ନାଗରିକ କୈନ୍ଦ୍ରିକ ଶାସନ ପାଇଁ ଏକ ବୈପ୍ଳବିକ ପଦକ୍ଷେପ

May 1, 2026 - 11:01
 17
ନାଗରିକ କୈନ୍ଦ୍ରିକ ଶାସନ ପାଇଁ ଏକ ବୈପ୍ଳବିକ ପଦକ୍ଷେପ

ଓଡ଼ିଶା ଲୋକସେବା ଅଧିକାର ଆଇନକୁ ସୁଦୃଢ କରିବା ଏବଂ ସରକାରୀ ସେବାଗୁଡ଼ିକୁ ସମୟସୀମା ମଧ୍ୟରେ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ଓଡ଼ିଶା ସରକାର ଆସନ୍ଧା ମଇ ୨୦୨୬ ସୁଦ୍ଧା ଏହି ଆଇନ ଅଧୀନରେ “ସ୍ବୟଂଚାଳିତ ଅପିଲ ପ୍ରଣାଳୀ'' କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି କରୁଛନ୍ତି । ଓଡ଼ିଶା ଲୋକସେବା ଅଧୂକାର ଆଇନ ସମ୍ବନ୍ଧୀୟ ୩୨ଟି ବିଭାଗର ନୋଡାଲ ଅଧୂକାରୀମାନଙ୍କର ଏକ ସମୀକ୍ଷା ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏ ସଂପର୍କିତ ବୈଠକରୁ ଜଣାଯାଇ ଇଛି । ଏହି ପଦକ୍ଷେପ ରାଜ୍ୟର ପ୍ରଶାସନିକ ଦାୟିତ୍ୱବୋଧରେ ଏକ ମାଇଲ ଖୁଣ୍ଟ ହେବାକୁ ଯାଉଛି ।

ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ଠା ଗତକାଲି ବୁଧବାର ଆୟୋଜିତ ଏହି ବୈଠକ ନୋଡାଲ ଅଧୂକାରୀମାନଙ୍କୁ ସମ୍ବୋଧନ କରି ଶ୍ରୀ ବଶିଷ୍ଠ କହିଥିଲେ ଯେ, ନିକଟରେ ଓଡ଼ିଶା ସରକାରରଙ୍କ କ୍ୟାବିନେଟ୍ ବୈଠକରେ "ସ୍ବୟଂଚାଳିତ ଅପିଲ ପ୍ରଣାଳୀ"କୁ ଅନୁମୋଦନ କରାଯାଇଛି । ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଅଭିଯୋଗ ଫଇସଲା ପ୍ରକ୍ରିୟାରେ ବିଳମ୍ବକୁ ଦୂର କରିବା । ଏହା ଫଳରେ ଯଦି ନିର୍ଦ୍ଧାରିତ ସମୟସୀମ ୟସୀମା ମଧ୍ୟରେ ପଦନାମିତ ଅଧୂକାରୀ ସେବା ପ୍ରଦାନ କରିବାରେ ବିଫଳ ହୁଅନ୍ତି, ତେବେ ବେ ସେହି ଆବେଦନ ସ୍ବୟଂଚାଳିତ ଭ ଭାବେ ଉଚ୍ଚତର ଅପିଲ କର୍ତ୍ତୃପକ୍ଷଙ୍କ ପାଖକୁ ଖକୁ ପ୍ରେରିତ ହେବ । ସ୍ବୟଂଚାଳିତ ଅପିଲ ପ୍ରଣାଳୀର ଚୀର କାର୍ଯ୍ୟାନ୍ବୟନ ଓଡ଼ିଶାର ପ୍ରଶାସନିକ ଉତ୍ତର ଦାୟିତ୍ବବୋଧତାର ଏକ ନୂତନ ଯୁଗର ଆରମ୍ଭ ସୂଚିତ କରୁଛି 19099 ମଇ ମଧ୍ଯରେ କାର୍ଯ୍ୟକାରୀ ହେବାକୁ ବ ଥୂବା ଏହି ପ୍ରଣାଳୀ ଯେ କୌଣସି ନାଗରିକଙ୍କୁ ତାଙ୍କର ଆଇନସମ୍ମତ ତ ଅଧୂକାର ଅନୁସାରେ ପାଇବାକୁ ଥୂବା ଯୋଗ୍ୟ । ସେବା ପାଇଁ ଯେପରି ଦୀର୍ଘଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ତାହାକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ବଶିଷ୍ଟ ପ୍ରକାଶ କରିଛନ୍ତି ।

