ଉତ୍କଳର ଭଗୀରଥ ସ୍ନେହଶୀଳା ମାତା ରାଜଯୋଗିଳୀ ବ୍ରହ୍ମା କୁମାରୀ କମଲେଶ ଦିଦିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି...

Dec 5, 2025 - 11:49
 10
ଉତ୍କଳର  ଭଗୀରଥ ସ୍ନେହଶୀଳା ମାତା ରାଜଯୋଗିଳୀ ବ୍ରହ୍ମା କୁମାରୀ  କମଲେଶ ଦିଦିଙ୍କ ପ୍ରତି  ଗଭୀର  ଶ୍ରଦ୍ଧାଞ୍ଜଳି...

ହଠାତ 22.11.2025 ଶନିବାର ସମୟ ପ୍ରାୟ ପୂର୍ବାହ୍ନ 10.40 .. ବିନା ମେଘେ ବଜ୍ରପାତ ପରି ଖବରଟି ଖେଳିଗଲା... 

କମଲେଶ ଦିଦି - ବଡ଼ ଦିଦି ଆଉ ନାହାନ୍ତି.... 

କେବଳ କଟକ ନୁହେଁ ସମଗ୍ର ଓଡିଶା ଏବଂ ଖାଲି ଓଡିଶା ନୁହଁ ସାରା ଭାରତ ସ୍ତବ୍ଧ... 

ଉତ୍କଳର ଜ୍ଞାନ ଗଙ୍ଗା ଭଗୀରଥ ଅଦୃଶ୍ୟ ହୋଇଗଲେ  

ସାକାର ସେବା ଉପବନରେ...

ଉତ୍ତରପ୍ରଦେଶର ଫିରୋଜାବାଦ ଠାରେ 1940 ମସିହା ଜାନୁଆରୀ 17 ତାରିଖରେ ପିତା ପ୍ରୟାଗଦାସ ଗୁପ୍ତା ଏବଂ ମାତା କଳାବତୀଙ୍କ କୋଳ ମଣ୍ଡନ କରି ଆପଣ ଏହି ଜୀବନ ଯାତ୍ରା ପ୍ରାରମ୍ଭ କରିଥିଲେ। 

ଆପଣଙ୍କ ପ୍ରଥମ ସାକ୍ଷାତ ବାବାଙ୍କ ସହିତ ହୋଇଥିଲା 1954 ମସିହାରେ ପଞ୍ଜାବର ଭଟିଣ୍ଡା ଠାରେ 

ତେବେ ଆପଣ 27 ବର୍ଷ ବୟସରେ ଅର୍ଥାତ୍ 1967 ମସିହାରେ ବ୍ରହ୍ମାକୁମାରୀ ଅନୁଷ୍ଠାନରେ ଯୋଗ ଦେଲେ। 

ଏଥିପାଇଁ ଆପଣଙ୍କୁ ବହୁତ ବିଘ୍ନର ସାମ୍ନା କରିବାକୁ ହୋଇଥିଲା। ଆପଣଙ୍କ ଲୌକିକ ପିତା ମାତା ଚଣ୍ଡୀଗଡ଼ ଅଦାଲତରେ ଅନୁଷ୍ଠାନ ବିରୁଦ୍ଧରେ ମକଦ୍ଦମା ଦୟାର କଲେ। ଅବଶ୍ୟ ପରେ ସେମାନେ କେଶ୍ ପ୍ରତ୍ୟାହାର କରି ନେଇଥିଲେ ।

ପୂର୍ବ କଳ୍ପ ଭଳି ଏହି କଳ୍ପରେ ମଧ୍ଯ ଆପଣ ଡ୍ରାମା ଅନୁସାରେ 1973 ମସିହାରେ ଉତ୍କଳ ଭୂମିର ବ୍ୟବସାୟ ରାଜଧାନୀ ତଥା କଳା ସଂସ୍କୃତିର ପୀଠ କଟକ ବକ୍ଷରେ ପ୍ରଥମ ଜ୍ଞାନ ଗଙ୍ଗାର ଧାରା ପ୍ରବାହିତ କଲେ । 

ସେଦିନର ସେହି କ୍ଷୁଦ୍ର ଆଧ୍ୟାତ୍ମିକତାର ଚାରାଟି ଆଜି ସମଗ୍ର ଓଡ଼ିଶାରେ ଶାଖା ପ୍ରଶାଖା ବିସ୍ତୃତ କରି ମହା ଦ୍ରୁମ ରୂପରେ ଅଗଣିତ ଶାନ୍ତି ତୃଷାର୍ତ୍ତ ଆତ୍ମା ମାନଙ୍କୁ ଶିବ ଜ୍ଞାନାମୃତ ପରସି ଦେଉଛି ।

