ଓଡ଼ିଶାର ଭୁବନେଶ୍ୱରରେ ଅନୁଷ୍ଠିତ ହେବ କୃଷି ମହାକୁମ୍ଭ - କୃଷି ଓଡ଼ିଶା ୨୦୨୬...

Jan 18, 2026 - 09:53
 10
ଓଡ଼ିଶାର ଭୁବନେଶ୍ୱରରେ ଅନୁଷ୍ଠିତ ହେବ କୃଷି ମହାକୁମ୍ଭ - କୃଷି ଓଡ଼ିଶା ୨୦୨୬...

ଓଡ଼ିଶାର ଭୁବନେଶ୍ୱରରେ ଅନୁଷ୍ଠିତ ହେବ କୃଷି ମହାକୁମ୍ଭ - କୃଷି ଓଡ଼ିଶା ୨୦୨୬...

ଚଳିତ ବର୍ଷର ଥିମ୍- ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି

ଚାଷୀ, କୃଷି ବୈଜ୍ଞାନିକ, କୃଷି ଗବେଷକ ଓ ନୀତି ନିର୍ଦ୍ଧାରକଙ୍କ ସମ୍ମେଳନ 

କୃଷି ଶିକ୍ଷା ଶିବିର, ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ଡେମନଷ୍ଟ୍ରେସନ୍ 

ଆସନ୍ତା ୨୨ ରୁ ୨୪ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଖେଳପଡିଆ, ବରମୁଣ୍ଡା ଠାରେ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା କୃଷିର ମହାକୁମ୍ଭ - କୃଷି ଓଡ଼ିଶା ୨୦୨୬। 

ରାଜ୍ୟ ସରକାର ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ପ୍ରୋତ୍ସାହନରେ ଏଥର ଏହା ପୂର୍ବବର୍ଷ ଠାରୁ ମଧ୍ୟ ଅଧିକ ବ୍ୟାପକ ଓ ବିଶାଳ ହେବ। 

ଚଳିତ ବର୍ଷର ଥିମ୍ ରହିଛି "ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି"। 

ବହୁ ସଂଖ୍ୟକ ଚାଷୀ, କୃଷି ବୈଜ୍ଞାନିକ, କୃଷି ଗବେଷକ ଓ ନୀତି ନିର୍ଦ୍ଧାରକଙ୍କ ସମ୍ମେଳନ ହେବ କୃଷି ଓଡ଼ିଶା ୨୦୨୬। 

କୃଷି ଶିକ୍ଷା ଶିବିର, ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ଡେମନଷ୍ଟ୍ରେସନ୍, କୃଷି ସମ୍ବନ୍ଧୀୟ ଉନ୍ନତ ଜ୍ଞାନ କୌଶଳର ପ୍ରଦର୍ଶନ ଇତ୍ୟାଦି ମାଧ୍ୟମରେ ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କୁ ଆହୁରି ସଶକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। 

ଏହି ପରିପ୍ରେକ୍ଷୀରେ ଲୋକସେବା ଭବନରେ କୃଷି ଓଡ଼ିଶା -୨୦୨୬ ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। 

ବୈଠକରେ କୃଷି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପ୍ରସ୍ତୁତି ବିଷୟରେ ଅବଗତ କରାଇଥିଲେ। 

ଏହି ଅବସରରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।