ଉତ୍ତର - ପୂର୍ବାଞ୍ଚଳରେ ପ୍ରଥମ ପ୍ରାଣୀଧନ ଆଇଭିଏଫ୍ ଲ୍ୟାବ ପ୍ରତିଷ୍ଠା

Oct 13, 2025 - 09:41
 4
ଉତ୍ତର - ପୂର୍ବାଞ୍ଚଳରେ ପ୍ରଥମ ପ୍ରାଣୀଧନ ଆଇଭିଏଫ୍ ଲ୍ୟାବ ପ୍ରତିଷ୍ଠା

ଭାରତର ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ କରି, ୨୦ ୨୦୨୫ ଅକ୍ଟୋବର ତାରିଖରେ ନୂଆଦିଲ୍ଲୀରେ ୯୪୭ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରାଯାଇଥିଲା ଏବଂ ୨୧୯ କୋଟି ଟଙ୍କାର ଅତିରିକୁ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ନିବେଶର ଏକ ବୃହତ ପ୍ଯାକେଜର ଅଂଶ ଭାବେ ଏହି ପଦକ୍ଷେପଗୁଡ଼ିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଥ୍ ରିଥିଲେ।

 ପ୍ରକଳ୍ପଗୁଡ଼ିକୁ ଦୁଇଟି ପ୍ରମୁଖ କୃଷି ଯୋଜନା - ପ୍ରଧାନମନ୍ତ୍ରୀ ଧନ ଧାନ୍ୟ । । କୃଷି ଯୋଜନା (ପିଏମ୍ – ଡିଡିକେୱାଇ) ଏବଂ ଡାଲି ଆତ୍ମନିର୍ଭରତା ମିଶନର ର ଶୁଭାରମ୍ଭ ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା, ଯାହା ଗ୍ରାମୀଣ । ଜୀବିକାକୁ ସୁଦୃଢ଼ କରିବା ଏବଂ କୃଷି-ସମ୍ପର୍କିତ କ୍ଷେତ୍ରଗୁଡିକରେ ଭାରତର ଆତ୍ମନିର୍ଭରଶୀଳତା ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଧନ -ଧାନ୍ୟ କୃଷି ଯୋଜନା (ପିଏମ୍ – ଡିଡିକେୱାଇ) ଅଧୀନରେ ଗ୍ରାମୀଣ ଜୀବିକା ଜୀବିକାକୁ ସୁଦୃଢ଼ କରିବାରେ ପଶୁପାଳନ, ମତ୍ସ୍ୟଚାଷ ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଆମ ପଶୁପାଳନ ଉପରେ ମଧ୍ୟ ଗୁରୁତ୍ବ ପ୍ରଦାନ କରୁଛି ରୁଛି । । ପଶୁମାନଙ୍କୁ ପ ପାଦ ଏବଂ ମୁଖ ରୋଗ ଭଳି ବିଭିନ୍ନ ରୋଗରୁ ରକ୍ଷା କରିବା ପାଇଁ ୧୨୫ କୋଟିରୁ ଅଧୂକ ଟୀକା ମାଗଣାରେ ପ୍ରଦାନ କରାଯାଇଛି ଯାହା ସମସ୍ତେ ଜାଣିଛନ୍ତି ବୋଲି ସେ କହିଥିଲେ। ଏହା ଯୋଗୁଁ ପଶୁମାନେ ସୁସ୍ଥ ହୋଇଛନ୍ତି ଏବଂ କୃଷକମ କମାନଙ୍କ ଚିନ୍ତା ମଧ୍ଯ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ଧନ -ଧାନ୍ଯ କୃଷି ଯୋଜନା ଅଧୀନରେ, ସ୍ଥାନୀୟ ସ୍ତରରେ ପଶୁ ସ୍ବାସ୍ଥ୍ୟ ସମ୍ପର୍କିତ ସମ୍ପର୍କିତ ଅଭିଯାନ ମଧ୍ଯ ଆରମ୍ଭ କରାଯିବ।” ପ୍ରଧାନମନ୍ତ୍ରୀ ଗ୍ରାମୀଣ ସମୃଦ୍ଧି ପାଇଁ ବିବିଧତାର ଅତ୍ୟନ୍ତ ଅବଶ୍ୟକତା ଉପରେ ର ଆହୁରି ଗୁରୁତ୍ବାରୋପ କରି ସେ କହିଥିଲେ, “ଯେଉଁଠାରେ ଚାଷ ସମ୍ଭବ ନୁହେଁ, ସେଠାରେ ପଶୁପାଳନ ଏବଂ ମତ୍ସ୍ୟଚା ଚାଷକୁ ପ୍ରୋତ୍ସାହିତ କରିବାକୁ ପଡିବ। କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ, ଆମ ସରକାର ସେମାନଙ୍କୁ ପାରମ୍ପରିକ ଚାଷ ବ୍ୟତୀତ ବିକଳ୍ପ ସୁବିଧା ପ୍ରଦାନ କରୁଛନ୍ତି। ତେଣୁ, ଅତିରିକୁ ଆୟ ପାଇଁ ପଶୁପାଳନ, ମାଛ ଚାଷ ଏବଂ ମହୁମାଛି ପାଳନ ଉପରେ ଗୁରୁତ୍ବ ଦିଆଯାଉଛି। ଏହା ଛୋଟ ଚାଷୀ ଏବଂ ଭୂମିହୀନ ପରିବାରକୁ ମଧ୍ଯ ସଶକୁ କରିଥାଏ।”

