ଗ୍ରାମ୍ୟ କମିଟି ର ପୂଜ୍ୟ ପୂଜା ଓ ତୀର୍ଥ ଭ୍ରବଣ...

Jan 2, 2026 - 15:20
 17
ଗ୍ରାମ୍ୟ କମିଟି ର ପୂଜ୍ୟ ପୂଜା ଓ ତୀର୍ଥ ଭ୍ରବଣ...

ଗ୍ରାମ୍ୟ କମିଟି ର ପୂଜ୍ୟ ପୂଜା ଓ ତୀର୍ଥ ଭ୍ରବଣ...

                                           ନକରାତ୍ମକ ଭାବନା ବ୍ୟର୍ଦ୍ଧକତା କୁ ଆମନ୍ତ୍ରଣ କରେ । 

ତେଣୁ ସକରାତ୍ମକ ଚିନ୍ତାଧାରା ସହିତ ସମାଜର ବିକାଶରେ ନିଜକୁ ସାମିଲ୍ କଲେ ତାହା ଯୁବବର୍ଗ ଙ୍କୁ ଅନୁପ୍ରାଣିତ କରେ 

 

ବୟସର ଶେଷ ଭାଗରେ ପହଞ୍ଚିଥିବା ଅନୁଭବି ଙ୍କୁ ଅନୁସରଣ କରିବା ସହ ପୂଜ୍ୟ ପୂଜା ସହ ମହତ୍ କାର୍ଯ୍ୟ ଆଗାମୀ ପିଢ଼ିଙ୍କୁ ସଂସ୍କାର ଶିଖାଏ । 

ତେଣୁ ସୁନାଗରିକ ହେବା ପାଇଁ ବୟସର ମାପ କାଠି ର ଆବଶ୍ୟକତା ନାହିଁ ବୋଲି ନୂଆବର୍ଷ ଉପଲକ୍ଷେ ପୂଜ୍ୟ ପୂଜା ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । 

ପଟ୍ଟାମୁଣ୍ଡାଇ ମୁନ୍‌ସିପାଲଟି ନୂଆଗାଁ ମା ପଶ୍ଚିମ ବାହିନୀ ଗ୍ରାମ୍ୟ କମିଟି ର ସଭାପତି ରାମଚନ୍ଦ୍ର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବୟତ୍ରୀ ଶିକ୍ଷାବିତ୍ ଆରାଧନା ଦାଶ ଓ ସମ୍ମାନୀତ ଅତିଥି ଭାବେ ସାମାଜିକ କର୍ମୀ ମହିଳା ସଂଘଠିକା ଦମୟନ୍ତି ଗିରି ଯୋଗ ଦେଇଥିଲେ । 

ଗ୍ରାମର ବରିଷ୍ଠ ନାଗରିକ ମାନଙ୍କୁ ପ୍ରାରମ୍ଭରେ କମିଟିର କର୍ମକତା ମାନେ ପାଦ ଧୋଇ , ଚନ୍ଦନ ସିନ୍ଦୁର ଲଗାଇ ନୂତନ ବସ୍ତ୍ର ପ୍ରଦାନ ପୂର୍ବକ ପୂଜାଚନା କରିଥିଲେ । 

ଗ୍ରାମ୍ୟ କବିଟିର ସମ୍ପାଦକ ମାନସ ଚୌଧୁରୀ ସ୍ୱାଗତ ଭାଷଣ ଓ ସୁଧାଂଶୁ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଜୟ ପଣ୍ଡା , ସରୋଜ ତ୍ରିପାଠୀ , ସମୀର ପାତ୍ର, ବିଜୟ ରନ୍ଦ , ଶତ୍ରୁଘନ ଚୈଧୁରୀ ,କାଳନ୍ଦୀ ଦାଶ , ଜଗନ୍ନାଥ ତ୍ରିପାଠୀ ପ୍ରମୁଖ କାର୍ଯ୍ୟ କର୍ମ ପରିଚାଳନା କରିଥିଲେ । 

ବରିଷ୍ଠ ନାଗରିକ ମାନଙ୍କ ତୀର୍ଥ ଭ୍ରମଣ ପାଇଁ ଶ୍ରୀ ବଳଦେବ ଜୀଉ ମନ୍ଦିର ଓ ପଥର କଣୀ ଠାକୁରାଣୀ ଦର୍ଶନ କରାଇ ଥିଲେ ।