ଏସସିବିରେ ରୋଗୀ ଅପହରଣ ଘଟଣା ଅନୁଧ୍ୟାନ କରିବେ ପିସିସି ଅନୁଧ୍ୟାନକାରୀ ଟିମ

ଏପର୍ଯ୍ୟନ୍ତ 12 ଜଣ ରୋଗୀ ଗାୟବ ହେଲେଣି

Jun 28, 2026 - 21:55
 10
ଏସସିବିରେ ରୋଗୀ ଅପହରଣ ଘଟଣା ଅନୁଧ୍ୟାନ କରିବେ ପିସିସି ଅନୁଧ୍ୟାନକାରୀ ଟିମ

ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଆଶ୍ଚର୍ଯ୍ୟଜନକ ଭାବରେ ରୋଗୀ ଉଭାନ ହେଇ ଯାଉଛନ୍ତି ଏବଂ କେହି ଟେର ମଧ୍ୟ ପାଉ ନାହାନ୍ତି l ଆଜି ପର୍ଯ୍ୟନ୍ତ 12 ଜଣ ରୋଗୀ ଗାୟବ ହୋଇ ସାରିଲେଣି l 

ଡାକ୍ତରଖାନା ପ୍ରଶାସନ ଆପଣ ଖୋଜନ୍ତୁ, ଆମେ ସିସିଟିଭି ଯାଞ୍ଚ କରୁଛୁ ବୋଲି କହି ଘଟଣା ଗୁଡିକୁ ଅତି ହାଲୁକା ହିସାବରେ ନେବା ଏବଂ ସରକାରଙ୍କ ଉତ୍ତରଦାୟିତ୍ୱହୀନତା ସମ୍ବନ୍ଧୀୟ ବିଷୟ ଗୁଡିକ ଉପରେ ଅନୁଧ୍ୟାନ କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶକ୍ରମେ ଏକ ତଥ୍ୟ ଅନୁଧ୍ୟାନକାରୀ କମିଟି ଗଠନ ହୋଇଛି l 

ଏହି ଅନୁଧ୍ୟାନ ଦଳର ଅଧ୍ୟକ୍ଷ ଆଇନଜୀବୀ ଶିବାନନ୍ଦ ରାୟଙ୍କ ସମେତ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ରବୀନ୍ଦ୍ର କୁମାର ମଲ୍ଲିକ, ପୂର୍ବତନ ଜିଲ୍ଲା ସଭାପତି ସୁରେଶ ମହାପାତ୍ର, କଟକ ସଦର ସଭାପତି ପ୍ରଦୀପ୍ତ କୁମାର ଦାସ, କଟକ ସିଟି ସଭାପତି ଶାନ୍ତାୟନ ମିଶ୍ର, କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ, ମହିଳା କଂଗ୍ରେସ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଆଲୋକ ପ୍ରସାଦ ନନ୍ଦ, କରୁଣାକର ରଥ, ରଞ୍ଜନ ନାୟକ, ପିସିସି ମୁଖପାତ୍ର ଅଶୋକ ସ୍ୱାଇଁ, ଛାତ୍ର କଂଗ୍ରେସ ନେତା ହରିଶଙ୍କର ରାଉତ, ପିସିସି ମୁଖପାତ୍ର ଅମ୍ରିତା ଦାସ ପ୍ରମୁଖ ସାମିଲ ଅଛନ୍ତି l 

ଏହି ଦଳ ସବିଶେଷ ତଥ୍ୟ ଅନୁସନ୍ଧାନ କରି ରିପୋର୍ଟ ପିସିସି ସଭାପତିଙ୍କଠାରେ ଦାଖଲ କରିବେ l