କୋଲକାତାଠାରେ ଅନୁଷ୍ଠିତ ହେବ ଅନୁର୍ଜାତୀୟ ଯୋଗ ଦିବସ ୨୦୨୬ର ମୁଖ୍ୟ କାର୍ଯ୍ୟକ୍ରମ; ବିଷୟବସ୍ତୁ ‘ସ୍ବାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ଯୋଗ'
ଆଇଡିୱାଇ ୨୦୨୬ର ୨୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭରେ ଖଜୁରାହୋରେ ହଜାର ହଜାର ଲୋକଙ୍କ ଯୋଗଦାନ 'ଯୋଗ ସଙ୍ଗମ ପୋର୍ଟାଲ', 'ଯୋଗ ପାର୍କ ପୋର୍ଟାଲ', ଏବଂ ନୂତନ 'ଯୋଗ ଟି-ସାର୍ଟ' ଉନ୍ମୋଚିତ
"ଖଜୁରାହୋରେ ଯୋଗ ଏବଂ ସୁସ୍ଥତା ପାଇଁ ଏକ ବିଶ୍ବସ୍ତରୀୟ କେନ୍ଦ୍ର ହେବାର ସମ୍ଭାବନା ଅଛି": ଶ୍ରୀ ପ୍ରତାପରାଓ ଯାଧବ
"ଯୋଗ ଏବଂ ଖଜୁରାହୋ ଭାରତର ସାଂସ୍କୃତିକ ଐତିହ୍ୟର ଅବିଚ୍ଛେଦ୍ୟ ପ୍ରତୀକ": ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ
ଅନୁର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୬ର ମୁଖ୍ୟ ଉତ୍ସବ ୨୧ ଜୁନରେ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ଵ) ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବ ଆଜି ଘୋଷଣା କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି "ସ୍ବାସ୍ଥ୍ୟକର ବାଦ୍ଧକ୍ୟ ପାଇଁ ଯୋଗ", ଯାହା ଶାରୀରିକ ସ୍ବାସ୍ଥ୍ୟ, ମାନସିକ ସୁସୁତା ଏବଂ ସୁସୁ ବାଦ୍ଧକ୍ୟକୁ ପ୍ରୋତ୍ସାହିତ କରିବା ଭୂମିକା ଉପରେ ଆଲୋକପାତ କରେ।
ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳ ଖଜୁରାହୋର ପଶ୍ଚିମ ମନ୍ଦିର ସମୂହରେ ଆୟୋଜିତ 'ଯୋଗ ମହୋତ୍ସବ ୨୦୨୬' ସମୟରେ ଏହି ଘୋଷଣା କରାଯାଇଥିଲା। ଏହା ସହିତ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୨୫ ଦିନିଆ କାଉଣ୍ଟଡାଉନ୍ ମଧ୍ୟ ଆରମ୍ଭ ହୋଇଥିଲା। ଆୟୁଷ ମନ୍ତ୍ରଣାଳୟ ଅଧୀନରେ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ (ଏମଡିଏନଆଇୱାଇ) ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ, ହଜାର ହଜାର ଯୋଗ ଉତ୍ସାହୀ ବ୍ୟକ୍ତି 'ସାଧାରଣ ଯୋଗ ପ୍ରୋଟୋକଲ୍'ର ଏକ ସାମୂହିକ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ।
ସମାବେଶକୁ ସମ୍ବୋଧୂତ କରି ଶ୍ରୀ ଯାଧବ କହିଛନ୍ତି ଯେ ଭାରତର ପାରମ୍ପରିକ ଐତିହ୍ୟ ଏବଂ ଆଧ୍ୟାତ୍ମିକ ଚେତନାରେ ବୁଡ଼ି ରହିଥିବା କୋଲକାତା ଅନୁର୍ଜାତୀୟ ଯୋଗ ଦିବସ ୨୦୨୬ର ମୁଖ୍ୟ ଉତ୍ସବ ଆୟୋଜନ କରିବ। "ସ୍ବାସ୍ଥ୍ୟକର ବାଦ୍ଧକ୍ୟ ପାଇଁ ଯୋଗ" ବିଷୟବସ୍ତୁ ବୟସ ବୃଦ୍ଧି ସମୟରେ ସାମଗ୍ରିକ କଲ୍ୟାଣକୁ ପ୍ରୋତ୍ସାହିତ କରିବାରେ ଯୋଗର ବନ୍ଧିତ ଗୁରୁତ୍ବକୁ ପ୍ରତିଫଳିତ କରେ। ଯୋଗ ଭାରତର ପ୍ରାଚୀନ ଜ୍ଞାନକୁ ପ୍ରତିନିଧୂତ୍ବ କରେ ଏବଂ ପ୍ରତିରୋଧକ ସ୍ବାସ୍ଥ୍ୟସେବା ଏବଂ ସନ୍ତୁଳିତ ଜୀବନଯାପନରେ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରେ।
