ଓଡିଶା ହେବ ଅପରାଧ ଶୂନ୍ୟ ରାଜ୍ୟ...

May 17, 2026 - 15:26
 18
ଓଡିଶା ହେବ ଅପରାଧ ଶୂନ୍ୟ ରାଜ୍ୟ...

ଅପରାଧୀଙ୍କ ପାଇଁ ଓଡ଼ିଶାରେ କୌଣସି ସ୍ଥାନ ନାହିଁ କହିଲେ ଡିଜିପି ୱାଇ.ବି ଖୁରାନିଆ।

ଡିଜିପି କହିଲେ ଯେ, ଅପରାଧ ଘଟାଇବା ପାଇଁ ଚିନ୍ତା କରୁଥିଲେ ଏନ୍‌କାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ। 

୫ ଦିନରେ ସାରା ରାଜ୍ୟରେ ୧୭୦୦ରୁ ଊର୍ଦ୍ଧ ନନ୍ ବେଲେବୁଲ ୱାରେଣ୍ଟ ଡ୍ରାଇଭ୍ କରାଯାଇଛି। 

୬ ଜଣଙ୍କ ବିରୋଧରେ ଏନ୍ଏସ୍ଏ ଲାଗିଛି ଓ ୫୦ରୁ ଊର୍ଦ୍ଧ ଫେରାର ଅପରାଧୀ ଗିରଫ ହୋଇଛନ୍ତି।

ଗୁଇନ୍ଦା ଆଧାରରେ ଜେଲ୍ ଫେରାନ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଖୁରାନିଆ।