ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର .

Jul 22, 2025 - 13:20
 9
ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର .

ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର .

ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସମ୍ବିଧାନର ଧାରା ୬୭ (କ) ଅନୁଯାୟୀ ଇସ୍ତଫା ଘୋଷଣା କରିଛନ୍ତି।

ନିଜର ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ସ୍ବାସ୍ଥ୍ୟର ଯତ୍ନ ଓ ଡାକ୍ତରଙ୍କ ପରାମର୍ଶକୁ ଗ୍ରହଣ କରି ସେ ଇସ୍ତଫା ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିବାରୁ ସେ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମନ୍ତ୍ରୀମଣ୍ଡଳକୁ ସମର୍ଥନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଅମୂଲ୍ୟ ଥିଲା ବୋଲି ସେ ଲେଖିଛନ୍ତି ।ସେହିପରି ସାଂସଦମାନଙ୍କ ପକ୍ଷରୁ ତାଙ୍କୁ ସମର୍ଥନ ମିଳିଥିଲା ବୋଲି ସେ ଦର୍ଶାଇଛନ୍ତି ।

6.ଅନଲାଇନ୍ ବେଟିଂ ଆପ୍ ମାମଲା, ୨୯ କଳାକାରଙ୍କୁ ଇଡିର ନୋଟିସ

ଏକ ଅନଲାଇନ୍ ବେଟିଂ ଆପ୍ ଠକେଇ ମାମଲାରେ ବିଜୟ ଦେବରକୋଣ୍ଡା, ରାଣା ଦୁଗବତି, ମାଞ୍ଚୁ ଲକ୍ଷ୍ମୀ, ପ୍ରକାଶ ରାଜ, ନିଧି ଅଗ୍ରୱାଲ, ଅନନ୍ୟା ନାଗାଲା ଏବଂ ଶ୍ରୀମୁଖୀ ସମେତ ୨୯ ଜଣ ସେଲିବ୍ରିଟିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି କଳାକାରଙ୍କ ଉପରେ ଇଡିର ଛାଟ । ଦକ୍ଷିଣ ଭାରତ ସିନେମାର ପ୍ରାୟ ୨୯ କଳାକାର ଏବେ ଅନଲାଇନ ବେଟିଂ ଆପସ ମାମଲାରେ ଫସିଛନ୍ତି । ଜେରା ପାଇଁ ଏମାନଙ୍କୁ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏକ ଅନଲାଇନ୍ ବେଟିଂ ଆପ୍ ଠକେଇ ମାମଲାରେ ବିଜୟ ଦେବରକୋଣ୍ଡା, ରାଣା ଦୁଗବତି, ମାଞ୍ଚୁ ଲକ୍ଷ୍ମୀ, ପ୍ରକାଶ ରାଜ, ନିଧି ଅଗ୍ରୱାଲ, ଅନନ୍ୟା ନାଗାଲା ଏବଂ ଶ୍ରୀମୁଖୀ ସମେତ ୨୯ ଜଣ ସେଲିବ୍ରିଟିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ସାଇବରାବାଦ ପୋଲିସର ଏକ ଏଫଆଇଆର ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ଯେଉଁଥିରେ କୋଟି କୋଟି ଟଙ୍କାର ଏକ ଅନଲାଇନ୍ ବେଟିଂ ରାକେଟର ଖୁଲାସା ହୋଇଥିଲା।