ଇତିହାସରେ ଶ୍ରୀଜିଉଙ୍କ ପାଇଁ ନୂଆଗହଣା ତିଆରି ଏକ ବିରାଟ ପଦକ୍ଷେପ...
ଶ୍ରୀଜିଉଙ୍କ ପାଇଁ ତିଆରି ହେବ ଆଉ ଏକ ସୁବର୍ଣ୍ଣ ସେଟ୍।
ଶ୍ରୀଜିଉଙ୍କ ସୁନାବେଶ ପାଇଁ ଏହି ସୁବର୍ଣ୍ଣ ସେଟ୍ ତିଆରି କରାଯିବ।
ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଆଗଲା ନିଷ୍ପତ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଲେ ଯେ, ସୁବର୍ଣ୍ଣ ସେଟ୍ ନେଇ ପରିଚାଳନା କମିଟି ଅନୁମୋଦନ ଦେଇଛି।
କୌଣସି ବ୍ୟକ୍ତି ଚାହିଁଲେ ସହଯୋଗର ହାତ ବଢ଼ାଇପାରିବେ।
ଆସନ୍ତା ୩୦ ତାରିଖରୁ ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର ବୋଲି ବୈଠକରେ ନିଆଯାଇଛି ନିଷ୍ପତ୍ତି।
ପ୍ରଥମ ୩ ଦିନ ମାଗଣାରେ ପ୍ରବେଶ କରିବେ ଶ୍ରଦ୍ଧାଳୁ।