କଳିଙ୍ଗ ଚାରୁକଲା ମହାବିଦ୍ୟାଳୟର ୮ ତମ ବାର୍ଷିକ ଉତ୍ସବ...

Feb 25, 2026 - 17:46
 5
କଳିଙ୍ଗ ଚାରୁକଲା ମହାବିଦ୍ୟାଳୟର ୮ ତମ ବାର୍ଷିକ ଉତ୍ସବ...

କଳିଙ୍ଗ ଚାରୁକଲା ମହାବିଦ୍ୟାଳୟର ୮ ତମ ବାର୍ଷିକ ଉତ୍ସବ...

କଳିଙ୍ଗ କଲେଜ ଅଫ ଆର୍ଟ ବା କଳିଙ୍ଗ ଚାରୁ କଳା ମହାବିଦ୍ୟାଳୟ ର ୮ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚଳିତ ମାସ ୨୪ ତାରିଖ ରେ ରାଜ୍ୟ ସଂଗ୍ରହଳୟ ସ୍ଥିତ କଳିଙ୍ଗ ଆର୍ଟ ଗାଲେରୀ ପରିସରରେ ସୂଚାରୁ ରୂପେ ଉଦ୍ଘାଟନ ହୋଇଯାଇଛି । 

ଏହି ସଭାରେ ବରିଷ୍ଠ ଭାସ୍କର୍ଜ୍ୟ ଶିଳ୍ପୀ ଗୁରୁ ଶ୍ରୀଯୁକ୍ତ ସୂଦର୍ଶନ ସାହୂ, ପଦ୍ମ ବିଭୂଷଣ ପୁରସ୍କୃତ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ।

 

ମୂଖ୍ୟ ଅତିଥି ଭାବେ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ର କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗ ଦେଇ ଚିତ୍ରକଳା ସମାଜ ର ଏକ ଅବିଛେଦ୍ୟ ଅଙ୍ଗ, କଳା ବିନା ସମାଜ ରଙ୍ଗ ହୀନ, ଓ ସ୍ବାଦ ହୀନ । 

ଓଡ଼ିଶା ହେଉଛି ବିଷ୍ଣୁ କଳାର ଗନ୍ତାଘର ଭାବେ ପରିଚିତ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ ।

ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ବହୁ ସୁନ୍ଦର କଳା କୃତୀ କୁ ନେଇ ହୋଇ ଥୁବା ଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖ୍ ଥିଲେ । 

ବରେଣ୍ୟ ଅତିଥି ଭାବେ ରମା ଦେବୀ ବିଶ୍ବବିଦ୍ୟାଳୟର କୁଳ ସଚିବ ଶ୍ରୀମତୀ ମନସ୍ପିନୀ ସାହୁ ଉପସ୍ଥିତି ରହି ଓଡ଼ିଶା ର ସମସାମୟିକ ଚିତ୍ର କଳା ଓ ଚିତ୍ର ଶିଳ୍ପୀଙ୍କ ଉପରେ ବକ୍ତବ୍ୟ ଦେଇଥିଲେ ଏବଂ ଶ୍ରୀମତୀ ସାହୁଙ୍କ ତରଫରୁ ୩ ଜଣ ଛାତ୍ରଙ୍କୁ ୧୦,୦୦୦ ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ |

ଏଥି ସହିତ ସୋମନାଥ ନୀଳିମା ମେମୋରିଆଲ ଓ ସୌମ୍ୟ ମେମୋରିଆଲ, ନାମରେ ୫୦୦୦ ଲେଖାଏ ଅର୍ଥ ରାଶି ପୁରସ୍କାର ବାବଦରେ ୨ ଜଣ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଉପଢୌକନ ଓ ମାନପ‌ତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । 

ଏଥ୍ ସହିତ ଶିକ୍ଷାବିତ ହାଡିବନ୍ଧୁ ହାଲି ମେମୋରିଆଲ ଟ୍ରଷ୍ଟ ତରଫରୁ ୧୦,୦୦୦ ଅର୍ଥ ରାଶି ପୁରସ୍କାର ବାବଦରେ ୩ ଜଣ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଉପଢୌକନ ଓ ମାନପ‌ତ୍ର ସହ ପ୍ରଦାନ କରାଯାଇଥିଲା

ମହାବିଦ୍ୟାଳୟର ଅଧକ୍ଷ୍ୟ ତାରକାନ୍ତ ପରିଡ଼ା ସ୍ଵାଗତ ଭାଷଣ ଦେଇଥିଲେ । ବହୁ ଖ୍ୟାତନାମା ଚିତ୍ର ଶିଳ୍ପୀ, ଚିତ୍ର ପ୍ରେମୀ ଓ ଅଭିଭାବକ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । 

ଏହି ପରିପ୍ରେକ୍ଷି ରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଯଥା ଚିତ୍ରା ମିଶ୍ର, ସ୍ବର୍ଣ ଲତା ଶତପଥୀ, ମନୋରଞ୍ଜନ ଦାସ, ସୁବ୍ରତ ମହାନ୍ତି ଓ ଅନିତା ସାହୁ ଏହି କାର୍ଯ କ୍ରମଟିକୁ ସମ୍ପାଦନ କରିଥିଲେ । କାର୍ଯ କ୍ରମଟିକୁ ଶିବନନ୍ଦ ବେହେରା ପରିଚାଳନା କରିଥିଲେ I ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକର୍ମ ପୁରସ୍କାର ବିତରଣ ଉତ୍ସବଟିକୁ ସୂଚାରୁ ରୂପେ ଆୟୋଜନ କରାଯାଇଥିଲା ।

 

କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ସଦସ୍ୟ ଶ୍ରୀଯୁକ୍ତ ବିକାଶ ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ । 

ଶେଷରେ ସାମ୍ବାଦିକ ଦିଲୀପ ହାଲି ଧନ୍ୟବାଦ ଅର୍ପଣ କରିଥିଲେ 

ଏହି ଚିତ୍ର କଳା ପ୍ରଦର୍ଶନୀ ଟି ଆସନ୍ତା ମାସ ୧ ତାରିଖ ପର୍ୟନ୍ତ ଚାଲିବ ବୋଲି କଲେଜ ର ଅଧକ୍ଷ୍ୟ ତାରକାନ୍ତ ପରିଡ଼ା ଜଣାଇଛନ୍ତି ।