ଗ୍ରୀଲ ତାଡ଼ି ଲୁଟି ନେଲେ ଟଙ୍କା ଓ ସୁନାଅଳଙ୍କାର ଦୁର୍ବୁତ୍ତ

ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହିରେ ଘଟିଛି ଅଭାବନୀୟ ଘଟଣା । ମାରଣାସ୍ତ୍ର ଦେଖାଇ ନେଇଗଲେ ଟଙ୍କା ଓ ସୁନା। ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ କିଛି ଲୁଟେରା ଗ୍ରୀଲ ତାଡ଼ି ଘରେ ପଶିଥିଲେ। ପରେ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଘରୁ ନଗଦ ଲକ୍ଷେ ଟଙ୍କା ଓ ସୁନାଅଳଙ୍କାର ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଷ୍ଣୁ ଚରଣ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ସହ ଲୁଟେରାଙ୍କୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି।

ଗ୍ରୀଲ ତାଡ଼ି ଲୁଟି ନେଲେ ଟଙ୍କା ଓ ସୁନାଅଳଙ୍କାର ଦୁର୍ବୁତ୍ତ