ଏଗ୍ରିଟେକ୍ ଓ ପଞ୍ଜିକରଣ’କୁ ନେଇ ବିରୋଧୀ ଦଳର ବିଭ୍ରାନ୍ତକାରୀ ବକ୍ତବ୍ୟ - ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ନିରାଧାର : ଇରାସିସ ଆଚାର୍ଯ୍ୟ...
ବିରୋଧୀ ଦଳ ଚାଷୀଙ୍କୁ ଭ୍ରମିତ କରିବା ପାଇଁ ଏସବୁ ଅପଚେଷ୍ଟା କରୁଛି
ଭୁଲ ତଥ୍ୟକୁ ଉପସ୍ଥାପନା କରିବା ଅନୁଚିତ୍
ବିକଶିତ ଓଡିଶାରେ ଚାଷ ଏବଂ ଚାଷୀଙ୍କ ଭୂମିକାକୁ ଅଗ୍ରାଧିକାର ଦେବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ
ଏଗ୍ରିଟେକ ଓ ପଞ୍ଜିକରଣକୁ ବିରୋଧୀ ଦଳର ବକ୍ତବ୍ୟ ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ନିରାଧାର ଅଟେ ।
ଏଗ୍ରିଟେକ୍ ପଞ୍ଜିକରଣକୁ ଧାନ ବିକ୍ରୟର ପୂର୍ବ ସର୍ତ କରାଯାଇନାହିଁ ଏକଥା ରାଜ୍ୟ ସରକାର ସ୍ପଷ୍ଟ ଭାବେ କହିସାରିଛନ୍ତି । ଏଗ୍ରିଟେକ୍ ଓ ଧାନ ବିକ୍ରୟ ସମ୍ପୂର୍ଣ୍ଣ ଅଲଗା ଅଲଗା ବିଷୟ । ଏହି ବିଷୟ ପ୍ରସଙ୍ଗରେ ନୀତିଗତ ଭାବେ ନିଷ୍ପତି ନିଆ ସରିଛି ।
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ତତ୍ୱାବଧାନରେ ଗତ ଅଗଷ୍ଟ ୧୨ ତାରିଖରେ ୪୬ତମ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ଏଗ୍ରିଟେକ୍ ପଞ୍ଜିକରଣ ଓ ଧାନ ସଂଗ୍ରହ ପାଇଁ “ପି-ପାସ” ବା “ଧାନ ସଂଗ୍ରହ ସ୍ୱୟଂଚାଳିତ ବ୍ୟବସ୍ଥା” ପଞ୍ଜିକରଣ ଯେଉଁ କଥା ଅଛି ତାହା ସହ ଜଡିତ ନୁହେଁ କି ତାହାର ଅବିଚ୍ଛେଦ୍ୟ ଅଙ୍ଗ ମଧ୍ୟ ନୁହେଁ ।
ଏଗ୍ରିଟେକ୍ ପଞ୍ଜିକରଣକୁ ଧାନ କ୍ରୟର ପୂର୍ବ ସର୍ତ କରାଯିବନାହିଁ । ଏଗ୍ରିଟେକ୍ ଫାର୍ମର ଆଇଡି ନଥିବାରୁ କୌଣସି ଯୋଗ୍ୟ ଚାଷୀ ଧାନ ବିକ୍ରୟ କରିବାରୁ ବଂଚିତ ହେବେ ନାହିଁ ବୋଲି ସ୍ପଷ୍ଟ ଭାବେ ବୈଠକରେ ଉଲ୍ଲେଖିତ କରାଯାଇଥିଲା । ବିରୋଧୀ ଦଳ ଚାଷୀଙ୍କୁ ଭ୍ରମିତ କରିବା ପାଇଁ ଏସବୁ ଅପଚେଷ୍ଟା କରୁଛି ।
ଯେଉଁ ତଥ୍ୟ ଠିକ୍ ନୁହେଁ ତାହାକୁ ଉପସ୍ଥାପନା କରିବା ଅନୁଚିତ୍ ବୋଲି ମାନ୍ୟବର ଭଟଲୀ ବିଧାୟକ ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ।
ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେପି ସରକାର ଶାସନକୁ ଆସିବା ପରେ ରାଜ୍ୟରେ ଉଭୟ ‘ଚାଷ ଏବଂ ଚାଷୀ’ଙ୍କ ଉନ୍ନତି ହୋଇଛି ।
୨୦୧୯-୨୦ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୧୪ଲକ୍ଷ ୯୩ହଜାର ଚାଷୀମାନେ ଧାନ କ୍ରୟ ପାଇଁ ପଞ୍ଜିକରଣ କରୁଥିଲେ, ଆମ ସରକାର ଆସିବା ପରେ ତାହା ପାଖାପାଖି ବୃଦ୍ଧି ହୋଇ ୨୨ଲକ୍ଷ ୨୭ହଜାରରେ ପହଁଚିଛି । ତାହା ଛଡା ଚାଷ ଜମିର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଚାଷ ଜମି ୫୫.୪୮ ଲକ୍ଷ ହେକ୍ଟରରୁ ବୃଦ୍ଧି ପାଇ ୬୪.୯୫ଲକ୍ଷ ହେକ୍ଟରରେ ପହଁଚିଛି ।
ସେହିପରି ଧାନ କ୍ରୟରେ ମଧ୍ୟ ବୃଦ୍ଧି ପାଇଛି । ବିଜେଡି ସରକାର ଅମଳରେ ଗତ ୨୦୨୪ ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ୭୦ଲକ୍ଷ ୮୮ ହଜାର ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିଲା, ଯାହା ଆଜି ତାହା ୯୭ ଲକ୍ଷ ୯୪ ହଜାର ମେଟ୍ରିକ ଟନ୍ରେ ପହାଚିଛି । ଯେଉଁ ମିଥ୍ୟା କଥା କହି ସାଧାରଣ ଜନତାଙ୍କୁ ବିରୋଧୀ ଦଳ ଭ୍ରମିତ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଓଡିଶାବାସୀ କେବେ କ୍ଷମା ଦେବେ ନାହିଁ ।
ଚାଷୀ ଓଡିଶାର ଅର୍ଥନୀତିରେ ସହଯୋଗୀ ଭୂମିକାରେ ଅଛି । ଚାଷୀଙ୍କ ସମସ୍ୟା ପାଇଁ ଆମ ସରକାର ଚାଷୀଙ୍କ ସାଙ୍ଗରେ ଛିଡା ହୋଇଛନ୍ତି ଓ ସେଗୁଡିକର ସମାଧାନ ପାଇଁ ଆମେ ସମସ୍ତେ ମିଶି ଛିଡା ହେବୁ ଏବଂ ସମସ୍ୟାର ସମାଧାନ କରିବୁ ।
ବିକଶିତ ଓଡିଶାରେ ଚାଷ ଏବଂ ଚାଷୀଙ୍କ ଭୂମିକାକୁ ନିଶ୍ଚିନ୍ତ ଭାବେ ଅଗ୍ରାଧିକାର ଦିଆଯିବ । ବିକଶିତ ଓଡିଶାରେ ସେମାନେ ଆର୍ôଥକ ମେରୁଦଣ୍ଡର ପ୍ରହରୀ ସାଜିବେ ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।