କନଫେଡେରେସନ୍ ଅଫ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ର ଓଡିଶା CSR କନକ୍ଳେଭ ୨୦୨୫...
ଭୁବନେଶ୍ୱର ରେ ଓଡିଶା ସିଏସଆର କନକ୍ଲେଭ ୨୦୨୫ କୁ ସଫଳତାର ସହିତ ଆୟୋଜନ କରିଛି କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (CII), ଯେଉଁଥିରେ ଓଡିଶାର ସାମାଜିକ-ଅର୍ଥନୈତିକ ପରିବର୍ତନରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ର ଭୂମିକାକୁ ସଶକ୍ତ କରିବା ଉପରେ ଆଲୋଚନା କରିବା ପାଇଁ ବ୍ୟବସାୟୀ, ନୀତି ନିର୍ମାତା, ବିକାଶ ସହଯୋଗୀ ଏବଂ ସାମାଜିକ ସଂଗଠନଗୁଡିକ ଏକତ୍ରିତ ହୋଇଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମାନନୀୟ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କର୍ପୋରେଟ୍ କ୍ଷେତ୍ରକୁ ଆହ୍ୱାନ ଦେଇ କହିଥିଲେ ଯେ ସେମାନେ ନିଜର ସିଏସଆର ମଡେଲଗଡିକୁ ଶିଶୁ ଏବଂ ମହିଳା କଲ୍ୟାଣ, ଦକ୍ଷତା ବିକାଶ ଏବଂ ଡିଜିଟାଲ୍ ସମାବେଶ, ଆଦିବାସୀ ବିକାଶ, ସ୍ମାର୍ଟ୍ କୃଷି, ସ୍ୱାସ୍ଥ୍ୟସେବା ଏବଂ ପୁଷ୍ଟିକର ଖାଦ୍ୟ ଆଦି ଉପରେ ଧ୍ୟାନ ଦେଉଥିବା ରାଜ୍ୟ ସରକାରୀ ପ୍ରକଳ୍ପଗୁଡିକ ସହିତ ସଂଯୋଗ କରନ୍ତୁ।
କଳିଙ୍ଗ ନଗର, ଝାରସୁଗୁଡା ଏବଂ କେନ୍ଦୁଝର ଭଳି ଶିଳ୍ପ ହବଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ମୌଳିକ ସୁବିଧା ଉନ୍ନୟନ ଉଦ୍ୟମଗୁଡିକୁ ସଶକ୍ତ କରିବା ପାଇଁ ତାଙ୍କୁ ଏକ କ୍ଲଷ୍ଟର-ଆଧାରିତ ସିଏସଆର ପଦ୍ଧତି ଆପଣାଇବାକୁ ଗୁରୁତ୍ୱ ଦେଇଥିଲେ|
ସେ କର୍ପୋରେଟ୍ ସଂସ୍ଥାମାନଙ୍କୁ ଆହ୍ୱାନ ଦେଇଥିଲେ ଯେ ସେମାନେ ନିଜର ସିଏସଆର କାର୍ଯ୍ୟକଳାପକୁ ଅଧିକ ଅପହଂଚ ଜିଲ୍ଲାଗୁଡିକରେ ବିସ୍ତାରିତ କରନ୍ତୁ ଏବଂ ପଂଚାୟତ, ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ ଯୁବ କ୍ଲବ୍ଗୁଡିକୁ ଅନ୍ତର୍ଭୁକ୍ତ କରୁଥିବା ସହଭାଗିତାମୂଳକ ମଡେଲଗୁଡିକୁ ଗ୍ରହଣ କରନ୍ତୁ।
ଓଡିଶା ସରକାର ଏକ ସମର୍ପିତ ସିଏସଆର ସେଲ୍ ଏବଂ ସ୍ୱେଚ୍ଛାକୃତ ମୂଲ୍ୟାଙ୍କନ ପଦ୍ଧତି ସହିତ କର୍ପୋରେଟ୍ ସଂସ୍ଥାମାନଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ବୋଲି ସେ ଆଶ୍ୱାସନ ଦେଇଥିଲେ।
ଉନ୍ନୟନ କମିସନର ଏବଂ ଓଡିଶା ସରକାରଙ୍କ ଯୋଜନା ଏବଂ ସମନ୍ୱୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତି ଅନୁ ଗର୍ଗ ଉଲ୍ଲେଖ କରିଥିଲେ ଯେ ବଡ଼ ଏବଂ ଛୋଟ ଉଭୟ ଶିଳ୍ପ ରାଜ୍ୟରେ କ୍ରୀଡା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବିକା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛନ୍ତି।