ଓଡ଼ିଶାରେ 4ହଜାର କୋଟି ଟଙ୍କାରୁ ଅଧୂକ ବ୍ୟୟରେ 2ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବାକୁ ମଞ୍ଜୁରି ମିଳିଛି
ଓଡ଼ିଶାରେ 4ହଜାର କୋଟି ଟଙ୍କାରୁ ଅଧୂକ ବ୍ୟୟରେ 2ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବାକୁ ମଞ୍ଜୁରି ମିଳିଛି : କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ଚିପ୍ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର 11ଟି ବିଶ୍ବବିଦ୍ୟାଳୟକୁ ମାଗଣା ଡିଜାଇନ୍ ଟୁଲ୍ ଯୋଗାଇ ଦେଇଛନ୍ତି
200 କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବରରେ ଏକ ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠାକୁ ମଞ୍ଜୁରି
ଡିଜିଟାଲ ଦକ୍ଷତା ବିକାଶ ଲାଗି ଏନଆଇଇଏଲଆଇଟି ରାଜ୍ୟରେ ଦୁଇଟି କେନ୍ଦ୍ର ସ୍ଥାପନ କରିବା ସହିତ 35ଟି କେନ୍ଦ୍ରକୁ ମାନ୍ୟତା ପ୍ରଦାନ କରିଛି
ଓଡ଼ିଶାର ଇଣ୍ଟରନେଟ୍ ଉପଭୋକ୍ତାଙ୍କ ସଂଖ୍ୟା ମାର୍ଚ୍ଚ 2014ରେ 27.9 ଲକ୍ଷ ଥୂବା ବେଳେ ସେପ୍ଟେମ୍ବର 2025ରେ 2.8 କୋଟିରେ ପହଞ୍ଚିଛି
ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର, ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧୂକ ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ରାଜ୍ୟସଭା ସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ 4 ହଜାର ୨ କୋଟି ଟଙ୍କାରୁ ଅଧୂ ଅଧୂକ ବ୍ୟୟରେ ଦୁଇଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବାକୁ ମଞ୍ଜୁରି ମିଳିଛି। ଏହି କାରଖାନାଟୁ ଉତ୍ପାଦିତ ଚି ଚିପ୍ ଗୁଡ଼ିକ ଅଟୋମୋବାଇଲ, ଏରୋସ୍ପେସ୍, ପ୍ରତିରକ୍ଷା, ୱେରଲେସ୍ ଉପକରଣ, ବୈଦ୍ୟୁତିକ ବାହନ, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉପକରଣ ଆଦିରେ ବ୍ୟବହୃତ ହେବ। ଏ ଏହାଛଡ଼ା ଚିପ୍ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର 11ଟି ବିଶ୍ବବି ଶ୍ବବିଦ୍ୟାଳୟକୁ ମାଗଣା ଡିଡ ଡିଜାଇନ୍ ଟୁଲ୍ ଯୋଗାଇ ଦେଇଛନ୍ତି। ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବରରେ ଏକ ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। 200 କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି କ୍ଲଷ୍ଟର 1530 କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ସହିତ 3 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏବେ ସୁଦ୍ଧା 398 କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ 572ରୁ ଅଧୂକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଡିଜିଟାଲ ଦକ୍ଷତା ବିକାଶ ଲାଗି ଜାତୀୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ପ୍ରତିଷ୍ଠାନ (ଏନଆଇଇଏଲଆଇଟି) ଓଡ଼ିଶାରେ ଦୁଇଟି କେନ୍ଦ୍ର ସ୍ଥାପନ କରିବା ସହିତ 35ଟି କେନ୍ଦ୍ରକୁ ମାନ୍ୟତା ପ୍ରଦାନ କରିଛି। ଏସବୁ କେନ୍ଦ୍ର କଟକ, ଭୁବନେଶ୍ବର, ସମ୍ବଲପୁର, ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥିତ। ବର୍ତ୍ତମାନସୁଦ୍ଧା ଏହି କେନ୍ଦ୍ରଗୁଡ଼ିକ ଜରିଆରେ ପ୍ରାୟ 25 ହଜାର ପ୍ରାର୍ଥୀ ତାଲିମ ଗ୍ରହଣ କରିଛନ୍ତି।
ଓଡ଼ିଶାରେ ଉଦ୍ୟୋଗ ବିକାଶ ଲାଗି ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ଦ୍ବାରା ଇଲେକ୍ଟ୍ରୋପ୍ରନର୍ ପାର୍କ ସ୍ଥାପନ କରାଯାଇଛି। ଟ୍ରିପଲ୍ ଆଇଟି ଭୁବନେଶ୍ବର ଏବଂ ଇଣ୍ଡିଆନ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମି କଣ୍ଡକ୍ଟର ଆସୋସିଏସନ ସହଭାଗିତାରେ ଏହାକୁ ବିକଶିତ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଏବଂ ଉତ୍ପାଦନକୁ ପ୍ରୋତ୍ସାହନ ଦେବା। ବର୍ତ୍ତମାନ ସୁଦ୍ଧା ଏଥିରେ 37ଟି ଷ୍ଟାର୍ଟଅପ୍ ସାମିଲ
ହୋଇଛନ୍ତି। ସେହିପରି ଓଡ଼ିଶା ସରକାର, ବିପିୟୁଟି, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଡ ଏବଂ ଆଇଆଇଟି ଭୁବନେଶ୍ବର ସହଭାଗିତାରେ ଉଦ୍ୟମିତା ପାଇଁ ଇଏମ୍ ଟେକ୍ ସେଣ୍ଟର୍ ସ୍ଥାପନ ବିକଶିତ କରାଯାଇଛି। ଏହା ଅଧୀନରେ 29ଟି ଷ୍ଟାର୍ଟଅପ୍ ସାମିଲ୍ ହୋଇଛନ୍ତି। ଏହାବ୍ୟତୀତ ଓଡ଼ିଶା ସରକାରଙ୍କ ସହଭାଗିତାରେ ଭଚୁଆଲ ଏବଂ ଏକ୍ସଟେଣ୍ଡେଡ୍ ରିୟଲିଟି ଉଦ୍ୟ ମିତା କେନ୍ଦ୍ର ସ୍ଥାପନ କରାଯାଇଛି ଯାହାର ଉଦ୍ଦେଶ୍ୟ ହେଉଛି ସୃଜନଶୀଳ ପ୍ରଯୁକ୍ତି କ୍ଷେତ୍ରରେ ଷ୍ଟାର୍ଚ ଷ୍ଟାର୍ଟଅପ୍ ଇକୋସିଷ୍ଟମକୃ ନାସିଷ୍ଟମକୁ ପ୍ରୋତ୍ସାହନ ଦେବା। ଏବେ ସୁଦ୍ଧା ଏଥିରେ 25ଟି ଷ୍ଟାର୍ଟଅପ୍ ସାମିଲ ହୋଇଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ଓଡ଼ିଶାରେ ଦୂରସଞ୍ଚାର ସଂଯୋଗ ଉଲ୍ଲେଖନୀୟ ଭାବେ ବିସ୍ତାରିତ ରିତ ହୋଇଛି । ମାର୍ଚ୍ଚ 2014 ବେଳକୁ ରାଜ୍ୟରେ 16,416 16ଟି ବେସ୍ ଟ୍ରାନ୍ସିଭର୍ ଷ୍ଟେସନ (ବିଟିଏସ) ଥୂବା ବେଳେ 2025 ନଭେମ୍ବର ସୁଦ୍ଧା ଏହା 1,03,740କୁ ବୃଦ୍ଧି ପାଇଛି । ମାର୍ଚ୍ଚ 2014ରେ ଓଡ଼ିଶାର ଇଣ୍ଟରନେଟ୍ ଉପଭୋକ୍ତାଙ୍କ ।ଙ୍କ ସଂଖ୍ୟା 27.9 ଲକ୍ଷ ଥିବା ବେଳେ ସେପ୍ଟେମ୍ବର 2025 ସୁଦ୍ଧା ଏମାନଙ୍କ ସଂଖ୍ୟା 2.8 କୋଟିରେ ପହଞ୍ଚିଛି। ଏହାବ୍ୟତୀତ 4,965ଟି ଗାଁକୁ ପ୍ରସାରିତ 3,389ଟି ଅତରିକ୍ତି ଫୋର୍ ଜି ସାଇଟ୍ କୁ ସର ରକାର କାର୍ଯ୍ୟକ୍ଷମ କରିଛନ୍ତି। ଭାରତ ନେଟ୍ କାର୍ଯ୍ୟକ୍ରମ ଅଧୀନରେ 6,785 ଗାଁକୁ ଦୂରସଞ୍ଚାର ଓ ଇଣ୍ଟରନେଟ୍ ସେବା ପହଞ୍ଚିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।