ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ର ସମର୍ଥନ ସେତେ ଜରୁରୀ ନାହିଁ, ସମର୍ଥନ ଦେଲେ ଭଲ
ସାପ ମାରିବନି କି ବାଡ଼ି ଭାଙ୍ଗିବ ନାହିଁ ନୀତି ଆପଣେଇଛି BJD |
ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟଦାନରୁ ବିରତ ରହିବ ଏବଂ ବିଜେଡି ସମଦୂରତା ରକ୍ଷାକରିବ ।ଆସନ୍ତା ୯ ସେପ୍ଟେମ୍ବର ଅର୍ଥାତ କାଲି ମଙ୍ଗଳବାର ଦିନ ଦେଶର ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗନେବ ନାହିଁ। ବିଜେଡି କାହାକୁ ଭୋଟ ଦେବ, ତା’ ଉପରେ ସମସ୍ତଙ୍କ ନଜର ରହିଥିଲା । ଦଳର ସୁପ୍ରିମୋ ସାଂସଦଙ୍କ ସହ ଆଲୋଚନା ପରେ ଦଳ ଏହି ନିଷ୍ପତ୍ତି ନେଇଛି ।
ସଂଖ୍ୟା ଅନୁସାରେ, ଏନଡିଏର ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କ ଜିତିବା ସମ୍ଭାବନା ଅଧିକ। ଓଡ଼ିଶାରେ ଲୋକସଭାର ୨୧ ଆସନ ମଧ୍ୟରୁ ୨୦ଟି ବିଜେପିର। ତେଣୁ ଏନଡିଏ ପ୍ରାର୍ଥୀଙ୍କୁ ଓଡ଼ିଶାରୁ ଭୋଟ ମିଳିବା ନିଶ୍ଚିତ। ରାଜ୍ୟସଭାରେ ବିଜେଡିର ୭ ଓ ବିଜେପିର ୩ ସଦସ୍ୟ ଅଛନ୍ତି। ଏନଡିଏକୁ ଜିତିବା ପାଇଁ ବିଜେଡିର ସମର୍ଥନ ବଡ଼ ଜରୁରୀ ନୁହେଁ। ତେବେ ଅଧିକ ଭୋଟରେ ଜିତିବା ପାଇଁ ଏନଡିଏ ବିଜେଡିର ସାହାଯ୍ୟ ଚାହୁଁଥିଲା । କିନ୍ତୁ ବିଜେଡି ଏବେ ଭୋଟଦାନରୁ ବିରତ ରହିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନବୀନଙ୍କୁ ଫୋନ କରି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ। ଇଣ୍ଡିଆ ମେଣ୍ଟର ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ନବୀନଙ୍କ ସହ ଯୋଗାଯୋଗ କରିଥିଲେ। ଭକ୍ତ ଦାସ ଇଣ୍ଡିଆ ମେଂଟକୁ ବିଜେଡି ସମର୍ଥନ କରିବା ପାଇଁ କହିଥିଲେ ।
ବିଜେଡି ଯଦି ଏନଡିଏକୁ ସମର୍ଥନ ଦେବ ତେବେ କଂଗ୍ରେର ସମାଲୋଚ୍ୟ ହେବ | କାରଣ ପୂର୍ବରୁ କଂଗ୍ରେସ ବିଜେଡି ଓ ବିଜେପିକୁ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି କହିଛି। ଅନ୍ୟପଟେ, ଇଣ୍ଡିଆ ମେଣ୍ଟକୁ ସମର୍ଥନ ଦେଲେ ବିଜେଡିର ରାଜନୈତିକ ଅବସ୍ଥାନ ବଦଳିଯିବ। ତେଣୁ ବିଜେଡି ଭୋଟ ଦେବାଠୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି ।