କେନ୍ଦ୍ରମନ୍ତ୍ରୀଙ୍କ ପତ୍ରର ପ୍ରତ୍ୟୁତ୍ତର । ରଖୁଲା ଭିଏଫଏସ୍ ଗ୍ଲୋବାଲ ଭୁବନେଶ୍ବରରେ ଖୋଲିବ ‘ଭିଏଫଏସ ଟ୍ରେ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର' -ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀଙ୍କ ପତ୍ରର ପ୍ରତ୍ୟୁତ୍ତର । ରଖୁଲା ଭିଏଫଏସ୍ ଗ୍ଲୋବାଲ ଭୁବନେଶ୍ବରରେ ଖୋଲିବ ‘ଭିଏଫଏସ ଟ୍ରେ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର' -ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କ କର୍କାରିଆଙ୍କୁ ଧନ୍ୟବାଦ ଜଣାଇଲେ
ସେପ୍ଟେମ୍ବ ସ୍ଟମ୍ବର ୨,୨୦୨୫ରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍. ଜୟଶଙ୍କରଙ୍କୁ ଏ ସମ୍ପର୍କରେ ପତ୍ର
ଭି ดิงค ଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିଥିଲେ
ଏହି କେନ୍ଦ୍ରର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥ୍ ଭାବେ ଯୋଗଦେବା ପାଇଁ ଭିଏଫଏସ ଗ୍ଲୋବାଲ ପକ୍ଷରୁ ନିମନ୍ତ୍ରଣ
ଓଡ଼ିଶାର ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀମାନଙ୍କୁ ଆଉ ଭିସା କାମ ପାଇଁ କୋଲକାତା କିମ୍ବା ଅନ୍ୟ ସହରକୁ ଯିବାକୁ ପଡ଼ିବ ନାହିଁ
ସେମାନଙ୍କର ସମୟ, ଅର୍ଥ ବଞ୍ଚିବା ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ଓଡ଼ିଶାର ଆନ୍ତର୍ଜାତୀୟ ସଂଯୋଗୀକରଣ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ
ନୂଆଦିଲ୍ଲୀ/ଭୁବନେଶ୍ବର, ଫେବୃୟାରୀ ୨୧ - ଆସନ୍ଧା ୧ ଏପ୍ରିଲ ୨୦୨୬ ଅର୍ଥାତ୍ ‘ଓଡ଼ିଶା ଦିବସ' ଅବସରରେ
ଭୁବନେଶ୍ବରରେ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର' କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖ୍ ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ଜୁବିନ କର୍କାରିଆ ସୂଚିତ କରିଛନ୍ତି ।
ଓଡ଼ିଶାରୁ ବିଦେଶକୁ ଉଚ୍ଚଶିକ୍ଷା ଓ ବ୍ୟବସାୟ ପାଇଁ ଯାଉଥିବା ଯୁବବର୍ଗଙ୍କ ସୁବିଧା ପାଇଁ ଶ୍ରୀ ପ୍ରଧାନ ଗତବର୍ଷ ଅର୍ଥାତ୍ ତ୍ ସେପ୍ଟେମ୍ବର ୨,୨୦୨୫ରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍. ଜୟଶଙ୍କରଙ୍କୁ ପତ୍ର ଲେ ଲେଖ୍ ଏକ ସ୍ଥାନୀୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ଏଥିସହିତ ସେ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ ର୍ଚାରିଆଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିଲେ । ତେବେ ଭିଏଫଏସର ଗ୍ଲୋବାଲ ସିଇଓ ଏହି ପ୍ରସ୍ତାବକୁ ସ୍ବୀକାର କରି କରି ଭୁବନେଶ୍ବରରେ ୧ ଏପ୍ରିଲ ୨୦୨୬ ରୁ ଭିସା ଆବେଦନ କେନ୍ଦ୍ର ଖୋଲିବା ନେଇ କେନ୍ଦ୍ରମ ପ୍ରଧାନଙ୍କୁ ପତ୍ର ଲେଖ୍ ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ୟୁ କେତେକ ବଛାବ ଦ୍ରମନ୍ତ୍ରୀ ଶ୍ରୀ ୟୁକେ ଏବଂ ବଛାବଛା ଦେଶ ପାଇଁ ଭିସା ଆବେଦନ ଗ୍ରହଣ କରାଯିବ । ପରବର୍ତ୍ତୀ ସମୟରେ ଚାହିଦା ଅନୁଯାୟୀ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ । ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯ ଆଯାଇ ନିଯୁକ୍ତି ପ୍ରଦାନ କରାଯିବ । ଭିସା କେନ୍ଦ୍ର ସହିତ 'ଭିସା କନସିଅର୍ଜ ସେବା' ମଧ୍ୟ ଉପଲବ୍ଧ ହେବ, ଯାହା ଫର୍ମ ପୂରଣ, ବୀମା ବ ଏବଂ ଅନ୍ୟାନ୍ୟ ପ୍ରକ୍ରିୟାକୁ ସହଜ କରିବ ।
ଶ୍ରୀ ପ୍ରଧାନ ପ୍ରଧାନ ‘ଏକ୍ସ'ରେ ଏ ନେଇ ଖୁସି ବ୍ୟକ୍ତି କରିବା ସହ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଏହି ପଦକ୍ଷେପ ଦ୍ବାରା ଓଡ଼ିଶାର ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀମାନଙ୍କୁ ଆଉ ଭିସା କାମ ପାଇଁ କୋଲକାତା କିମ୍ବା ଅମ ଅନ୍ୟ ସହରକୁ ଯିବାକୁ ପଡ଼ିବ ନାହିଁ । ଏହାଦ୍ବାରା ସେମାନଙ୍କର ସମୟ, ଅର୍ଥ ଓ ପରିଶ୍ରମ ବଞ୍ଚିବା ସହ ସ୍ଥାନୀୟ ଯୁବ ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଓଡ଼ିଶାର ଆନ୍ତର୍ଜାତୀୟ ସଂଯୋଗୀକରଣ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ ।