"ଏକ ପେଡ଼ ମା କେ ନାମ' ଏକ ଅଭିଯାନ ନୁହେଁ, ଏହା ଏକ ଜନ ଆନ୍ଦୋଳନ "

Aug 1, 2025 - 20:23
 17
"ଏକ ପେଡ଼ ମା କେ ନାମ' ଏକ ଅଭିଯାନ ନୁହେଁ, ଏହା ଏକ ଜନ ଆନ୍ଦୋଳନ "

"ଏକ ପେଡ ମା କେ ନାମ' ଏକ ଅଭିଯାନ ନୁହେଁ, ଏହା ଏକ ଜନ ଆନ୍ଦୋଳନ " | ଗଲାବର୍ଷ ଏହି କାର୍ଯ୍ୟକ୍ରମରେ ଓଡିଶା ତା'ର ଲକ୍ଷ୍ୟ ଅତିକ୍ରମ କରି ୬. ୭୨ କୋଟିଗଛ ଲଗାଇ ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା | ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ବର୍ଷରେ ପଦାର୍ପଣ କରୁଥିବାରୁ ତାଙ୍କ ଜନ୍ମ ଦିନ ଉପଲକ୍ଷେ ଅଭିଯାନ ର ଦ୍ୱିତୀୟ ସଂସ୍କରଣ ରେ ସର୍ବନିମ୍ନ ୭. ୫ କୋଟି ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି | ଏପରିକି ଗୋଟିଏ ଦିନରେ କେବଳ ୭୫ ଲକ୍ଷ ଗଛ ଲାଗିବ ଯାହାକି ପ୍ରଧାନ ମନ୍ତ୍ରୀଙ୍କ ପାଇଁ ହେବ ଶ୍ରେଷ୍ଠ ସଂମାନ | ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ପଂଚାୟତ, ସ୍କୁଲ, କଲେଜ, SHG, NGO, ଯୁବକ ସଂଘ, PSU, ସ୍ବେଛାସେବୀ ସଂଘ ସାମିଲ ହୋଇ ଏହାକୁ ପରିବେଶ ସୁରକ୍ଷା ପାଇଁ ଏକ ଜନ ଆନ୍ଦୋଳନ ରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ| ଚଳିତ ବର୍ଷ ଜୁନ ୫ ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହାର ଦ୍ୱିତୀୟ ସଂସ୍କରଣ ରେ "ଏକ ପେଡ଼ ମା କେ ନାମ" ୨. ୦ ଚାଲିବ |