ଆସନ୍ତା କାଲିଠୁ ଆଦର୍ଶ ଆଚରଣ ବିଧି ଲାଗୁ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ କେବେ ହେବ । ଏନେଇ ସବୁ ରାଜନୈତିକ ଦଳ ତଥା ଭୋଟରଙ୍କ ମନରେ ପ୍ରଶ୍ନ ଥିଲା । ତେବେ ତାହାର ଉତ୍ତର ଏବେ ମିଳିଛି । ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା ହେବ । ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜଣାଯାଇଛି । ଆସନ୍ତାକାଲି ଅପରାହ୍ଣ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଇସିଆଇ ନିର୍ବାଚନ ତାରିଖ ଘୋଷଣା କରିବେ । ନିର୍ବାଚନ ଘୋଷଣା ସହିତ ଦେଶରେ ଆଦର୍ଶ ଆଚରଣ ବିଧି କାର୍ୟ୍ୟକାରୀ ହେବ। ସୂଚନାନୁସାରେ, ଜମ୍ମୁ କଶ୍ମୀରରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୋଇପାରେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଜମ୍ମୁ କଶ୍ମୀର ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ ଅନେକ ରାଜନୈତିକ ଦଳର ପ୍ରତିନିଧୀଙ୍କୁ ଭେଟିଥିଲେ। ଜମ୍ମୁ କଶ୍ମୀରରେ ଲୋକ ସଭା ସହିତ ବିଧାନସଭା ନିର୍ବାଚନ ଆୟୋଜନ କରିବାକୁ ସମସ୍ତ ଦଳ ଦାବି କରିଛନ୍ତି। ଲୋକ ସଭା ନିର୍ବାଚନ ସହିତ ଜମ୍ମୁ କଶ୍ମୀର, ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟରେ ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ଘୋଷଣା କରିବେ। ତେବେ ଜମ୍ମୁ କଶ୍ମୀର ଉପରେ କ’ଣ ନିଷ୍ପତ୍ତି ନିଆଯିବ। ୨୦୧୯ଭଳି ସାତୋଟି ପର୍ୟ୍ୟାୟରେ ଆଗାମୀ ଲୋକ ସଭା ନିର୍ବାଚନ ମଧ୍ୟ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଆସନ୍ତା କାଲିଠୁ  ଆଦର୍ଶ ଆଚରଣ ବିଧି ଲାଗୁ