ଘୋଷଣା ହେବ ଆଉ ୯ ନୂଆ NAC, ନଗର ଉନ୍ନୟନ ମନ୍ତ୍ରୀ କହିଲେ…

Aug 21, 2025 - 16:12
 33
ଘୋଷଣା ହେବ ଆଉ ୯ ନୂଆ NAC, ନଗର ଉନ୍ନୟନ ମନ୍ତ୍ରୀ କହିଲେ…

ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ NAC। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗତ ୧୬ ତାରିଖରେ ୧୨ଟି NAC ଘୋଷଣା ହୋଇଥିଲା। ଅନ୍ୟ ଯେଉଁ ଜିଲାରେ NAC ପାଇଁ ଦାବି ହେଉଛି, ସରକାର ସେନେଇ ବିଚାର କରୁଛନ୍ତି। ସେଠିକାର ଜନସଂଖ୍ୟା, ଅନ୍ୟାନ୍ୟ ମାପକଠି ନେଇ ସରକାର ବିଚାର କରୁଛନ୍ତି। ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ନୋଟିସ୍‌ କରି CMOକୁ ପଠାଇବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁମୋଦନ କରିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନା ଥାଉକି, ଗତ ୧୬ ତାରିଖରେ ରାଜ୍ୟରେ ନୂଆ NAC ପାଇଁ ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଥିଲା। ୭ ଜିଲାରେ ୧୨ ଏନ୍‌ଏସି ଗଠନ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ଅନୁଗୋଳର ପାଲଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ୱରର ସିମୁଳିଆ, ବସ୍ତା ଏବଂ ବେତନଟୀ। ସେହିପରି ମୟୂରଭଞ୍ଜର ବାଙ୍ଗିରିପୋଷି ଏବଂ ଚିତ୍ରଡ଼ା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା ଏବଂ ରେଙ୍ଗାଲି, ଭଦ୍ରକ ଜିଲାର ତିହିଡ଼ି ଏବଂ ଧୂଷୁରୀକୁ ଏନ୍‌ଏସି କରାଯିବା ପାଇଁ ଘୋଷଣା ହୋଇଥିଲା।