କୋଲକତାରୁ ଗିରଫ ହେଲେ ବାଂଲାଦେଶୀ ଅଭି ନେତ୍ରୀ.

Aug 1, 2025 - 14:42
 26
କୋଲକତାରୁ ଗିରଫ ହେଲେ ବାଂଲାଦେଶୀ ଅଭି ନେତ୍ରୀ.

ଭାରତରେ ଅବୈଧ ଭାବେ ରହିବା ଅଭିଯୋଗରେ କୋଲକାତାରୁ ଜଣେ ବାଂଲାଦେଶୀ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ *ବାଂଲାଦେଶର ବାରିସାଲ ନିବାସୀ ଶାନ୍ତା ପଲ* ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ ଦୁଇଟି ଆଧାର କାର୍ଡ, ଗୋଟିଏ ଭୋଟର ଆଇଡି କାର୍ଡ ଏବଂ ଗୋଟିଏ ରାସନ କାର୍ଡ ଜବତ କରାଯାଇଛି। ରିପୋର୍ଟ ଅନୁଯାୟୀ, କୋଲକାତା ପୁଲିସ ଶାନ୍ତା ପଲଙ୍କୁ ଯାଦବପୁର ଅଞ୍ଚଳରୁ ଗିରଫ କରିଛି। ସେ ସେଠାରେ ଏକ ଭଡ଼ା ଘରେ ରହୁଥିଲେ। ତଲାସୀ ସମୟରେ ପୁଲିସ ତାଙ୍କ ଠାରୁ ଭାରତୀୟ ଏବଂ ବାଂଲାଦେଶୀ ଦଲିଲ ଜବତ କରିଛି | ଯେଉଁଥିରେ ବାଂଲାଦେଶୀ ପାସପୋର୍ଟ, ବାଂଲାଦେଶୀ ସେକେଣ୍ଡାରୀ ଏଜୁକେସନର ଆଡମିଟ୍ କାର୍ଡ ରହିଛି । ଭାରତୀୟ ଦଲିଲଗୁଡ଼ିକ ମଧ୍ୟରେ ଦୁଇଟି ଆଧାର କାର୍ଡ, ଭାରତୀୟ ଭୋଟର ଆଇଡି କାର୍ଡ ଏବଂ ରାସନ କାର୍ଡ ରହିଛି। ଆଧାର କାର୍ଡ ଦୁଇଟି ଭିନ୍ନ ଠିକଣାରେ ପଞ୍ଜୀକୃତ, ଗୋଟିଏ କୋଲକାତାରେ ଓ ଅନ୍ୟଟି ବର୍ଦ୍ଧମାନରେ। କୋଲକାତା ପୁଲିସର ଯୁଗ୍ମ ସଚିବ ରୂପେଶ କୁମାରଙ୍କ ସୂଚନା ଅନୁଯାୟୀ ଗୋଟିଏ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ଜଣେ ବାଂଲାଦେଶୀ ମହିଳାଙ୍କୁ ଗିରଫ କରାଯାଇଛି| ତଦନ୍ତ ସମୟରେ ସେ ଭାରତରେ ରହିବା ପାଇଁ କୌଣସି ବୈଧ ଭିସା ସେ ଦେଖାଇ ପାରି ନ ଥିଲେ | ସେ କିପରି ଆଧାର, ଭୋଟର ଓ ରାସନ କାର୍ଡ ପାଇ ପାରିଲେ, ସେ ନେଇ ପୁଲିସ ତାଙ୍କୁ ହେପାଜତକୁ ନେଇ ମାମଲାର ତଦନ୍ତ ଜାରି ରଖିଛି।