ଖଜୁରାହୋ, ଏହାର ସମୃଦ୍ଧ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସହିତ, ଭାରତର ପ୍ରାଚୀନ ପରମ୍ପରା ଏବଂ ସୁସୁତା ଅଭ୍ୟାସ ମଧ୍ୟରେ ସମନ୍ବୟକୁ ପ୍ରତିନିଧୂତ୍ବ କରେ ବୋଲି ଶ୍ରୀ ଯାଧବ ଉଲ୍ଲେଖ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ଏହି ସହର ଯୋଗ ଏବଂ ସୁସ୍ଥତା ପାଇଁ ଏକ ବିଶ୍ବ କେନ୍ଦ୍ର ଭାବରେ ଉଭା ହେବାର ସମ୍ଭାବନା ରଖୁଛି।
ଯୋଗ ଦୈନନ୍ଦିନ ଜୀବନର ଏକ ଅଂଶ ହେବା ଉଚିତ ବୋଲି ମନ୍ତ୍ରୀ ଗୁରୁତ୍ବାରୋପ କରି କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଆୟୁଷ ମନ୍ତ୍ରଣାଳୟ ନିରନ୍ଧର ଯୋଗାଯୋଗ ଏବଂ ଜନଭାଗୀଦାରୀ ମାଧ୍ୟମରେ ଯୋଗକୁ ପ୍ରତ୍ୟେକ ଗ୍ରାମ, ପରିବାର, ବିଦ୍ୟାଳୟ କାର୍ଯ୍ୟାଳୟ ৩০° ସମ୍ପ୍ରଦାୟକୁ ପହଞ୍ଚାଇ ଇବା ପାଇଁ କାର୍ଯ୍ୟ କରୁଛି। ପ୍ରତିରୋଧକ ସ୍ବାସ୍ଥ୍ୟସେବାର ଗୁରୁତ୍ବ ଉପରେ ଆଲୋକପାତ କରି 1 ଯାଧବ ଉଲ୍ଲେଖ କରିଥିଲେ ଯେ, ଯୋଗ ଏବଂ ଆୟୁଷ ଆହାର ଭଳି ପଦକ୍ଷେପ ସନ୍ତୁଳିତ ପୁଷ୍ଟିସାର, ଶୃଙ୍ଖଳିତ ଜୀବନଯାପନ ଏବଂ ସାମଗ୍ରିକ କଲ୍ୟାଣକୁ ପ୍ରୋତ୍ସାହିତ କରେ।
ଏହି ଅବସରରେ, କେନ୍ଦ୍ରମନ୍ତ୍ରୀ ଅନୁର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ଅନଲାଇନ୍ ପଞ୍ଜୀକରଣକୁ ସହଜ କରିବା ଏବଂ ଜନ ଅଂଶଗ୍ରହଣକୁ ସୁଦୃଢ଼ କରିବା ପାଇଁ ଯୋଗ ସଙ୍ଗମ ପୋର୍ଟାଲ୍ ପୁନଃଉନ୍ମୋଚନ କରିଥିଲେ। ରାଜ୍ୟ ଏବଂ ଅନୁଷ୍ଠାନଗୁଡ଼ିକରେ ସମର୍ପିତ ଯୋଗ ସୁଳୀଗୁଡ଼ିକର ବିକାଶକୁ ସମର୍ଥନ କରିବା ପାଇଁ ଯୋଗ ପାର୍କ ପୋର୍ଟାଲ୍ ମଧ୍ୟ ଉନ୍ମୋଚନ କରିଥିଲେ। ସେ ଯୋଗ, ସ୍ବାସ୍ଥ୍ୟ ଏବଂ ସୁସ୍ଥତାର ବାର୍ତ୍ତାକୁ ପ୍ରୋତ୍ସାହିତ କରୁଥିବା ଏକ ନୂତନ ଡିଜାଇନ୍ କରାଯାଇଥିବା ଯୋଗ ଟି-ସାର୍ଟ ମଧ୍ୟ ଉନ୍ମୋଚନ କରିଥିଲେ। ଯୋଗ ୩୬୫ ଅଭିଯାନ ଅଧୀନରେ ୧୦୦ ଦିନିଆ ମାଗଣା ଯୋଗ ତାଲିମ କାର୍ଯ୍ୟକ୍ରମରେ ଦୁଇ ଲକ୍ଷରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରି ଯୋଗ ମିତ୍ର ପ୍ରମାଣପତ୍ର ପାଇଛନ୍ତି ବୋଲି ସୂଚନା ଦେଇଥିଲେ।
ନିସ୍ଫୋରକ ସୁରକ୍ଷା ସଂଗଠନ (ପିଇଏଓ) ଏହି ସ୍ଥାନରେ କମ୍ରେସ୍ଡ ହାଇଡ୍ରୋଜେନ୍ ଗ୍ୟାସର ସଂରକ୍ଷଣ ଏବଂ ବଣ୍ଟନ ପାଇଁ ଆବଶ୍ୟକୀୟ ଲାଇସେନ୍ସ ପ୍ରଦାନ କରିଛି।