ଏଥିରେ ଅଛନ୍ତି 1,50,000 ରୁ ଉର୍ଦ୍ଧ୍ୱ ବ୍ରହ୍ମାକୁମାରୀ ଓ ବ୍ରହ୍ମାକୁମାର । 

ସେମାନଙ୍କ ମଧ୍ୟରେ ଅଛନ୍ତି 1,050 ରୁ ଉର୍ଦ୍ଧ୍ୱ ଉଚ୍ଚ ଶିକ୍ଷିତ ସମର୍ପିତ ଭଗ୍ନୀ । 

ସମସ୍ତଙ୍କ ଉପରେ ଆପଣଙ୍କ ସ୍ନେହସିକ୍ତ ପାଳନାର ବର୍ଷା ନିରନ୍ତର ହୋଇଛି। 

ସମଗ୍ର ଉତ୍କଳ ମାଟିରେ ଆଧ୍ୟାତ୍ମିକ ତଥା ସାମାଜିକ ଚେତନା ଜାଗ୍ରତ କ୍ଷେତ୍ରରେ ଆପଣ ଅଗ୍ରଗାମୀ ଅଟନ୍ତି।  

ଭାରତ ଏକତା ଯୁବ ଯାତ୍ରା, ଶାଶ୍ୱତ ଯୌଗିକ କୃଷି ସଚେତନତା ଅଭିଯାନ, ଶାନ୍ତି ଯାତ୍ରା, ନିଶା ନିବାରଣ ଅଭିଯାନ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବନ୍ୟା ବାତ୍ୟା ପ୍ରପୀଡିତଙ୍କୁ ଜରୁରୀକାଳୀନ ସାହାଯ୍ୟ, ବିଶ୍ଵ ନବ ନିର୍ମାଣ ଆଧ୍ୟାତ୍ମିକ ସମାବେଶ ଇତ୍ୟାଦି କ୍ଷେତ୍ରରେ ଆପଣଙ୍କ ମାର୍ଗଦର୍ଶନ ଅତୁଳନୀୟ। 

ସାମାଜିକ ପରିବର୍ତ୍ତନ ଆଧ୍ୟାତ୍ମିକ ଆନ୍ଦୋଳନରେ ଆପଣଙ୍କ ସକ୍ରିୟ ଭୂମିକା ପାଇଁ ଅନେକ ସଂସ୍ଥା ଆପଣଙ୍କୁ ଗଭୀର ଶ୍ରଦ୍ଧାର ସହିତ ସମ୍ବର୍ଦ୍ଧିତ କରିଛନ୍ତି।  

ସେମାନଙ୍କ ମଧ୍ୟରେ ପାତଞ୍ଜଳି ଯୋଗ ସମିତି, ଭାରତୀୟ ସ୍ୱାସ୍ଥ୍ୟ ସେବା ସଂଘ, କେନ୍ଦ୍ରୀୟ ରେଡକ୍ରସ ବ୍ଳଡ଼ ବ୍ୟାଙ୍କ୍, ତପୋବନ ଇତ୍ୟାଦି ଅନ୍ୟତମ। 2023 ମସିହା ମଇ 6 ତାରିଖରେ ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ, ବାରିପଦା ପକ୍ଷରୁ ଦ୍ୱାଦଶ ସମାବର୍ତ୍ତନ ଅବସରରେ ଆଧ୍ୟାତ୍ମିକତା ତଥା ସାମାଜିକ ସେବା ପାଇଁ ଆପଣଙ୍କୁ ଡିଗ୍ରୀ ଅଫ୍ ଡକ୍ଟର ଅଫ୍ ଲିଟରେଚର ସମ୍ମାନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ କର କମଳରେ ସମ୍ବର୍ଦ୍ଧିତ କରାଯାଇଛି। 

ଆପଣ " ଜ୍ଞାନ ଦର୍ପଣ" ମାସିକ ଓଡ଼ିଆ ପତ୍ରିକାର ମୁଖ୍ୟ ସମ୍ପାଦକ ରୂପେ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରି ଆସିଛନ୍ତି। 

ଓଡ଼ିଶାରେ ବ୍ରହ୍ମକୁମାରୀଜ୍ ଆନ୍ଦୋଳନକୁ ବିଶେଷ ଭାବେ କଟକ ଉପ କ୍ଷେତ୍ରୀୟ ଅଞ୍ଚଳରେ ଈଶ୍ବରୀୟ ସେବାକୁ ବହୁମୁଖୀ ପ୍ରତିଭାରେ ଗତିଶୀଳ କରାଇବାରେ ଆପଣ ନିର୍ଦ୍ଦେଶିକା ଭୂମିକାରେ ଶେଷ ପର୍ଯ୍ୟନ୍ତ ବେଶ୍ ସକ୍ରିୟ ରହିଥିଲେ। 

ଆପଣଙ୍କ ସ୍ମୃତି ସମାଜ ପାଇଁ ଚିରଦିନ ପ୍ରେରଣାର ଉତ୍ସ ହୋଇ ରହିବ 

ଦିଦି ଅମର ରହେ

ସୌଜନ୍ୟ- "ଆଶା ଭରସା" ଚିର ସବୁଜ ଖବର କାଗଜ, ଭୁବନେଶ୍ୱର

      ଓମ୍ ଶାନ୍ତି