ଏକ୍ରାମ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଏଲଏ-୨ ବୈଠକ...

Aug 8, 2026 - 09:03
 5
ଏକ୍ରାମ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଏଲଏ-୨ ବୈଠକ...

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଏକ୍ରାମ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଏସଆଇଆର କଂଗ୍ରେସ ବିଏଲଏ-୨ ମାନଙ୍କର ଏକ ବୈଠକ ସାମନ୍ତରାପୁର ମା’ ଭୂଆଶୁଣି ପୀଠରେ ଅନୁଷ୍ଠିତ ହୋଇଥିଲା । 

ଏହି ବୈଠକରେ ଶ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପ୍ରଶାନ୍ତ ଚମ୍ପତ୍ତି, ମାନସ ଆଚାର୍ଯ୍ୟ, ସୂର୍ଯ୍ୟକାନ୍ତ ଜେନା ଯୋଗଦେଇ ବିଏଲଏ-୨ ମାନଙ୍କର ଦାୟିତ୍ୱ ଓ କାର୍ଯ୍ୟାଧାରା ସମ୍ପର୍କରେ ଆଲୋଚନା କରିଥିଲେ । 

ଆଗାମୀ ଦିନରେ ବିଏଲଏ-୨ ଦାୟିତ୍ୱ ନିର୍ବାହ କରୁଥିବା ନେତୃବୃନ୍ଦମାନେ ନିଜ କର୍ତ୍ତବ୍ୟକୁ ଉପଯୁକ୍ତ ଭାବରେ ନିର୍ବାହ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଉଦ୍‌ବୋଧନ ଦେଇ ହରିହର ମୁଦୁଲି କଂଗ୍ରେସ କାର୍ଯ୍ୟକ୍ରମ ବିଷୟରେ କହିଥିଲେ 

ଏହି ବୈଠକରେ ସୁବ୍ରତ ମହାପାତ୍ର, ଜୟକୃଷ୍ଣ ମଲ୍ଲିଆ, ଦିପକ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ବଶୁ ବରାଳ, ଛବି ପଟ୍ଟନାୟକ, ବିଜୟ ସର୍ମଥା, ମଣ୍ଟୁ ମଲ୍ଲିକ, କୁସୁମ ପ୍ରଧାନ, ଏମଡି ତାକୱିନ, କୁଞ୍ଜ ବିହାରି ସ୍ୱାଇଁ, ପ୍ରଭାତ ପ୍ରତାପ ସିଂ, ତିଳତମା ବିଶ୍ୱାଳ, ଅବଦୁଲ୍ କଲାମ ଆଜାଦ, ଦେବୀ ପ୍ରସାଦ ସ୍ୱାଇଁ, ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ୱାର୍ଡ ଓ ପଞ୍ଚାୟତର କଂଗ୍ରେସ ଶତାଧିକ କର୍ମୀ ଓ ନେତା ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ଯୋଗିନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।