କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ଯକ୍ଷ ଧ୍ଯକ୍ଷତାରେ କୃଷି ଯନ୍ତ୍ରପାତି ପାଇଁ ଜିଏସଟି ସଂସ୍କାର ଉପରେ ଗୁରୁତ୍ବପୂର୍ଣ ପୂର୍ଣ୍ଣ ବୈଠକ ଅନୁଷ୍ଠିତ
କୃଷି । ଯାନ୍ତ୍ରିକୀକରଣ ସଙ୍ଗଠନଗୁଡ଼ିକର ପ୍ରତିନିଧୂମାନେ ଜିଏସଟି ହାର ହ୍ରାସକୁ ସ୍ବାଗତ କରିଛନ୍ତି
"ଜିଏସଟି ସଂସ୍କ ସଂସ୍କାର ପରେ କୃଷି । ଯନ୍ତ୍ରପାତି ଏବଂ ' ଟ୍ରାକ୍ଟର ଶସ୍ତା ହୋଇଛି, ଯାହା କୃଷକମାନଙ୍କୁ ବଡ଼ ଆଶ୍ବସ୍ତି ଦେଇଛି"-ଶ୍ରୀ ଶିବରାଜ ସିଂହ
"ଉତ୍ପାଦନକାରୀମାନେ ମଧ୍ଯସ୍ଥିମାନଙ୍କୁ ଅଣଦେଖା କରିବା ଉଚିତ, ଯାହାଦ୍ବାରା ସିଧାସଳଖ କୃଷକମାନଙ୍କ ନିକଟରେ ଏହାର ଲାଭ ପହଞ୍ଚିପାରିବ"-ଶ୍ରୀ ଚୌହାନ
"ଅକ୍ଟୋବର ୩ ରୁ ଆରମ୍ଭ ହେଉଥିବା ‘“ବିକଶିତ କୃଷି ସଂକଳ୍ପ ଅଭିଯାନ" ସମୟରେ କୃଷକମାନଙ୍କୁ ଜିଏସଟି ସଂସ୍କାର ବିଷୟରେ ମଧ୍ଯ ଅବଗତ କରାଯିବ "- କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ କୃଷି ଯନ୍ତ୍ରପାତି ପାଇଁ ସଦ୍ୟତମ ଜିଏସଟି (ଦ୍ରବ୍ୟ ଏବଂ ସେବା ଟିକସ) ସଂସ୍କାର ଉପରେ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ଯକ୍ଷତା କରିଛନ୍ତି। ଟ୍ରାକ୍ଟର ଆଣ୍ଡ ମେକାନାଇଜେସନ୍ ଆସୋସିଏସନ୍ (ଟି. ଏମ୍. ଏ.), କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂଘ (ଏ. ଏମ୍. ଏମ୍. ଏ.), ଅଖୂଳ ଭାରତୀୟ କମ୍ବାଇନ୍ ମାନୁଫାକ୍ଟରର୍ସ ଆସୋସିଏସନ୍ (ଏ.ଆଇ.ସି.ଏମ୍.ଏ. ଏବଂ ପାୱାର ଟିଲର ଆସୋସିଏସନ୍ ଅଫ୍ ଇଣ୍ଡିଆ (ପି.ଟି.ଏ.ଆଇ.) ର ପ୍ରତିନିଧୂମାନେ ବ୍ୟକ୍ତିଗତ ଭାବେ ଏବଂ ଭଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।
ବୈଠକ ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଶ୍ରୀ ଚୌହାନ ଜିଏସଟି ହାର ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଲୋଚନାର ବିବରଣୀ ସେୟାର କରିଥିଲେ। ସେ କହିଥିଲେ ଯେ କୃଷି ଯନ୍ତ୍ରପାତି ଉପରେ ଜିଏସଟି, ଯାହା ପୂର୍ବରୁ ୧୨ ପ୍ରତିଶତ ଏବଂ ୧୮ ପ୍ରତିଶତ ଥିଲା, ଏବେ ସେପ୍ଟେମ୍ବର ୨୨ରୁ ହ୍ରାସ ପାଇ ୫ ପ୍ରତିଶତରେ ପହଞ୍ଚିଛି। ଏହି ହ୍ରାସ ସିଧାସଳଖ କୃଷକମାନଙ୍କୁ ଲାଭାନ୍ବିତ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ କେନ୍ଦ୍ର ସରକାର କୃଷକମାନଙ୍କ ଆୟ ବୃଦ୍ଧି ସୁନିଶ୍ଚିତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ, ଯେଉଁପାଇଁ ଉଭୟ ଉତ୍ପାଦକତା ବୃଦ୍ଧି ଏବଂ ବ୍ୟୟ ହ୍ରାସ ଆବଶ୍ୟକ, ଏବଂ ଉଭୟ ଲକ୍ଷ୍ୟ ହାସଲ କରିବା ଲାଗି କୃଷିର ଯାନ୍ତ୍ରିକୀକରଣ ଗୁରୁତ୍ବପୂର୍ଣ୍ଣ।
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ବୈଠକ ସମୟରେ ଯନ୍ତ୍ରପାତି ନିର୍ମାତା ସଂଘର ସମସ୍ତ ପ୍ରତିନିଧୂଙ୍କୁ କୁହାଯାଇଥିଲା ଯେ ସେପ୍ଟେମ୍ବର ୨୨ରୁ ହ୍ରାସ କରାଯାଇଥିବା ଜିଏସଟି ହାର ସମ୍ପୂର୍ଣ୍ଣ ସ୍ବଚ୍ଛତା ସହିତ ସିଧାସଳଖ କୃଷକମାନଙ୍କୁ ଲାଭାନ୍ବିତ କରିବ । ଶ୍ରୀ ଚୌହାନ କହିଥିଲେ ଯେ ଜିଏସଟି ହାର ହ୍ରାସ ଏକ ବଡ଼ ପଦକ୍ଷେପ, ଯାହାର ବ୍ୟାପକ ପ୍ରଭାବ ପଡ଼ିବ । ଗୁରୁତ୍ବପୂର୍ଣ୍ଣ ମୂଲ୍ୟ ହ୍ରାସ ବିଷୟରେ
ସୂଚାଇ ସେ କହିଥିଲେ :