ଓଡ଼ିଶାରେ ଲାଗିରହିଛି ସର୍ବଦା ପାଣିପାଗର ପ୍ରତିକୂଳ ଅବସ୍ଥା, ଏହା ରାଜ୍ୟ ପାଇଁ ଅଶୁଭଙ୍କର...

Oct 4, 2025 - 08:20
 18
ଓଡ଼ିଶାରେ ଲାଗିରହିଛି ସର୍ବଦା ପାଣିପାଗର ପ୍ରତିକୂଳ ଅବସ୍ଥା, ଏହା ରାଜ୍ୟ ପାଇଁ ଅଶୁଭଙ୍କର...

ଭୁବନେଶ୍ବର : ଗୋଟିଏ ନ ଯାଉଣୁ ଆଉ ଗୋଟିଏ

ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥ‌ିବା ପୂର୍ବାନୁମାନ କରାଯାଇଛି । ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଅବପାତ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ।

ଏହା ଛତିଶଗଡ଼ ଦେଇ ଉତ୍ତର ଦିଗକୁ ଗତି ଧୀରେ ଧୀରେ ଦୁର୍ବଳ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ସୃଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟାରେ ଭୀଷଣ ବର୍ଷା ପାଇଁ ୭ ଜିଲ୍ଲାକୁ ରେଡ ୱାଣ୍ଡିଂ ଦିଆଯାଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ଅରେଞ୍ଜ ୱାଣ୍ଡିଂ ଜାରି ହୋଇଛି ।

ପ୍ରବଳ ସମ୍ଭାବନା ପାଇଁ ୭ ଜିଲ୍ଲାକୁ ୟେଲୋ ୱାଣ୍ଡିଂ ଦିଆଯାଇଛି । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାଣ୍ଡିଂ ଜାରି ହୋଇଥିବା ବେଳେ ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।