ଯେ ଓଡ଼ିଶା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବବ୍ରତ ମଲ୍ଲିକ ଶାସନ ବ୍ୟବସ୍ଥାରେ "ସ୍ବୟଂଚାଳିତ ଅପିଲ" ବ୍ୟବସ୍ଥାର ଗୁରୁତ୍ବପୂର୍ଣ୍ଣ ତ୍ୱପୂର୍ଣ୍ଣ ଆବ ଆବଶ୍ୟକତା ଓ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଲୋକସେବା ଅଧୂକାର ଆଇନ ଅ ଅନେକ ସେବା ପ୍ରଦାନକୁ ସୁବ୍ୟବସ୍ଥିତ କରିଥିବା ବେଳେ "ସ୍ବୟଂଚାଳିତ ଅପିଲ" ବ୍ୟବସ୍ଥା ନାଗରିକଙ୍କ ନଙ୍କ ସମୟୋପଯୋଗୀ ସେବା ପାଇବାର ଅଧୂକାରକୁ ସୁରକ୍ଷା ଦେବାକୁ ନିଶ୍ଚିତ କରିବ । ଅତିରିକ୍ତ ଶାସନ ସଚିବ ଆହୁରି ମଧ୍ୟ ନୋଡାଲ ଅ ଲ ଅଧୂକାରୀମାନଙ୍କୁ ମେ ୨୦୨୬ ସମୟସୀମା ମଧ୍ୟରେ ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ସେମାନଙ୍କର ବିଭାଗୀୟ ଡାଟାବେସଗୁଡ଼ିକୁ କେନ୍ଦ୍ରୀୟ ପୋର୍ଟାଲ ସହ ସମ୍ପୂର୍ଣ୍ଣ ଭାବେ ସମନ୍ବିତ ହେବା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ ।

ସେ ଏ ଦିଗରେ ସମସ୍ତ ବିଭାଗର ସମନ୍ବିତ ପ୍ରୟାସକୁ ସ୍ବୀକାର କରି ଓଡ଼ିଶାକୁ ଡିଜିଟାଲ ଶାସନ ଓ ସାର୍ବଜନିକ ଦାୟିତ୍ବବୋଧତା ଦିଗରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାରେ ସମସ୍ତଙ୍କର ଅବଦାନକୁ ପ୍ରଶଂସା କରିଥିଲେ ।

ଏହି ବୈଠକରେ ଓଡ଼ିଶା ଲୋକସେବା ଅଧୂକାର ଆଇନର ପ୍ରକଳ୍ପ ସଂଯୋଜକ ଶ୍ରୀ ପିନାକି ମହାନ୍ତିଙ୍କ ସଂଯୋଜନାରେ ବୈଷୟିକ ଅଧୂବେଶନ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମହାନ୍ତି ବିଭିନ୍ନ ବିଭାଗରେ ଓଡ଼ିଶା ଲୋକସେବା ଅଧିକାର ଆଇନର କାର୍ଯ୍ୟାନ୍ବୟନର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ । ସେ ଆହୁରି “ସ୍ବୟଂଚାଳିତ ଅପିଲ ପ୍ରଣାଳୀ"ର ଗଠନାତ୍ମକ ଢାଞ୍ଚା ବିଷୟରେ ବିବରଣୀ ଦେଇଥିଲେ ଏବଂ ଡିଜିଟାଲ ସମନ୍ବୟ କିପରି ରହୁଥ‌ିବା ବିଭିନ୍ନ କାର୍ଯ୍ୟଗୁଡ଼ିକୁ ସୁନିଶ୍ଚିତ କରିବ, ସେ ସଂପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଏହି ବ୍ୟବସ୍ଥା ନିର୍ଦ୍ଧାରିତ ସମୟ ସୀମା ଭିତରେ ଅପିଲ ଶୁଣାଣି ନହେଲେ ନାଗରିକମାନେ ପୁନଃ ଆବେଦନ କରିବାକୁ ପଡ଼ିବ ନାହିଁ ଏବଂ ସ୍ବୟଂଚାଳିତ ଅପିଲ ଆରମ୍ଭ ହେବ । ୩୨ଟି ବିଭାଗ ମଧ୍ୟରେ ଫାଇଲର ଗତିବିଧୂକୁ ସମୟାନୁଭିତ୍ତରେ ତତକ୍ଷଣାତ ବା ରିୟଲ ଟାଇମ ଭିତ୍ତରେ ଟ୍ରାକ୍ କରିବାର ପାରଦର୍ଶିତା ବୃଦ୍ଧି କରିବ । ନାଗରିକମାନେ ତାଙ୍କର କାମ ସଂପର୍କରେ ବୁଝିବା ପାଇଁ ବାରଂବାର କାର୍ଯ୍ୟାଳୟକୁ ଯିବାର ପ୍ରୟୋଜନକୁ କମାଇବ ବୋଲି ସେ ପ୍ରକାଶ କରିଥିଲେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧୂକାରୀ ଶ୍ରୀ ସମରେନ୍ଦ୍ର ଷଡ଼ଙ୍ଗୀ ଏହି ସମୀକ୍ଷା ବୈଠକକୁ ସଂଯୋଜନା କରିଥିଲେ ।