ଜାତିସଂଘ ସୁରକ୍ଷା ପରିଷଦରେ ପ୍ରଶ୍ନ ଉଠାଇଛି ଭାରତ
ଜେନେଭା: ଭାରତ ବିଶ୍ବ ସ୍ଥିତି ନେଇ ପୁଣି ଥରେ ଜାତିସଂଘ ସୁରକ୍ଷା ପରିଷଦରେ ସାମ୍ପ୍ରତିକ ପ୍ରଶ୍ନ ଉଠାଇଛି। ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧ ରୋକିବାରେ ଅସଫଳ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦ ରୁଷିଆ-ୟୁକେନ ଯୁଦ୍ଧ ରୋକିବାରେ କାହିଁକି ଅସଫଳ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହିତ ସେ ସୁରକ୍ଷା ପରିଷଦରେ ପରିବର୍ତ୍ତନ ଦାବି କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ପୁରୁଣା ବ୍ୟବସ୍ଥା ଆଉ ଚଳିବନି ବୋଲି ସେ କହିଛନ୍ତି। ଜାତିସଂଘ ଜେନେରାଲ ଆସେମ୍ବ୍ଲିର ବୈଠକରେ ରୁଚିରା ଏହି ପ୍ରଶ୍ନ ଉଠାଇଛନ୍ତି। ରୁଚିରା କହିଛନ୍ତି ଗତ ୨ ବର୍ଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ପରିଷଦ ସଦସ୍ୟଙ୍କୁ ଏସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଯଦି ଏପରି କରିବା ସମ୍ଭବ ହେଉନାହିଁ ତେବେ ସୁରକ୍ଷା ପରିଷଦ କାହିଁକି ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। । ଏହା ସହିତ ରୁଚିରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟକୁ ଦୋହରାଇ କହିଛନ୍ତି ଯେ ବର୍ତ୍ତମାନ ଯୁଦ୍ଧର ଯୁଗ ନୁହେଁ। ୟୁକ୍ରେନ ସ୍ଥିତି ନେଇ ଭାରତ ଚିନ୍ତିତ ଥିବା ସେ କହିଛନ୍ତି।