ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବିଶିଷ୍ଟ ଅଭିନେତା ଡଃ ରୁଷି ପଟ୍ଟନାୟକ ଙ୍କ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ...
ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବିଶିଷ୍ଟ ଅଭିନେତା ତଥା ସମାଜସେବୀ ଡଃ ରୁଷି ପଟ୍ଟନାୟକ ଙ୍କ ମହତ କାର୍ଯ୍ୟ କୁ ସବୁଆଡୁ ପ୍ରଶଂସା କରାଯାଇଛି।
ପ୍ରକାଶ ଥାଉକି ଏହି ପବିତ୍ର ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ହସ୍ତତନ୍ତ ଶିଳ୍ପ କୁ ଅଧିକ ବିକଶିତ ନିମନ୍ତେ ଆମେ ସମସ୍ତେ, ବୁଣାକାର ଭାଇ ଭଉଣୀ ମାନଙ୍କ ଠାରୁ ହ୍ୟାଣ୍ଡଲୁମ୍ ଅଧିକ କିଣି ନିଜେ ପିନ୍ଧିବା ଓ ଅନ୍ୟକୁ ବାଣ୍ଟିବା ପାଇଁ ଆହ୍ୱାନ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଙ୍କ ଏହି ଉପଦେଶ କୁ ଗ୍ରହଣ କରି ସମାଜସେବୀ ତଥା ଅଭିନେତା ଡଃ ରୁଷି ପଟ୍ଟନାୟକ , ବୁଣାକାର ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିବାପାଇଁ ବହୁ ହ୍ୟାଣ୍ଡଲୁମ୍ ଜିନିଷ କ୍ରୟ କରି ନିଜେ ପିନ୍ଧିବା ସହ ଅନ୍ୟମାନଙ୍କୁ ବଣ୍ଟନ କରି ଏକ ନିଆରା କାର୍ଯ୍ୟ କରିଛନ୍ତି ବୋଲି ତାଙ୍କ ପ୍ରଶଂସକମାନେ କହିଛନ୍ତି।
ଡଃ ରୁଷି ପଟ୍ଟନାୟକ ଙ୍କ ଏହି ମହତ କାର୍ଯ୍ୟ କୁ କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ଓ ସତ୍ୟମ୍ ଶିବମ ସୁନ୍ଦରମ୍ ପତ୍ରିକା ପରିବାର ପକ୍ଷରୁ ଏହାର ମୁଖ୍ୟ ସମ୍ପାଦକ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଇଂ ଜିତେନ କୁମାର ରାଉତରାୟ ଭୂୟସୀ ପ୍ରଂଶସା କରି ଅଭିନନ୍ଦନ ଜ୍ଞାପନ କରିଛନ୍ତି।