ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ କାର୍ଯ୍ୟ ସମୀକ୍ଷା...

Jan 9, 2026 - 11:28
 28
ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ କାର୍ଯ୍ୟ ସମୀକ୍ଷା...

ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ କାର୍ଯ୍ୟ ସମୀକ୍ଷା...

ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଓ ପରାମର୍ଶ

ପ୍ରକଳ୍ପକାର୍ଯ୍ୟ ତ୍ଵରାନିତ କରି ଆବଣ୍ଟିତ ପାଣ୍ଠିର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ୱାରୋପ।

ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା

ବରିଷ୍ଠ ଅଧିକାରୀଙ୍କ ବୈଠକରେ ଜଳସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ସମୀକ୍ଷା କରିଥିଲେ। 

ସମୀକ୍ଷା ସମୟରେ ରାଜ୍ୟରେ ଜଳସେଚନ ବୃଦ୍ଧି ପାଇଁ ପାଣ୍ଠିର ଉପଯୋଗ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ଵ ଦେଇଥିଲେ। 

ବିଚାରାଧୀନ ପ୍ରକଳ୍ପଗୁଡିକର ଶୀଘ୍ର ଅନୁମୋଦନ ପାଇଁ ସେ ତ୍ୱରିତ ପଦକ୍ଷେପ ନେବା, ଟେଣ୍ଡର ପ୍ରକ୍ରିୟାକୁ ସମୟସୀମା ଭିତରେ ସାରିବା ଏବଂ ଚାଲୁଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ସମସ୍ତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

ତଥ୍ୟ ସଂଗ୍ରହ, ଅନଲାଇନ୍ ତଥ୍ୟ ମନିଟରିଂ ସିଷ୍ଟମ, କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାର ପ୍ରଭାବ ସମ୍ପର୍କିତ ମୂଲ୍ୟାଙ୍କନ ଏବଂ ସ୍କାଡା ପ୍ରଯୁକ୍ତିବିଦ୍ୟାର ପ୍ରଭାବ ସମ୍ପର୍କିତ ଗୁରୁତୁପୂର୍ଣ୍ଣ ଆଲୋଚନା କରାଯାଇଥିଲା।