ସେବା ପର୍ବ ଉପଲକ୍ଷେ ଡିଜି ନେସନାଲ ଏବଂ ଡିଜି ନିୟୁଜ ର ସ୍ବତନ୍ତ୍ର କାର୍ଯ୍ୟକ୍ରମ
ସେବା ପର୍ବ ଉପଲକ୍ଷେ ଡିଜି ନେସନାଲ ଏବଂ ଡିଜି ନିୟୁଜ ର ସ୍ବତନ୍ତ୍ର କାର୍ଯ୍ୟକ୍ରମ
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ସେବା ପର୍ବ ପାଳନର ଅଂଶବିଶେଷ ଭାବରେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜରେ ପ୍ରସାରିତ ହେବାକୁ ଥୂବା ସ୍ବତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକର ପ୍ରୋମୋ ମଧ୍ୟ ଉନ୍ମୋଚିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଦୂରଦର୍ଶନ ଏବଂ ପ୍ରସାର ଭାରତୀ ଦ୍ବାରା ଆଜି ଉନ୍ମୋଚନ କରାଯାଇଥିବା କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ପ୍ରଦର୍ଶିତ କର୍ମଯୋଗ ଏବଂ ଜୀବନବ୍ୟାପୀ ସମର୍ପଣର ଭାବନାକୁ ପ୍ରତିଫଳିତ କରିଥାଏ। ଆରମ୍ଭରୁ, ପ୍ରଧାନମନ୍ତ୍ରୀ ଦେଶ ଏବଂ ସମାଜର ସେବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଛନ୍ତି, ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ହାସଲ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଏହି ପ୍ରତିବଦ୍ଧତା ଦେଶ ପାଇଁ ଏକ ମହାନ ଆଶୀର୍ବାଦ ଏବଂ ଏହା ଆଜି ସାରା ଭାରତରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନରୁ ସ୍ପଷ୍ଟ ରୂପେ ଦୃଶ୍ୟମାନ ହେଉଛି ।
ଶ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି, ଗତ ୧୧ ବର୍ଷ ମଧ୍ୟରେ, ଭାରତ ଏହାର ଉପାନ୍ତି ଗ୍ରାମଗୁଡ଼ିକରେ ମଧ୍ୟ ସୃଷ୍ଟ ପ୍ରଗତି ଦେଖୁଛି। ବିଶ୍ବ ସ୍ମରରେ, ଭାରତ ପ୍ରଯୁକ୍ତିବିଦ୍ୟା, ସୃଜନଶୀଳତା, ସାମାଜିକ ନ୍ୟାୟ ଏବଂ ସମାବେଶୀ ଅଭିବୃଦ୍ଧି ଭଳି କ୍ଷେତ୍ରରେ ଏକ ନୂତନ ପରିଚୟ ଓ ସ୍ବୀକୃତି ହାସଲ କରିଛି। ସେବା ପର୍ବ ସମୟରେ ସେବା ଭାବନାକୁ ସମ୍ମାନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ସେବା କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିଥିଲେ। ସେ ମଧ୍ଯ ରକ୍ତଦାନ ଶିବିରରୁ ଆଜିର ଦିନକୁ ଶୁଭାରମ୍ଭ କରିଥିଲେ ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ରରେ ଦେଶର ପରିବର୍ତ୍ତନମୂଳକ ଯାତ୍ରା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସମୟରେ ଜନସେବା ଏବଂ ସୁଶାସନକୁ ମାର୍ଗଦର୍ଶୀ ନୀତି ଭାବରେ ଗୁରୁତ୍ବ ଦିଆଯାଇଛି । ଦେଶର ସମସ୍ତ ଭାଗରୁ ପ୍ରଗତି ଏବଂ ବିକାଶର କାହାଣୀ ଆଗକୁ ଆସୁଛି
ସୂଚନାଯୋଗ୍ୟ, ସେବା ପର୍ବ ଅନ୍ତର୍ଗତ ସ୍ବତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକ ସେବା ମନୋଭାବକୁ ପ୍ରଦର୍ଶନ କରିବ ଏବଂ ବିବିଧ ପ୍ରୟାସ ମାଧ୍ଯମରେ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପ୍ରତିବଦ୍ଧତାକୁ ଉଜାଗର କରିବ। ଦୂରଦର୍ଶନରେ ସଂଗୃହିତ ବିଷୟବସ୍ତୁ ଜନସେବା, ବିକାଶ ଏବଂ ସାମୂହିକ ଦାୟିତ୍ବର ପ୍ରେରଣାଦାୟକ କାହାଣୀଗୁଡ଼ିକୁ ସାମ୍ନାକୁ ଆଣିବ। ଡିଡି ନ୍ୟୁଜ୍
ଜାତୀୟ ସ୍ବରରେ ତିନୋଟି ଡକ୍ୟୁମେଣ୍ଡାରୀ ପ୍ରସାରଣ କରିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତର ଗାଁଗୁଡ଼ିକରେ ବିକାଶ ଏବଂ ପରିବର୍ତ୍ତନର କାହାଣୀକୁ “ମେରା ଗାଁଓ ଆଜ୍" ଧାରାବାହିକ ଜରିଆରେ ପରିବେଷଣ କରାଯିବ। ଡିଡି ନେସନାଲରେ "ସ୍ବ ସେ ସମଗ୍ର ତକ୍" ଡକ୍ୟୁମେଣ୍ଡାରୀ ପ୍ରସାରଣ କରାଯିବ। ଡିଡି ନ୍ୟୁଜର ଆଞ୍ଚଳିକ ଚାନେଲଗୁଡ଼ିକରେ ଆଞ୍ଚଳିକ ଭାଷାରେ ମଧ୍ୟ ଡକ୍ୟୁମେଣ୍ଟାରୀ ପ୍ରକାଶ କରାଯିବ।
ଏହି ଅବସରରେ ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଧୀରେନ୍ଦ୍ର ଓଝା, ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ କୁମାର ସେହଗଲ, ସିଇଓ ଗୌରବ ଦ୍ବିବେଦୀ, ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ଚନ୍ଦ୍ରପ୍ରକାଶ ଦ୍ବିବେଦୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ସୁଶାସନର କାହାଣୀ କହୁଥିବା ‘ସଂକଳ୍ପ କୀ ଶକ୍ତି, ସୁଶାସନ କା ସାମର୍ଥ୍ୟ' କ୍ଷୁଦ୍ର ଚଳଚ୍ଚିତ୍ର, ବିଶ୍ବରେ ଭାରତର ପ୍ରତିଷ୍ଠା ବୃଦ୍ଧି ଉପରେ ଆଧାରିତ ‘ବିଶ୍ବ ପଟଲ ପର ନେତୃତ୍ବ କା ଶଙ୍ଖନାଦ', ଜନସେବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ କଠିନ ପରିଶ୍ରମ ଉପରେ ଆଧାରିତ କର୍ମୟୋଗ-ଏକ ଅନୁହୀନ୍ ଯାତ୍ରା, ସ୍ବତନ୍ତ୍ର ଧାରାବାହିକ ‘ସ୍ବ ସେ ସମଗ୍ର ତକ', ମେରା ଗାଁଓ ଆଜ୍ ଭଳି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।