ଜନ୍ମରୁ ଯନ୍ତ୍ର, ଶିକ୍ଷାରୁ ସଶକ୍ରୀକରଣ: ‘ବେଟି ବଚାଓ, ବେଟି ପଢାଓ'ର ସଫଳ ଯାତ୍ରା

Jun 14, 2026 - 23:25
 5
ଜନ୍ମରୁ ଯନ୍ତ୍ର, ଶିକ୍ଷାରୁ ସଶକ୍ରୀକରଣ: ‘ବେଟି ବଚାଓ, ବେଟି ପଢାଓ'ର ସଫଳ ଯାତ୍ରା

ଜନ୍ମରୁ ଯନ୍ତ୍ର, ଶିକ୍ଷାରୁ ସଶକ୍ରୀକରଣ: ‘ବେଟି ବଚାଓ, ବେଟି ପଢାଓ'ର ସଫଳ ଯାତ୍ରା

ନନ୍ୟା ଶିଶୁଙ୍କ ଅଧୂକାର, ଶିକ୍ଷା ଓ ସମ୍ମାନ ପାଇଁ ଦେଶବ୍ୟାପୀ ଜନଆନ୍ଦୋଳନ ସାଜିଛି ‘ବେଟି ବଚାଓ, ବେଟି ପଢାଓ'

ଜନ୍ମ ସମଯ ମୟରେ ଯନୂ ଶିଶୁର ଜୀବନ ଏବଂ ମା'ର ସ୍ବାସ୍ଥ୍ୟ ପାଇଁ ମୂଳଦୁଆ ସ୍ଥାପନ କରେ। ବର୍ଷ ବର୍ଷ ଧରି, ଭାରତ ସ୍ବାସ୍ଥ୍ୟସେବା, ପୁଷ୍ଟିକର ସହାୟତା ଏବଂ ସଂସ୍କୃ ସଂସ୍ଥାଗତ ପ୍ରସବ ବ୍ୟବସ୍ଥାର ମିଶ୍ରଣ ମାଧ୍ଯମରେ ମା' ଏବଂ ଶିଶୁ ଯନ୍ତ୍ରକୁ ସୁଦୃଢ଼ କରିଛି।

ଭାରତ ସରକାରଙ୍କ ପ୍ରମୁଖ ପ ପଦକ୍ଷେପ, ‘ବେଟି ବଚାଓ, ବେଟି ପଢ଼ାଓ' (ବିବିବିପି), ସାରା ଦେଶରେ କନ୍ୟା ସନ୍ତାନମାନଙ୍କ ବଞ୍ଚିବା, ସୁରକ୍ଷା ଏବଂ ସଶକ୍ରୀକରଣ ସୁନିଶ୍ଚିତ କରି କରିବାରେ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରେ। ଜାନୁଆରୀ ୨୨, ୨୦୧୫ ରେ ଆରମ୍ଭ ହୋଇଥ‌ିବା, ବିବିବିପି ଯୋଜନା ହ୍ରାସ ପାଉଥିବା ଶିଶୁ ଲିଙ୍ଗ ଅନୁପାତ ଏବଂ ବ୍ୟାପକ ଲିଙ୍ଗ-ଭିତ୍ତିକ ବୈଷମ୍ୟକୁ ଦୃଷ୍ଟିରେ ରଖ୍ ଆରମ୍ଭ କରାଯାଇଥିଲା। ଏହା ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ ଓ ପରିବାର । କଲ୍ୟାଣ ଏବଂ ଶିକ୍ଷା ମନ୍ତ୍ରଣାଳୟର ଏକ ମିଳିତ ପଦକ୍ଷେପ।

ଗତ ଏଗାର ବର୍ଷ ଧରି, 'ବେଟି ବଚାଓ, ବେଟି ପଢ଼ାଓ' ଏକ ଲକ୍ଷ୍ୟଭିତ୍ତିକ ନୀତିଗତ ପଦକ୍ଷେପରୁ ଏକ ଦେଶବ୍ୟାପୀ ଗଣ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ଅଭିଯାନ । ସରକାର, ଗଣମାଧ୍ଯମ, ନାଗରିକ ସମାଜ ଏବଂ ସମ୍ପ୍ରଦାୟ ସମେତ ବିଭିନ୍ନ ଅଂଶୀଦାରମାନଙ୍କୁ ସକ୍ରିୟ ଭାବରେ ସାମିଲ କରିଛି। ଏହି ପାନ କନ୍ୟା ସନ୍ତାନର ଜନ୍ମ ସମୟରେ ସମ୍ମାନ ଓ ସୁରକ୍ଷା ଏବଂ ପ୍ରାରମ୍ଭିକ ଶୈଶବ ଅବସ୍ଥାର ଯନ୍ତ୍ର ଓ ଶିକ୍ଷା ପାଇବାର ଅଧୂକାର ଉପରେ ବିଶେଷ ଗୁରୁତ୍ବାରୋପ କରେ; ଯାହାଦ୍ବାରା ତା'ର । ସର୍ବାଙ୍ଗୀନ ବିକାଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ।

