ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅନନ୍ତ ଓ ରାଧିକା

ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ତାଲିକାରେ ପ୍ରଥମେ ମୁକେଶ ଅମ୍ବାନୀଙ୍କ ନାଁ ଶୁଣିବାକୁ ମିଳେ । ଆଗକୁ ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି।କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଗୁଜରାଟର ଜାମନଗରରେ ୩ଦିନ ଅର୍ଥାତ୍ ମାର୍ଚ୍ଚ ୧-୩ତାରିଖ ପର୍ଯ୍ୟନ୍ତ ବିବାହ ପୂର୍ବ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମରେ ୧,୦୦୦ରୁ ଅଧିକ ଅତିଥି ଯୋଗ ଦେବେ ବୋଲି ଜଣାପଡ଼ିଛି। ଯୋଗ ଦେବାକୁ ଥିବା ଅତିଥିଙ୍କ ପାଇଁ ୨୫୦୦ପ୍ରକାରର ଖାଦ୍ୟ ରନ୍ଧାଯିବା ସହ ୨୧ଜଣ ରୋଷେୟା ଏହାକୁ ରାନ୍ଧିବେ। ୨୧ଜଣକ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ବାକି ୨୦ଜଣ ମହିଳା ଥିବା ଜଣାଯାଇଛି। ୨୫୦୦ପ୍ରକାରର ଖାଦ୍ୟରେ ଜାପାନିଜ୍, ଥାଏ, ମେକ୍ସିକାନ, ପ୍ୟାନ୍ ଏସିଆନ ବ୍ୟଞ୍ଜନ ସହିତ ପାର୍ସୀ ଥାଳି ରହିବ।ସୂଚନାନୁସାରେ , ସକାଳ ଖାଦ୍ୟରେ ଅତିଥିଙ୍କୁ ୭୫ପ୍ରକାରର ଖାଦ୍ୟ, ମଧ୍ୟାହ୍ନ ଭୋଜନରେ ୨୨୫, ରାତ୍ରି ଭୋଜନରେ ୨୭୫ ଓ ମଧ୍ୟରାତ୍ରି(ରାତି ୧୨ଟାରୁ ଭୋର ୪ଟା) ଭୋଜନରେ ୮୫ପ୍ରକାରର ଖାଦ୍ୟ ଦିଆଯିବ। ୩ଦିନ ଅତିଥି ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଖାଇବେ।

Feb 28, 2024 - 18:21
 12
ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି  ଅନନ୍ତ ଓ ରାଧିକା