ଆୟୁଷ୍ମାନ ଭାରତ'ର ସପ୍ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ଯୋଜନା ୭ ବର୍ଷ ପୂର୍ଣ୍ଣ ଅବସରରେ ପୁଣି ସ୍ପଷ୍ଟ କରିଛନ୍ତି କି; ଏହି ଯୋଜନା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସାମର୍ଥ୍ୟ, ବିତ୍ତୀୟ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରି ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପାଇବାକୁ ସୁନିଶ୍ଚିତ କରିଛି ।
ମାଇଁ ଗଭ ଇଣ୍ଡିଆ ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
"ଆୟୁଷ୍ମାନ ଭାରତର ୭ ବର୍ଷ ପୂର୍ଣ୍ଣ ହେଉଛି |
ଏହା ଏଭଳି ଏକ ପଦକ୍ଷେପ ଥିଲା ଯାହା ଭବିଷ୍ୟତର ଆବଶ୍ୟକତାକୁ ଆକଳନ କରିଥିଲା ଏବଂ ଲୋକଙ୍କ ପାଇଁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସହଜଲବ୍ଧ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା ।
ଏହା କାରଣରୁ ଭାରତ ସାର୍ବଜନୀକ ସ୍ୱାସ୍ଥ୍ୟ ସେବାରେ କ୍ରାନ୍ତିର ସାକ୍ଷୀ ହୋଇପାରୁଛି ।
ଏହି ଯୋଜନା ହିତାଧିକାରୀମାନଙ୍କ ପାଇଁ ବିତ୍ତୀୟ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରିଛି ।
ଭାରତ ଏହା ଦେଖାଇପାରିଛି କି କିପରି ଏହାର ବିସ୍ତାର, କରୁଣା ଏବଂ ପ୍ରଯୁକ୍ତିଗତ ମାନବ ସଶକ୍ତିକରଣକୁ ଅଧିକ ଆଗକୁ ବଢ଼ାଇପାରିବ" ।