ଓମଫେଡର ନୂଆ ଏମ୍‌ଡି ହେଲେ ବିଜୟ ଅମୃତା କୁଲାଙ୍ଗେ

ଭୁବନେଶ୍ୱର: ବିଜୟ ଅମୃତା କୁଲାଙ୍ଗେଙ୍କୁ ଓମଫେଡର ନୂଆ ଏମ୍‌ଡି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ତାଙ୍କୁ ଯୁଗ୍ମ ସଚିବ ପାହ୍ୟାରେ ନିଯୁକ୍ତି ମିଳିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଗତ ୨୩ ତାରିଖରେ ମେୟର, ଡେପୁଟି ମେୟର ଓ କର୍ପୋରେଟରମାନଙ୍କର ସିଟିଂ ଫି ବୃଦ୍ଧି ନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମରେ କହିଥିଲେ । ଏମିତି କି ବର୍ଦ୍ଧିତ ସିଟିଂ ଫି ବାବଦରେ ଘୋଷଣା ମଧ୍ୟ କରିଦେଇଥିଲେ । ମାତ୍ର ତତ୍‌କାଳୀନ ବିଏମସି କମିଶନରଙ୍କ ଘୋଷଣା ପରେ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ହଟଚମଟ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ମେୟର, ଡେପୁଟି ମେୟର ଓ କର୍ପୋରେଟମାନଙ୍କ ସିଟିଂ ଫି ବା ପାରିଶ୍ରମିକ ବାବଦରେ ବିଏମସି କମିଶନରଙ୍କ ଦେଇଥିବା ବିବୃତ୍ତି ତ୍ରୁଟି ଯୁକ୍ତ ବୋଲି କହିଥିଲା । ଏଥିସହ ବିଏମସି କମିଶନରଙ୍କ ପକ୍ଷରୁ ଦିଆଯାଇଥିବା ବିବୃତିକୁ ପ୍ରତ୍ୟାହାର କରିନିଆଯାଉଛି ବୋଲି ଉଲ୍ଲେଖ କରାଯାଇଥିଲା।ଏହାପରେ ବିଜୟ ଅମୃତା କୁଲାଙ୍ଗେ ମାସେ ଛୁଟିର ଯିବା ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିବା ବେଳେ ଏହାକୁ ସ୍ୱୀକୃତି ମିଳିଥିଲା। । ବିଜୟଙ୍କ ଛୁଟି ଅନୁମୋଦନ ହେବା ପରେ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ରାଜେଶ ପ୍ରଭାକର ପାଟିଲଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଥିଲା।

Mar 20, 2024 - 15:33
 14
ଓମଫେଡର ନୂଆ  ଏମ୍‌ଡି ହେଲେ ବିଜୟ ଅମୃତା କୁଲାଙ୍ଗେ