ଚନ୍ଦ୍ରଶେଖରପୁରରେ ଅନୁଷ୍ଠିତ ହେବ ମହାସମାରୋହରେ ବିଶାଳ ଶ୍ରୀରାମ ନବମୀ ଉତ୍ସବ I

Mar 12, 2026 - 09:23
 9
ଚନ୍ଦ୍ରଶେଖରପୁରରେ ଅନୁଷ୍ଠିତ ହେବ ମହାସମାରୋହରେ ବିଶାଳ ଶ୍ରୀରାମ ନବମୀ ଉତ୍ସବ I

ଭୁବନେଶ୍ବର............ ଆସନ୍ନା ଶ୍ରୀରାମ ନବମୀ ଅବସରରେ ଭୁବନେଶ୍ବର

“ଚନ୍ଦ୍ରଶେଖରପୁରରେ ଅନୁଷ୍ଠିତ ହେବ ମହାସମାରୋହରେ ବିଶାଳ ଶ୍ରୀରାମ ନବମୀ ଉତ୍ସବ I ଆସନ୍ତା ୨୫ ତାରିଖ ଶ୍ରୀ ରାମ ନବମୀ ଦିନ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛି -ଶ୍ରୀ ରାମ ସେନା। ୨୫ ତାରିଖରେ କଳସ ଶୋଭାଯାତ୍ରା ଲୁମ୍ବିନୀ ବିହାର ପୁଷ୍କରିଣୀରୁ ଆରମ୍ଭ ହୋଇ ଶୈଳଶ୍ରୀ ବିହାର ଫେଜ ୨ ପର୍ଯ୍ୟନ୍ତ ଯାଇ ପୂଜା ମଣ୍ଡପରେ ପହଞ୍ଚିବ । ସେଠାରେ ସନ୍ଧ୍ୟାରେ ପ୍ରବଚନ ସହ ରାମ ଲୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା “ସହ ପବିତ୍ର ଶ୍ରୀ ରାମ ନବମୀ ଦିନ ଶ୍ରୀ ରାମଙ୍କ ଉଦେଶ୍ୟରେ ପଦଯାତ୍ରା । ବାଇକ “ରାଲି ଓ ଶ୍ରୀ ରାମଙ୍କ ପୂଜାର୍ଚନା ହେବ । ପ୍ରାୟ ୧୫ ହଜାରରୁ ଉଦ୍ଧ ଭକ୍ତି ଙ୍କ ସମାଗମକୁ ଆଖୂ ଆଗରେ ରଖ୍ ଶ୍ରୀ ରାମ ସେନା ପକ୍ଷରୁ ଟ୍ରାଫିକ ସମସ୍ୟା ଓ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ଓ ସ୍ବେଛାସେବୀ ନିୟୋଜିତ ହେବ ବୋଲି ଭୁବନେଶ୍ବର ରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଆଜି ସୂଚନା ଦେଇଛନ୍ତି ଶ୍ରୀ ରାମ ସେନାର ସଭ୍ୟମାନେ | ସେନାର କର୍ମକର୍ତ୍ତା ନିର୍ମଳ ପଣ୍ଡା, ସୂର୍ଯ୍ୟ ପ୍ରକାଶ ମହାନ୍ତି, ରଞ୍ଜନ ରାଉତ, ପ୍ରିୟବ୍ରତ ମହାପାତ୍ର, ଅରୁପ ଜେନାଙ୍କ ସମେତ ସେନାର ବହୁ କର୍ମକର୍ତ୍ତା ଏହି “ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ରହି ରାମ ନବମୀ ପ୍ରସ୍ତୁତି ପାଇଁ ସମସ୍ତ ବିବରଣୀ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଭଲରେ ହେବନେଇ ସମସ୍ତ ଜନତାଙ୍କୁ ନିବେଦନ କରିଥିଲେ ।