ଗୁଜରାଟର ସୁରତରେ ଭାରତର ହାଇସ୍ପିଡ୍ ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଗୁଜରାଟର ସୁରତରେ ଭାରତର ହାଇସ୍ପିଡ୍ ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଭାରତର ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପର ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ବୁଲେଟ ଟ୍ରେନ ପ୍ରକଳ୍ପ କାର୍ଯ୍ୟକାରିତାରୁ ମିଳୁଥିବା ଶିକ୍ଷାକୁ ନେଇ ଲିଖୂତ ରେକର୍ଡ ପ୍ରସ୍ତୁତ କରିବା ଲାଗି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
ଯେତେବେଳେ ଦେଶ ପାଇଁ କାମ କରିବା ଏବଂ କିଛି ନୂତନ ଯୌଗଦାନ କରିବାର ଭାବନା ଜାଗ୍ରତ ହୁଏ ତାହା ପ୍ରେରଣାର ଏକ ବିଶାଳ ଉତ୍ସ ହୋଇଯାଏ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୁଜରାଟର ସୁରତରେ ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କରିବା ସହିତ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡରର ଅଗ୍ରଗତି ସମୀକ୍ଷା କରିଛନ୍ତି । ସେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଦଳ ସହିତ ମଧ୍ଯ ଆଲୋଚନା କରିଥିଲେ ଏବଂ ଗତି ଓ ଧାର୍ଯ୍ୟ ସମୟସୀମା ଅନୁସରଣ ରଣ ସମେତ ପ୍ରକଳ୍ପର ଅଗ୍ରଗତି ବିଷୟରେ ପଚାରିଥିଲେ। ଶ୍ରମିକମାନେ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ବାସନା ।ନା ଦେଇଥିଲେ ଯେ ପ୍ରକଳ୍ପ କୌଣସି ଅସୁବିଧା ବିନା ସହଜ ଭାବରେ ଆଗକୁ ବଢ଼ୁଛି
କେରଳର ଜଣେ ଇଞ୍ଜିନିୟର ଗୁଜରା ରାଟର ନବସାରୀ 162 ଥୂବା ନଏଜ୍ ବ୍ୟାରିଅର୍ କାରଖାନ ଖାନାରେ କାମ କରିବାର ତାଙ୍କର ଙ୍କର ଅଭିଜ୍ଞତା ବିଷୟରେ କହି ହିଥିଲେ। ସେଠା ଠାରେ ରୋବାର୍ କେଜ୍ କଜ୍ ୱେଲିଂ ପାଇଁ ରୋବୋଟିକ୍ ୟୁନିଟ୍ ନିୟୋଜିତ କରାଯାଇଛି। ଶ୍ରୀ ମୋଦୀ ତାଙ୍କୁ ଭାରତର ପ୍ରଥମ ବୁଲେଟ୍ ଲଟ୍ ଟ୍ରେନ୍ ନିର୍ମାଣର ଅଭିଜ୍ଞତାକୁ ନେଇ ବ୍ୟକ୍ତିଗତ ଭାବରେ କିପ ଅନୁଭବ କରିଛନ୍ତି ଏବଂ ଏହି ଐତି ଐତିହାସିକ ସଫଳତା ତା ବିଷୟରେ ବିଷୟରେ ସେମାନେ ନିଜ ପରିବାର ସହିତ କ'ଣ ବାଣ୍ଟିଛନ୍ତି ତାହା ପଚାରି ବୁଝିଥିଲେ। ସେ ଦେଶର ପ୍ରଥମ ବୁଲେ ଲଟ୍ ଟ୍ରେନ ନିର୍ମାଣ କାମରେ ଅବଦାନ ଦେବାରେ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିବା ସହ ଏହାକୁ ଏକ ‘“ସ୍ବପ୍ନ ପ୍ରକଳ୍ପ'' ଏବଂ ତାଙ୍କ ପରିବାର ପାଇଁ ଏକ ‘“ଗୌରବ ମୁହୂର୍ତ୍ତ' ବୋଲି କହିଥିଲେ ।
ରାଷ୍ଟ୍ର ସେବାର ମନୋଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ, ଯେତେବେଳେ ଦେଶ ପାଇଁ କାମ କରିବା ଏବଂ କିଛି ନୂତନ ଯୌଗଦାନ କରିବାର ଭାବନା ଆସିଥାଏ, ଏହା ଏକ ବିଶାଳ ପ୍ରେରଣାର ଉତ୍ସ ହୋଇଯାଏ। ସେ ଭାରତର ମହାକାଶ ଯାତ୍ରା ସହିତ ଏହାକୁ ତୁଳନା କରିଥିଲେ । ସେ କହିଥିଲେ, ଦେଶର ପ୍ରଥମ ଉପଗ୍ରହ ଉତକ୍ଷେପଣ କରିଥିବା ବୈଜ୍ଞାନିକମାନେ କିପରି ଅନୁଭବ କରିଥିବେ ଏବଂ ଆଜି ଶହ ଶହ ଉପଗ୍ରହ ଉତକ୍ଷେପଣ କରାଯାଉଛି।
ଲିଡ୍ ଇଞ୍ଜିନିୟରିଂ ମ୍ୟାନେଜର ଭାବରେ କାର୍ଯ୍ୟରତ ବେଙ୍ଗାଲୁରୁର ଶ୍ରୁତି, କଠିନ ଡିଜାଇନ୍ ଏବଂ ଇଞ୍ଜିନିୟରିଂ ନିୟନ୍ତ୍ରଣ ପ୍ରକ୍ରିୟା ବ୍ୟାଖ୍ୟା କରିଥିଲେ। କାର୍ଯ୍ୟକାରିତାର ପ୍ରତ୍ୟେକ
ପର୍ଯ୍ୟାୟରେ, ତାଙ୍କ ଦଳ ଭଲ ଏବଂ ମନ୍ଦ ମୂଲ୍ୟାଙ୍କନ କରିବା ସହିତ ସମାଧାନ ଚିହ୍ନଟ କରେ ଏବଂ ତ୍ରୁଟିହୀନ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ବିକଳ୍ପ ଅନୁସନ୍ଧାନ କରିଥାଏ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ଯଦି ଏଠାରେ ପ୍ରାପ୍ତ ଅଭିଜ୍ଞତାଗୁଡ଼ିକୁ ବ୍ଲୁ ବୁକ୍ ପରି ରେକର୍ଡ ଏବଂ ସଂକଳନ କରାଯାଏ, ତେବେ ଦେଶ ବୁଲେଟ୍ ଟ୍ରେନର ବଡ଼ ପରିମାଣର କାର୍ଯ୍ୟକାରିତା ଦିଗରେ ନିର୍ଣ୍ଣାୟକ ଭାବରେ ଅଗ୍ରସର ହୋଇପାରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତକୁ ବାରମ୍ବାର ପରୀକ୍ଷଣ ଏଡ଼ାଇବା ଉଚିତ ଏବଂ ବର୍ତ୍ତମାନର ମଡେଲଗୁଡ଼ିକରୁ ଶିକ୍ଷାକୁ ପ୍ରମାଣିତ କରିବା ଉଚିତ। ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ, କୌଣସି କାର୍ଯ୍ୟ କାହିଁକି କରାଯାଇଛି ତାହା ସ୍ପଷ୍ଟ ହୋଇପାରିଲେ ଯାଇ ସେହି କାର୍ଯ୍ୟର ଅନୁକରଣ ସଫଳ ହେବ। ଅନ୍ୟଥା ଅନୁକରଣ ଉଦ୍ଦେଶ୍ୟ କିମ୍ବା ଦିଶାହୀନ ହୋଇପାରେ ବୋଲି ସେ ସତର୍କ କରାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ, ଏପରି ରେକର୍ଡ ରଖୁବା ଭବିଷ୍ୟତର ଛାତ୍ରଛାତ୍ରୀମାନଙ୍କୁ ଲାଭଦାୟକ କରିପାରିବ ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେଇପାରିବ। ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଥିଲେ, ଆମେ ଏଠାରେ ଆମର ଜୀବନ ଉତ୍ସର୍ଗ କରିବୁ ଏବଂ ଦେଶ ପାଇଁ କିଛି ମୂଲ୍ୟବାନ ଅଭିଜ୍ଞତା ଛାଡିଯିବୁ।
ଜଣେ କର୍ମଚାରୀ ଏକ କବିତା ମାଧ୍ୟମରେ ହୃଦୟସ୍ପର୍ଶୀ ଶବ୍ଦରେ ତାଙ୍କର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଥିଲେ ଏବଂ କୃତଜ୍ଞତାର ସହିତ ପ୍ରତିକ୍ରିୟା ଦେଇଥିଲେ।