ଛଟ ପୂଜାରେ ଲୋକଙ୍କ ସରକାର ନିଜ ଧର୍ମ ପତ୍ନୀଙ୍କ ସହିତ...
ଛଟ୍ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ପତ୍ନୀ।
ଭୁବନେଶ୍ବର ଉପକଣ୍ଠ କୁଆଖାଇ ପଠାରେ ଛଟ୍ ପାଇଁ ହଜାର ହଜାର ମହିଳା ଶୋଭାଯାତ୍ରାରେ ଆସି ପୂଜାର୍ଚନା କରିଛନ୍ତି।
ଶ୍ରଦ୍ଧା ଓ ଆସ୍ଥାର ପର୍ବ ‘ଛଟ୍’ ପୂଜାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ ମା ଓ ଭଉଣୀ ମାନେ ନିଜ ପରିବାର ଓ ସମାଜ ପାଇଁ ଉପବାସ ଓ ଆରାଧନା କରିଥାନ୍ତି।
ଆମ ସରକାର ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ମାନଙ୍କୁ ସବୁବେଳେ ସମ୍ମାନ ଏବଂ ସୁଯୋଗ ଦେଇଆସିଛନ୍ତି।
ସେଥିପାଇଁ ସରକାରଙ୍କ ଲକ୍ଷ୍ୟ ହେଉଛି ସମୃଦ୍ଧ ଏବଂ ବିକଶିତ ଓଡ଼ିଶା।