ଏହି ଯୋଜନ ପାଜନା ପ୍ରମୁଖ ଲିଙ୍ଗ ସୂଚକାଙ୍କଗୁଡ଼ିକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ବାସ୍ଥ୍ୟ ପ ପରିଚାଳନା ସୂଚନା ପ୍ରଣାଳ ଳୀ (ଏଚଏମଆଇଏସ ରଏସ) ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜନ୍ମ ସମୟରେ ଜାତୀୟ ଲିଙ୍ଗ ଅନୁପାତ (ଏସଆରବି) १०९४-९४ 66 ରେ ୯୧୮ ରୁ ବୃଦ୍ଧି ପାଇ ୨୦୨୪-୨୫ ରେ ୯୨୯ ' ହୋଇଛି। ଏହା ପକ୍ଷପାତପୂର୍ଣ୍ଣ ଭ୍ରୂଣ ଲିଙ୍ଗ ଚୟନକୁ ରୋକିବା ଏବଂ ଅନୁଷ୍ଠାନିକ ପ୍ରସବକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରେ।

ଶିକ୍ଷା କ୍ଷେତ୍ରରେ, ଝିଅମାନଙ୍କ ଲାଗି ବିଦ୍ୟାଳୟ ଶିକ୍ଷାର ସୁଯୋଗ ବୃଦ୍ଧି କରିବାରେ ଉଲ୍ଲେଖନୀୟ ପ୍ରଗତି ହାସଲ କରାଯାଇଛି।ଶିକ୍ଷା ମନ୍ତ୍ରଣାଳୟର ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫର୍ମେସନ୍ ସିଷ୍ଟମ୍ ଫର ଏଜୁକେସନ୍ (ୟୁଡିଆଇଏସଇ) ରୁ ମିଳିଥିବା ତଥ୍ୟ ସୂଚିତ କରେ । ଯେ ମାଧ୍ଯମିକ ସ୍ତରରେ ଝିଅମାନଙ୍କ ନାମଲେଖା ୨୦୧୪-୧୫ ରେ ୭୫.୫୧% ଥିବାବେଳେ ୨୦୨୪-୨୫ ରେ ୮୦.୨% କୁ ବୃଦ୍ଧି ପାଇଛି। ଏହା ବିଦ୍ୟାଳୟରେ ସେମାନଙ୍କର ସ୍ଥାୟୀତ୍ବ ଏବଂ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ହାରରେ ଆସିଥ‌ିବା ସୁଧାରକୁ ସୂଚାଉଛି ।

'ବେଟି ବଚାଓ, ବେଟି ପଢ଼ାଓ' ଯୋଜନା ଏକ ଜୀବନଚକ୍ର ପଦ୍ଧତି ଉପରେ ଗୁରୁତ୍ବାରୋପ କରେ, ଯାହା ଏକ ସୁରକ୍ଷିତ ଏବଂ ମର୍ଯ୍ୟାଦାପୂର୍ଣ ଜନ୍ମ ଏବଂ ପ୍ରାରମ୍ଭିକ ଶୈଶବ ଯନୂ ସୁନିଶ୍ଚିତ କରି କରିବା ଠାରୁ ଆରମ୍ଭ କରି ଝିଅମାନଙ୍କ ଶିକ୍ଷା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ଗୁରୁତ୍ବ ଆରୋପ କରେ। ଏହି ଯୋଜନା ମନ୍ତ୍ରଣାଳୟ ୟ ଏବଂ ' ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ନିରନ୍ଧର ସମର୍ଥନ, ସମ୍ପ୍ରଦାୟ ସମ୍ପୃକ୍ତି ଏବଂ ସମନ୍ବୟ ମାଧ୍ୟମରେ ଆଚରଣଗତ ପରିବର୍ତ୍ତନକୁ ସୁଦୃଢ଼ କରେ।

ଭାରତର ପ୍ରତ୍ୟେକ କନ୍ୟା ସନ୍ଧାନ ଯେପରି ସୁରକ୍ଷିତ, ଶିକ୍ଷିତ ଏବଂ ସଶକ୍ତ ହୋଇପାରିବେ, ତାହା ସୁନିଶ୍ଚିତ କରିବା ସହ 'ବେଟି ବଚାଓ ବେଟି ପଢ଼ାଓ'ର ଢାଞ୍ଚାକୁ ଅଧୂକ ସୁଦୃଢ଼ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି; ଯାହାଦ୍ବାରା ମହିଳା-ନେତୃତ୍ବାଧୀନ ବିକାଶର ସଂକଳ୍ପକୁ ସାକାର କରାଯାଇପାରିବ ।