କେନ୍ଦ୍ର ବଜେଟ୍ ୨୦୨୬-୨୭: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍, ଯାହା ଓଡ଼ିଶାକୁ ବେଶ୍ ଲାଭବାନ କରିବ
କେନ୍ଦ୍ର ବଜେଟ୍ ୨୦୨୬-୨୭: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍, ଯାହା ଓଡ଼ିଶାକୁ ବେଶ୍ ଲାଭବାନ କରିବ
କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ବିବୃତି
କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଆଜି କେନ୍ଦ୍ର ବଜେଟକୁ ସ୍ବାଗତ କରି ଏହାକୁ ଏକ ଦୂରଦୃଷ୍ଟିସମ୍ପନ୍ନ ଏବଂ ସମାବେଶୀ ବଜେଟ ଭାବେ ବର୍ଣ୍ଣନା କରିଛନ୍ତି, ଯାହା ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ଜନଜାତି ସମ୍ପ୍ରଦାୟଙ୍କୁ, ବିଶେଷ କରି ଓଡ଼ିଶାବାସୀଙ୍କୁ ସ୍ଥାନ ଦେଇଛି।
ଗଣମାଧ୍ଯମକୁ ସମ୍ବୋଧୂତ କରି ମନ୍ତ୍ରୀ କହିଛନ୍ତି ଯେ ଜନଜାତି ବହୁଳ ଅଞ୍ଚଳରେ ଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଶିଳ୍ପ ବିକାଶ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିବା ସହିତ ଅନୁସୂଚିତ ଜନଜାତିର ସାମଗ୍ରିକ, କ୍ଷେତ୍ର ଭିତ୍ତୀକ ଏବଂ ଜନ କୈନ୍ଦ୍ରିକ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ବଜେଟ୍ ଦୃଢ କରିବ।
ଜନଜାତିଙ୍କ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ
ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ବଜେଟ୍ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଚାଲୁଥିବା ପ୍ରମୁଖ ପଦକ୍ଷେପଗୁଡ଼ିକୁ ଆହୁରି ସୁଦୃଢ଼ କରିଛି, ଯେଉଁଥୂରେ ଅନୁର୍ଭୁକ୍ତ ରହିଛି:
ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ସମ୍ପ୍ରସାରଣ, ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଜନଜାତି ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଉପଲବ୍ଧତାରେ ଉନ୍ନତି ଆଣିବା।
ବିଶେଷ କରି ସମ୍ବେଦନଶୀଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଙ୍କ ପାଇଁ ଭିତ୍ତିଭୂମି, ଜୀବିକା ଏବଂ ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ମିଶନ-ମୋଡ ପଦକ୍ଷେପ ଅଧୀନରେ ସମନ୍ବିତ ଗ୍ରାମ ବିକାଶ କାର୍ଯ୍ୟକ୍ରମ।
ଜନଜାତି ଅଞ୍ଚଳର ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ସ୍ବାସ୍ଥ୍ୟ, ପୁଷ୍ଟିସାଧନ, ପ୍ରାରମ୍ଭିକ ଶୈଶବ ଯନ୍ତ୍ର ଏବଂ ଯୁବବିକାଶ କ୍ଷେତ୍ରରେ ଗୋଷ୍ଠୀ ଭିତ୍ତୀକ ହସ୍ତକ୍ଷେପ।
ବିକଶିତ ଭାରତ ପାଇଁ ଜନଜାତି ସମ୍ପ୍ରଦାୟକୁ ସଶକ୍ତି କରିବା
