ଖୁବ ଶୀଘ୍ର ଭୁବନେଶ୍ୱର ହେବ ବୁଲା କୁକୁର ମୁକ୍ତ ସହର
ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଅଞ୍ଚଳ ରେ ଆରମ୍ଭ ହେବ ବୁଲା କୁକୁର ଗଣନା
BMC ତରଫରୁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି
ସେପ୍ଟେମ୍ବର ୧୮ ରୁ ୨୫ ମଧ୍ୟରେ ଗଣନା କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ନିଆଯାଇଛି
ଭୁବନେଶ୍ୱରର ସମସ୍ତ ୬୭ଟି ୱାର୍ଡରେ ଏହି ଗଣନା କାର୍ଯ୍ୟ କରାଯିବ
ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି ପ୍ରତ୍ୟେକ ଲେନରେ ଦୁଇଟି ପର୍ଯ୍ୟାୟରେ ଏହା କରାଯିବ।
ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୮ ରୁ ୨୦ ପର୍ଯ୍ୟନ୍ତ ହେବ
ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୧ ରୁ ୨୪ ପର୍ଯ୍ୟନ୍ତ ହେବ
ଜନଗଣନା କରିବା ପାଇଁ ଭୁବନେଶ୍ୱରର ରାସ୍ତାରେ ମୋଟ ୪୧୦ ଟି ଦଳ ନିୟୋଜିତ ହେଉଛନ୍ତି
ବିଶେଷଜ୍ଞ, ପଶୁ ଚିକିତ୍ସକ ତତ୍ତ୍ୱାବଧାନରେ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ପର୍ଯ୍ୟବେକ୍ଷକ ଏବଂ ସାନିଟାରୀ ଇନ୍ସପେକ୍ଟରମାନେ କାର୍ଯ୍ୟ ସମ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆ ଯାଇଛି