ଓଡ଼ିଶା ସରକାର CHA ସରକାର ମଧ୍ୟ ପ୍ରାଚ୍ୟରୁ ପ୍ରବାସୀ ଓଡ଼ିଆଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ
ଭୁବନେଶ୍ବର ତା-୧୧.୦୩.୨୦୨୬
ମଧ୍ୟ ପ୍ରାଚ୍ୟ ଅଞ୍ଚଳରେ ଚାଲିଥିବା ଅସ୍ଥିର ପରିସ୍ଥିତିରେ ପ୍ରବାସୀ ଓଡ଼ିଆମାନଙ୍କର ସୁରକ୍ଷା ସଂପର୍କରେ ସଦ୍ୟ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ନୂଆଦିଲ୍ଲୀସ୍ଥିତ ପ୍ରମୁଖ ଆବାସିକ କମିଶନର ଶ୍ରୀ ବିଶାଳ ଗଗନ, ଅତିରିକ୍ତ ପ୍ରମୁଖ ଆବାସିକ କମିଶନର ଶ୍ରୀମତୀ ସୁଚରିତା ଷଡ଼ଙ୍ଗୀ ଆଭାସୀ ମାଧ୍ୟମରେ ଯୋଗଦେଇଥିବା ବେଳେ ଲୋକସେବା ଭବନରୁ ଓଡ଼ିଶା ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ଓଡ଼ିଶା ପରିବାରର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡଃ, ବିଜୟକେତନ ଉପାଧ୍ୟାୟ ଏବଂ ମଧ୍ୟ ପ୍ରାଚ୍ୟରୁ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବିଭାଗ ତରଫରୁ ନିୟୋଜିତ ନୋଡାଲ ଅଧୂକାରୀ ଶ୍ରୀ ପ୍ରିତିଶ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।
ପ୍ରମୁଖ ଆବାସିକ କମିଶନର ଶ୍ରୀ ଗଗନ ବୈଠକରେ କହିଥିଲେ ଯେ, ମଧ୍ୟ ପ୍ରାଚ୍ୟରୁ ଆକାଶ ପଥରେ ବିମାନ ସେବା କ୍ଷେତ୍ରରେ ନିରାପତ୍ତା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି । ଏସବୁକୁ ଦୃଷ୍ଟିରେ ରଖ୍ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହିତ ଅନୁଷ୍ଠିତ ବୈଠକର ଆଲୋଚନା ଓ ନିଷ୍ପତ୍ତି ସଂପର୍କରେ ସେ ସୂଚନା ଦେଇ କହିଥିଲେ ଯେ, ସରକାରୀ ବିମାନ ସେବା ଅଧୂକ ବଢାଇବା ପାଇଁ ବିମାନ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟରୁ ଗତ ମାର୍ଚ୍ଚ ୯ ତାରିଖ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ସ୍ବତନ୍ତ୍ର ବେସାମରିକ ମାଧ୍ୟମରେ ପ୍ରାୟ ୬୫,୦୦୦ ପ୍ରବାସୀ ଭାରତୀୟ ସୁରକ୍ଷିତ ଭାବେ ଦେଶକୁ ଫେରିଆସିଛନ୍ତି । ଏଥିରେ ୩୫ ଜଣ ଓଡ଼ିଆ ପର୍ଯ୍ୟଟକ ଦୁବାଇରେ ଏୟାରସ୍ପେସ ବନ୍ଦ ଥିବାରୁ ଅଟକି ରହିଥିଲେ । ୭ ମାର୍ଚ୍ଚରେ ୯ ଜଣ ପର୍ଯ୍ୟଟକ କୋଚି ବିମାନ ମାର୍ଗରେ ଫେରି ଭୁବନେଶ୍ବର ବିମାନବନ୍ଦରକୁ ପହଞ୍ଚିଥିଲେ । ଅବଶିଷ୍ଟ १४ ଜଣ ପର୍ଯ୍ୟଟକ ୮ ମାର୍ଚ୍ଚରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ସ୍ବତନ୍ତ୍ର ବିମାନ ଯୋଗେ ମୁମ୍ବାଇ ମାର୍ଗରେ ଫେରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିବା ଜଣାଯାଇଛି ।
ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡଃ, ଉପାଧ୍ୟାୟ ସୂଚନା ଦେଇ କହିଥିଲେ ଯେ, ମଧ୍ୟ ପ୍ରାଚ୍ୟରେ ରହୁଥିବା ପ୍ରବାସୀ ଡ଼ିଆମାନଙ୍କ ପକ୍ଷରୁ ପ୍ରାୟ ୨୦୦ଟି ଫୋନ୍ କଲ୍ ଗ୍ରହଣ କରିଥିଲା । ପରେ ସେମାନଙ୍କୁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ (ଏମଇଏ) ଦ୍ବାରା ଖୋଲା ଖାଲାଯାଇଥିବା ସ୍ବତନ୍ତ୍ର କଣ୍ଟ୍ରୋଲ ରୁମର ଟୋଲ୍ ଫ୍ରି ହେଲ୍ସଲାଇନ୍ ନମ୍ବର (୧୮୦୦-୧୧୮-୧୧୮-୭୯୭) ସହିତ ମଧ୍ୟ ପ୍ରାଚ୍ୟରେ ଥୂବା ଭାରତୀୟ ଦୂ ଦୂତାବାସଙ୍କ ନମ୍ବର ସହିତ ଯୋଡ଼ାଯାଇଥିଲା । ଏହା ସହିତ ନିର୍ଦ୍ଦେଶାଳୟ ତରଫରୁ ଦୂରାଭାଷ ଯୋଗେ ଆସୁଥିବା କଲଗୁଡ଼ିକୁ ଦୁବାଇ, ଆବୁଧାବି ଓ ବାହାରିନରେ ରହୁଥିବା ଓଡିଆ ଅନୁଷ୍ଠାନମାନଙ୍କ ସହ ସମ୍ପର୍କ ସ୍ଥାପନ କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ, ଗତ ୨ ମାର୍ଚ୍ଚ, ୨୦୨୬ ତାରିଖରେ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ଏହି ବୈଠକରେ ଓଡିଶା ପରିବାର ନିର୍ଦ୍ଦେଶାଳୟ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଏସଡି ଶ୍ରୀ ପ୍ରିତିଶ ପଣ୍ଡାଙ୍କୁ ଣ୍ଡାଙ୍କୁ ନୋଡାଲ ଅଫିସର (ପଏଣ୍ଟ ଅଫ କନ୍ଟାକ୍ଟ) ଭାବେ ନିଯୁକ୍ତ କରାଯାଇଥିଲା । ଆଜିର ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ମଧ୍ୟ ପ୍ରାଚ୍ୟରେ ) ଅଟକି ରହିଥିବା ଓଡ଼ିଆ । ଲୋକମାନଙ୍କର ଉଦ୍ଧାର ଓ ସୁରକ୍ଷା ପାଇଁ ୩ ଜଣ ଯୋଗାଯୋଗ ଅଧୂକାରୀ (କଣ୍ଟାକ୍ଟ ଅଫିସର) ଭାବେ ନିୟୋଜିତ କରାଯାଇଛି । ସେମାନେ ହେଲେ 'ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ର ନିର୍ଦ୍ଦେଶକ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡଃ, ବିଜ ଜୟକେତନ ତନ ଉପାଧ୍ୟାୟ ( ଦୂରଭାଷ ନମ୍ବର-୮ )-୮୨୬୦୪୩୧୭୨୭), ଓଡ଼ିଶାର ନୂଆଦିଲ୍ଲୀ ସ୍ଥିତ ଅତିରିକୁ ଆବାସିକ କମିଶନର ଶ୍ରୀମତୀ ସୁଚରିତା ଷଡ଼ଙ୍ଗୀ( ଦୂରଭାଷ ନମ୍ବର୯୮୧୮୮୪୮୭୮ ୮୭୮୭) ଏବଂ ପୂର୍ବରୁ ନିୟୋଜିତ ଥିବା ନୋଡାଲ ଅଧୂକାରୀ ଶ୍ରୀଯୁକ୍ତ ପଣ୍ଡା (୯୫୮୩୩୨୧୯୬୪) । ଏଥି ସହିତ ପ୍ରମୁଖ ଆବାସିକ କମିଶ କମିଶନର କାର୍ଯ୍ୟାଳୟ, ନୂଆଦିଲ୍ଲୀକୁ ନୋଡାଲ କାର୍ଯ୍ୟାଳୟ ଭାବେ ନିୟୋଜତ କରାଯାଇଛି । ଉକ୍ତ କାର୍ଯ୍ୟାଳୟ ପ୍ରବାସୀ ଓଡିଆମାନଙ୍କର ଉଦ୍ଧାର ଓ ସୁରକ୍ଷା ସଂପର୍କିତ ତଥ୍ୟ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗ ରଖ୍ ଓଡ଼ିଶା ସରକାରଙ୍କୁ ନିୟମିତ ଅବଗତ କରାଇବେ । ଭାରତ ସରକ ରକାରଙ୍କ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା( ପ୍ରୋଟେକ୍ଟର
ଓଡ଼ିଆ ଲୋକମାନଙ୍କ ସହିତ ସମ୍ପର୍କରେ ରହି ସେମାନଙ୍କର ଉଦ୍ଧାର ଓ ସୁରକ୍ଷା ଆଦି କାର୍ଯ୍ୟରେ ଅଫ ଏମିଗ୍ରାଣ୍ଡସ୍ ), ପ୍ରବାସରେ କାର୍ଯ୍ୟ କରୁଥିବା ଓଡ଼ିଆ ସହଯୋଗ କରିବେ ।
ପରିସ୍ଥିତିକୁ ନଜରରେ ରଖ୍ ସଂପୂକୁ ସମସ୍ତ ବିଭାଗ ଏବଂ ଅଧୂକାରୀମାନଙ୍କୁ ସଜାଗ ରହି କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।