ଶ୍ରୀ ଜୁଏଲ ଓରାମ ଗୁରୁତ୍ବାରୋପ କରି କହିଥିଲେ ଯେ କେନ୍ଦ୍ର ବଜେଟ୍ ୨୦୨୬-୨୭ ′ ବିକଶିତ ଭାରତ' ର ପରିକଳ୍ପନା ସହିତ ମେଳ ଖାଉଛି, ଯାହା ସୁନିଶ୍ଚିତ କରୁଛି ଯେ ଜନଜାତି ସମ୍ପ୍ରଦାୟମାନେ ଅଲୋଡା ହିତାଧୂକାରୀ ନୁହନ୍ତି, ବରଂ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶୀଦାର ।
ଭାରତର ଜନଜାତି ଏବଂ ଖଣିଜ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ବଜେଟ୍ ସ୍ବୀକୃତି ଦେଇଛି। ସାମାଜିକ କଲ୍ୟାଣ, ଶିକ୍ଷା, ଜୀବିକା ଏବଂ ଶିଳ୍ପ ବିକାଶକୁ ମିଶାଇ ଏହି ବଜେଟ୍ ଜନଜାତି ପରିବାର, ବିଶେଷ କରି ଓଡ଼ିଶାରେ ସ୍ଥାୟୀ ଏବଂ ମର୍ଯ୍ୟାଦାଜନକ ପ୍ରଗତି ଆଣିବ ବୋଲି ମନ୍ତ୍ରୀ କହିଛନ୍ତି।
କୌଣସି ଜନଜାତି ସମ୍ପ୍ରଦାୟକୁ ପଛରେ ନପକାଇବା ଲାଗି ସରକାରଙ୍କ ସଂକଳ୍ପକୁ ଦୋହରାଇ, ବଜେଟର ବ୍ୟବସ୍ଥା ସ୍ଥାୟୀ ଆୟ ସୃଷ୍ଟି ସାମାଜିକ ସଶକ୍ତିକରଣ ଏବଂ ସମାବେଶୀ ବିକାଶ ଦିଗରେ ବାଟ କଢ଼ାଇବ ବୋଲି ସେ ଆତ୍ମବିଶ୍ବାସ ବ୍ୟକ୍ତି କରିଥିଲେ।
ଓଡ଼ିଶାକୁ ବଡ଼ ସଫଳତା
ଶ୍ରୀ ଓରାମ ଗୁରୁତ୍ବାରୋପ କରି କହିଥିଲେ ଯେ ସମୃଦ୍ଧ ଜନଜାତି ଐତିହ୍ୟ ଏବଂ ଖଣିଜ ସମ୍ପଦ କାରଣରୁ ଓଡ଼ିଶା କେନ୍ଦ୍ର ବଜେଟର ଏକ ପ୍ରମୁଖ ହିତାଧୂକାରୀ ଭାବେ ଉଭା ହୋଇଛି।
ବିରଳ-ମୃତ୍ତିକା ଏବଂ ଗୁରୁତ୍ବପୂର୍ଣ୍ଣ ଖଣିଜ କରିଡର:
ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକରେ ଉତ୍ସର୍ଗୀକୃତ ବିରଳ-ମୂଷିକା କରିଡରର ଘୋଷଣା ଓଡ଼ିଶାକୁ ବିଶେଷ ଭାବେ ଲାଭାନ୍ବିତ କରିବ।
ଏହି ପଦକ୍ଷେପ ଦ୍ବାରା ଭାରତର ଉଚ୍ଚ-ପ୍ରଯୁକ୍ତି ଏବଂ ସ୍ବଚ୍ଛ-ଶକ୍ତି ଇକୋସିଷ୍ଟମରେ ରାଜ୍ୟକୁ ଏକ ରଣନୈତିକ ହବ୍ ଭାବରେ ଅବସ୍ଥାପିତ କରିବା ସହିତ ମୂଲ୍ୟ ସଂଯୋଜନ, ନିମ୍ନମୁଖୀ ଉତ୍ପାଦନ ଏବଂ ସ୍ଥାନୀୟ ନିଯୁକ୍ତି, ବିଶେଷ କରି ଜନଜାତି ଅଞ୍ଚଳରେ, ଉତପ୍ରେରକ ହେବବୋଲି ଆଶା କରାଯାଉଛି ।
ଭିତ୍ତଭୂମି ଏବଂ ଶିଳ୍ପ ବିକାଶକୁ ପ୍ରୋତ୍ସାହନ:
ବନ୍ଧିତ ଜାତୀୟ ପୁଞ୍ଜି ବ୍ୟୟ ଓଡ଼ିଶାର ଜନଜାତି ବହୁଳ ଜିଲ୍ଲାଗୁଡ଼ିକରେ ଉନ୍ନତ ସଡ଼କ, ରେଳ, ଡିଜିଟାଲ ଏବଂ ସାମାଜିକ ଭିତ୍ତଭୂମିରେ ରୂପାନ୍ତରିତ ହେବ, ଯାହା ଜନଜାତି ଉତ୍ପାଦକ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ସଂଯୋଗ ଏବଂ ବଜାର ପ୍ରବେଶକୁ ମଜବୁତ କରିବ।
ଏମ୍. ଏସ୍. ଏମ୍. ଇ. ଏବଂ ଜନଜାତି ଉଦ୍ୟୋଗଗୁଡ଼ିକୁ ସହାୟତା ପ୍ରଦାନ:
ପ୍ରସ୍ତାବିତ ଏମ୍. ଏସ୍. ଏମ୍. ଇ. ଅଭିବୃଦ୍ଧି ପାଣ୍ଠି ଏବଂ ଆତ୍ମନିର୍ଭରଶୀଳ ଗୋଷ୍ଠୀଗୁଡ଼ିକ ଉପରେ ନିରନ୍ତର ଗୁରୁତ୍ବ ଦିଆଯିବା ଦ୍ବାରା ଓଡ଼ିଶାର ଜନଜାତି କାରିଗର, ଜଙ୍ଗଲ ଭିତ୍ତୀକ ଗୋଷ୍ଠୀ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନେ ସେମାନଙ୍କ କାର୍ଯ୍ୟକଳାପକୁ ବ୍ୟାପକ କରିବା ସହିତ ଜାତୀୟ ତଥା ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳା ସହିତ ଯୋଡ଼ି ହୋଇପାରିବେ।