କଟକ ର ଅଶାନ୍ତି ଅବସ୍ଥା ପାଇଁ ରାଜ୍ୟ ଆଇନମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହିତ ଅନ୍ୟ ଦଳର ନେତାମାନେ ମଧ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିକ୍ରିୟା ରଖିଛନ୍ତି|

Oct 6, 2025 - 19:03
 17
କଟକ ର ଅଶାନ୍ତି ଅବସ୍ଥା ପାଇଁ ରାଜ୍ୟ ଆଇନମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହିତ ଅନ୍ୟ ଦଳର ନେତାମାନେ ମଧ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିକ୍ରିୟା ରଖିଛନ୍ତି|

ମନ୍ତ୍ରୀ କହିଲେ , ଉଦବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି ପରିସ୍ଥିତି । 

ପୁଲିସ ଯଥା ଯୋଗ୍ୟ ପଦକ୍ଷେପ ନେବା କଥା ନେଇଛନ୍ତି । 

ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତି ପାଇଁ ଅପିଲ କରିଛନ୍ତି ।

ସରକାରଙ୍କ ତରଫରୁ ଅନୁରୋଧ କରାଯାଉଛି କି ଏଭଳି କିଛି ଘଟଣା ନଘଟୁ ଯାହାଦ୍ବାରା ଓଡିଶା କିମ୍ବା କଟକର ସମ୍ମାନରେ ଆଞ୍ଚ ଆସିବ । ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ । 

ଯେଉଁ ମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ସରକାର ସଜାଗ ଅଛନ୍ତି , କଠୋର ଶାସ୍ତି ବିଧାନ ହେବ । 

ସମସ୍ତେ ନିଜର ଭାବାବେଗ ଚେତନାକୁ ସକାରାତ୍ମକ ଭାବରେ ନେବେ ବୋଲି ଆଶା । କଟକରେ ଭାଇଚାରା ବଜାୟ ରହୁ ।

ଅନ୍ୟପଟେ ବିଜେଡ଼ି ବିଧାୟକ ଅରୁଣ ସାହୁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ । 

କଟକ ହଜାରେ ବର୍ଷର ସହର , ବାଲିଯାତ୍ରା ସହ ସହର ଇତିହାସ ପାଇଁ ସାରା ବିଶ୍ବରେ ପ୍ରସିଦ୍ଧ କଟକ । ତେବେ ଯେଉଁ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଲା ।  

ସେଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, କଂଗ୍ରେସ ନେତାଙ୍କ ଠାରୁ ଆରମ୍ଭ କରି ସମସ୍ତେ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଛନ୍ତି । 

ଆମେ ଆମ ରାଜ୍ୟର ଗରିମା ତଳେ ପକାଇବା ପାଇଁ ଦେବା ନାହିଁ । ସମସ୍ତେ ସଂଯମତା ଅବଲମ୍ବନ କରିବା । ଓଡ଼ିଆ ଅସ୍ମିତା ତଳେ ପକାଇବା ପାଇଁ ଦେବା ନାହିଁ । 

ସମସ୍ତେ ମତ ମତାନ୍ତର, ମନାନ୍ତରକୁ ପଛରେ ପକାଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପାଇଁ ଆଗକୁ ଆସିବା ଉଚିତ୍ । 

କେଉଁଠି ତ୍ରୁଟି ରହିଲା ପରେ ବିଚାର କରିବା । ସ୍ଥିରତା ଆଣିବା ବର୍ତ୍ତମାନ ପରିସ୍ଥିତିରେ ପ୍ରାଥମିକତା ।