ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ପୁରୀ : ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଅନ୍ତର୍ଗତ ବିରତୋଇ ଗ୍ରାମର ଏକ ଘରେ ରାତି ଅଧରେ ଦୁର୍ବୁତ୍ତମାନେ ପଶିଥିଲେ । ଘରେ ଥିବା ଗଡରେଜ୍ ଭାଙ୍ଗି ତିନୋଟି ଟ୍ରଙ୍କ ଟେକି ନେଇ ବାରିପଟେ ଟ୍ରଙ୍କ ଭାଙ୍ଗି ସେଥିରେ ଥିବା ସୁନା ଓ ରୂପାଗହଣା ନଗଦ ୧୦୦୦୦ ହଜାର ଟଙ୍କା ଲୁଟିନେଇଥିଲେ । ଏହାପରେ ଘରୋଇ଼ଜନକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଟଙ୍କା ଅଭିଯୋଗ କ୍ରମେ ଗଡିଶାଗୋଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗା ଟ୍ରଙ୍କ ୩ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟେରା ମାନଙ୍କ ପତ୍ତା ନ ପାଇବାରୁ ପୋଲିସ ତଦନ୍ତ ଜାରି ରଖିଛି ।

ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