱନ ହଂସ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ହୋଇଛି । ପରୀକ୍ଷାମୂଳକ ଲ୍ୟାଣ୍ଡିଂ ପରେ ଜିଲ୍ଲା ପୋଲିସ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ସହିତ ଆଲୋଚନା କରିଛନ୍ତି ପୱନ ହଂସ କମ୍ପାନୀର କର୍ମକର୍ତ୍ତା । ବାରିପଦା ପୋଲିସ ଲାଇନ ହେଲିପ୍ୟାଡ ଠାରୁ ଭୁବନେଶ୍ବର ବିମାନ ବନ୍ଦରକୁ ଏହି ସେବା ମିଳିବ ।

ରାଜ୍ୟ ବାଣିଜ୍ୟ, ପରିବହନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି । ଭୁବନେଶ୍ବରରୁ ପର୍ଯ୍ୟଟକ ମାନଙ୍କୁ ଆଣି ବାରିପଦା ପହଁଚାଇବା ଓ ଶିମିଳିପାଳ ପାଦଦେଶ ଲୁଲୁଙ୍ଗ ଠାରେ ରହଣୀ ବ୍ୟବସ୍ଥା କରିବାର ବ୍ୟବସ୍ଥା କରାଯାଇଛି । ଏହି ସେବା ଆରମ୍ଭ ଫଳରେ ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ବାଣିଜ୍ୟ ଓ ଏମରଜେନ୍ସିରେ ଉନ୍ନତ ସେବା ମିଳିପାରବ । ବର୍ତମାନ ପାଇଁ ମାସକୁ ୪ ରୁ ୫ ଥର ଉଡାଣ ଭରିବ ହେଲିକପ୍ଟର ।