ନିର୍ଭରଯୋଗ୍ୟ ଏବଂ ତ୍ରୁଟିମୁକୁ ଚାଳନା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ବୈଷୟିକ ସହାୟତା ଏବଂ ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ସହିତ ଇନ୍ଧନ ପାଇଁ ଏକ ହାଇଡ୍ରୋଜେନ କମ୍ରେସର ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଏହା ସହିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକ ପୃଥକ କମ୍ରେସର ୟୁନିଟକୁ ପ୍ରସ୍ତୁତ ରଖାଯାଇଛି। ଉଦ୍ଯାନ ଲିକ୍ ଏବଂ ଅଗ୍ନିକାଣ୍ଡ ଚିହ୍ନଟ କରିବା ପାଇଁ ଉଦ୍ଯାନ ଉତ୍ପାଦନ, ସଂରକ୍ଷଣ ଏବଂ ବଣ୍ଟନ କେନ୍ଦ୍ରରେ ସ୍ଥାପିତ ବିଭିନ୍ନ ସୁରକ୍ଷା ସେନ୍ସରଗୁଡ଼ିକର ନିୟମିତ ପରିଦର୍ଶନ କରାଯିବ ଓ ସେଥ୍ରେ ଧୂଳି ଜମାଟକୁ ରୋକିବା ଏବଂ ସୁରକ୍ଷିତ ଚାଳନା ସୁନିଶ୍ଚିତ କରିବା ପାଇଁ ନିୟମିତ ଭାବରେ ଯାଞ୍ଚ ଏବଂ ପରିଷ୍କାର କରାଯିବ।
ଆର୍ଡିଏସଓ ଦ୍ବାରା ଅନୁମୋଦିତ ହାଇଡ୍ରୋଜେନ ଟ୍ରେନ-ସେଟ୍ ଏବଂ ହାଇଡ୍ରୋଜେନ ପ୍ଲାଣ୍ଟ ପାଇଁ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମାନୁଆଲ ମଧ୍ୟ ଉପଲବ୍ଧ କରାଯାଉଛି। ଶାକୁରବସ୍ତିରେ ପ୍ରସ୍ତାବିତ ରକ୍ଷଣାବେକ୍ଷଣ ସୁବିଧା ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା, ନିୟମିତ ଅଡିଟ୍ ଏବଂ ମାନକ ପରିଚାଳନା ପ୍ରକ୍ରିୟା (ଏସ୍ଓପି)ର ପାଳନ ସୁନିଶ୍ଚିତ କରାଯାଉଛି।
ଏହି ଅନୁମୋଦନ ସହ ହାଇଡ୍ରୋଜେନ ରିଫ୍ୟୁଏଲିଂ ପ୍ରଣାଳୀର ୨୪ ଘଣ୍ଟିଆ ତଦାରଖ, ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ତାଲିମପ୍ରାପ୍ତ ଏବଂ ପ୍ରମାଣିତ କର୍ମଚାରୀଙ୍କ ନିୟୋଜନ ଏବଂ ନିୟମିତ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ ସମୟସୂଚୀ କାର୍ଯ୍ୟକାରୀ କରିବା ସମେତ ବ୍ୟାପକ ସୁରକ୍ଷା ଏବଂ କାର୍ଯ୍ୟକ୍ଷମ ପ୍ରୋଟୋକଲର କଠୋର ପାଳନକୁ ବାଧ୍ୟତାମୂଳକ କରାଯାଇଛି। ଏହି କେଳ ଚାଳନାର ପ୍ରାରମ୍ଭିକ ପର୍ଯ୍ୟାୟରେ, ସୁଗମ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ତାଲିମପ୍ରାପ୍ତ ବୈଷୟିକ କର୍ମଚାରୀ ଟ୍ରେନ ସହିତ ରହିବେ।
ଏହି ପ୍ରକଳ୍ପ ଭାରତୀୟ ରେଳବାଇର ନବସୃଜନ, ଶକ୍ତି ଦକ୍ଷତା ଏବଂ ପରିବେଶ ଅନୁକୂଳ ପରିବହନ ପ୍ରତି ବ୍ୟାପକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ଏବଂ ଏହା ମଧ୍ୟ ଭାରତର ଜାତୀୟ ସ୍ବଚ୍ଛ ଶକ୍ତି ଏବଂ ନେଟ୍-ଶୂନ୍ୟ କାର୍ବନ ନିର୍ଗମନ ଲକ୍ଷ୍ୟ ସହିତ ସମନ୍ବିତ ।