ଏବେ ସଚିବ ମାନେ ବୁଲିବେ ଗାଁ ଗଣ୍ଡା ପଲ୍ଲୀ ଅଞ୍ଚଳ...
ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ
ଏନେଇ ଉନ୍ନୟନ କମିଶନର ଦେଓରଞ୍ଜନ ସିଂହଙ୍କ ଚିଠି
ଅକ୍ଟୋବର ଯାଏଁ ଦାୟିତ୍ବ ଦିଆଯାଇଥିବା ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ
୨/୩ ଦିନିଆ ଗସ୍ତ କରିବେ,
ଗୋଟିଏ ରାତି ଜିଲ୍ଲା/ଉପଖଣ୍ଡ ମୁଖ୍ୟାଳୟରେ ରହିବେ
ରାଜ୍ୟ ସରକାରୀ ଓ କେନ୍ଦ୍ର ପ୍ରାୟୋଜିତ ଯୋଜନାର କାର୍ଯ୍ୟକାରିତା ଦେଖିବେ
ଜିଲ୍ଲା ମୁଖ୍ୟ ହସ୍ପିଟାଲ, PHC/CHC ଯାଇ ରୋଗୀ ସେବା ଅନୁଧ୍ୟାନ କରିବେ
କୌଣସି ଦୁର୍ଗମ ଅଞ୍ଚଳ ଅଚାନକ ଗସ୍ତ କରି ସ୍ଥିତି ପରଖିବେ
ଗ୍ରାମପଞ୍ଚାୟତକୁ ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିପାରିବେ
୩୦ ଜିଲ୍ଲା ପାଇଁ ୩୦ IAS ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କଲେ ଉନ୍ନୟନ କମିଶନର