ଓଡ଼ିଶାର ବ୍ୟବସାୟୀ ସହର କଟକ ଏବେ ରହିଛି ଶାନ୍ତିପୂର୍ଣ୍ଣ...

Oct 6, 2025 - 11:39
 6
ଓଡ଼ିଶାର ବ୍ୟବସାୟୀ ସହର କଟକ  ଏବେ ରହିଛି ଶାନ୍ତିପୂର୍ଣ୍ଣ...

ଦୀର୍ଘ 36 ଘଣ୍ଟା ପୂର୍ବରୁ ହୋଇପଡିଥିବା ଅଶାନ୍ତ କଟକ ସହରର ପରିସ୍ଥିତି ଏବେ ଶାନ୍ତିପୂର୍ଣ୍ଣ ରହିଛି। 

ସାରା ସହରରେ ମୋଟ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୮ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି। 

ଗତକାଲି ରାତି ୧୦ଟାରୁ ବଳବତ୍ତର ଥିବା ୩୬ ଘଣ୍ଟିଆ କର୍ଫ୍ୟୁ ଯୋଗୁଁ ସମସ୍ତ ଦୋକାନ ଏବଂ ବଜାର ବନ୍ଦ ରହିଛି।

କିନ୍ତୁ ମେଡିକାଲ ଷ୍ଟୋର, ପେଟ୍ରୋଲ ପମ୍ପ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିଛି। 

ବସ୍ ସେବା ସ୍ୱାଭାବିକ ଭାବରେ ଚାଲୁଛି।

ବାଦାମବାଡି ଦେଇ ବସ୍ ଚଳାଚଳ କରୁଛି ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯାତ୍ରୀବାହୀ ବସ୍ ନିୟମିତ ଭାବରେ କଟକରେ ପହଞ୍ଚୁଛି।