ଆସାମର ଗୌହାଟୀରେ ପ୍ରତିଷ୍ଠିତ ଉତ୍ତର-ପୂର୍ବ ପୂର୍ବ କ୍ଷେତ୍ରର ପ୍ରଥମ ଆଇଭିଏଫ୍ ପ୍ରୟୋଗଶାଳାର ଉଦଘାଟନ ପ୍ରମୁଖ ଆକର୍ଷଣ ଥୂଲା। ଏହି ଅତ୍ୟାଧୁନିକ ସୁବିଧା ଉତ୍ତର - ପୂର୍ବ ରାଜ୍ୟଗୁଡ଼ିକରେ ଦୁଗ୍ଧ କ୍ଷେତ୍ରର ବିକାଶ ଏବଂ ପ୍ରଜନନ ଉନ୍ନତି ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରାତ୍ସାହନ ପ୍ରଦାନ କରିବ।

ଜାତୀୟ ଦୁଗ୍ଧ ବିକାଶ କାଶ କାର୍ଯ୍ୟକ୍ରମ ର୍ଯ୍ୟକ୍ରମ (ଏନପିଡିଡି) ଅଧୀନରେ, ବହୁ ବଡ଼ ଧରଣର ଦୁଗ୍ଧ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ଉଦଘାଟନ କରାଯାଇଥିଲା। ଏଥିରେ ମେହସାନା ଦୁଗ୍ଧ ସଂଘ ପ୍ରକଳ୍ପ ଅନୁର୍ଭୁକ୍ତ, ଯେଉଁଥ୍ରେ ୪୬୦ କୋଟି ଟଙ୍କା ବ୍ୟୟରେ ୧୨୦ ମେଟ୍ରିକ୍ ଟନ୍ ପ୍ରତିଦିନ କ୍ଷୀର ପାଉଡର ଉତ୍ପାଦିତ ହେଉଥ‌ିବା ପ୍ଲାଣ୍ଡ ଏବଂ ୪୬୦ କୋଟି ଟଙ୍କା ବ୍ୟୟରେ ବିକଶିତ ଦୈନିକ ୩.୫ ଲକ୍ଷ ଲିଟର ୟୁଏଚଟି ପ୍ଲାଣ୍ଡ ; ୭୬.୫୦ କୋଟି ଟଙ୍କା ବ୍ୟୟରେ ଇନ୍ଦୋର ଦୁଗ୍ଧ ସଂଘ ଦ୍ବାରା ପ୍ରତିଷ୍ଠିତ ଦୈନିକ ୩୦ ଟନ୍ ଉତ୍ପାଦିତ ହେଉଥ‌ିବା କ୍ଷୀର ପାଉଡର ପ୍ଲାଣ୍ଟ: ୪୬,୮୨ କୋଟି ଟଙ୍କା ବ୍ୟୟରେ ଭିଲୱାରା ଦୁଗ୍ଧ ସଂଘ ଦ୍ବାରା ସ୍ଥାପିତ ଦୈନିକ ୨୫୦୦୦ ଲିଟର ଉତ୍ପାଦିତ ହେଉଥିବା ୟୁଏଚଟି ପ୍ଲାଣ୍ଡ; ଏବଂ ୨୫.୪୫ କୋଟି ଟଙ୍କା ବ୍ୟୟରେ ତେଲେଙ୍ଗାନାର କରିମନଗରର ନୁସ୍ତୁଲାପୁରରେ ବିକଶିତ ଏକ ଗ୍ରୀନଫିଲ୍ମ ଦୁଗ୍ଧ କାରଖାନା ଅନୁର୍ଭୁକ୍ତ। ଦୁଗ୍ଧ ନେଟୱାର୍କକୁ ଆହୁରି ବିସ୍ତାର କରି, ଏନପିଡିଡି ଅଧୀନରେ ୨୧୮ କୋଟି ଟଙ୍କା ମୋଟ ନିବେଶ ସହିତ ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲ୍ଲାର କୁଦ୍ଗମ୍ ମଣ୍ଡଳରେ ଏକ ସମନ୍ବିତ ଦୁଗ୍ଧ କାରଖାନା ଏବଂ ୨୦୦ ଟିପିଡି ପଶୁଖାଦ୍ୟ କାରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏଚଆଇଡିଏଫ) ଅଧୀନରେ, ବିଭିନ୍ନ ରାଜ୍ୟରେ ୩୦୩,୮୧ କୋଟି ଟଙ୍କାର ୧୦ ଟି ପ୍ରକଳ୍ପ ଉଦଘାଟିତ ହୋଇଛି, ଯାହା ଦେଶର ଖାଦ୍ୟ, କ୍ଷୀର ଏବଂ ପଶୁ ଉତ୍ପାଦ ପ୍ରକ୍ରିୟାକରଣ କ୍ଷମତାକୁ ସୁଦୃଢ଼ ଦୃଢ଼ କରିଛି। ପ୍ରଜନନ ସେବାର ଶେଷ ମାଇଲ ବିତରଣକୁ ସୁଦୃଢ଼ କରିବା ପାଇଁ, ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲାରୁ ୨୦୦ ୦୦୦ ନୂତନ ।ଲିମପ୍ରାପ୍ତ ଏବଂ ସଜ୍ଜିତ ମୈତ୍ରୀ (ଗ୍ରାମୀଣ ଭାରତରେ ବହୁମୁଖୀ କୃତ୍ରିମ ଗର୍ଭଧାରଣ କରାଉଥ‌ିବା କୁଶଳୀ)ଙ୍କୁ ରାଷ୍ଟ୍ରୀୟ ଗୋକୁଳ ଳ ମିଶନ ମି ଅଧୀନରେ ପ୍ରଧାନମନ୍ତ୍ରୀ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସାରା ଭାରତରେ ୩୮ ୩୮୦୦୦ ରୁ ଅଧୂକ ମୈତ୍ରୀଙ୍କୁ ସାମିଲ କରାଯାଇଥିଲା, ଯାହା ଦେଶବ୍ୟାପୀ ପ୍ରାଣୀଧନର କୃତ୍ରିମ ଗର୍ଭଧାରଣ କଭରେଜ ଏବଂ ଜେନେଟିବ ଉନ୍ନତିକରଣ କରଣରେ ଏକ ପ୍ରମୁଖ ମାଇଲଖୁଣ୍ଟକୁ ପ୍ରତିନିଧୂତ୍ବ କରେ।

ଏହି ପଦକ୍ଷେପଗୁଡ଼ିକ କୃଷି ସହଯୋଗୀ କ୍ଷେତ୍ରଗୁଡ଼ିକର ସମନ୍ବିତ ଏବଂ ସ୍ଥାୟୀ ବିକାଶ ମାଧ୍ୟମରେ ଚାଷୀଙ୍କ ପାଇଁ ସୁଯୋଗ ବୃଦ୍ଧି କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ରେଖାଙ୍କିତ କରେ, ଯାହା ସମସ୍ତଙ୍କ ପାଇଁ ଆର୍ଥକ ସୁରକ୍ଷା ଏବଂ ପୁଷ୍ଟିକର କଲ୍ଯାଣ । ସୁନିଶ୍ଚିତ କରେ।