ଜିଲ୍ଲାସ୍ତରୀୟ ୯୦ ଦିନିଆ ମଧ୍ୟସ୍ଥତା କାର୍ଯ୍ୟକ୍ରମ...
ଜିଲ୍ଲାସ୍ତରୀୟ ୯୦ ଦିନିଆ ମଧ୍ୟସ୍ଥତା କାର୍ଯ୍ୟକ୍ରମ...
ଜାତୀୟ ଆଇନ ସେବା ପ୍ରାଧିକରଣ, ମଧ୍ୟସ୍ଥତା ଓ ମିଳାମିଶା ପ୍ରକଳ୍ପ କମିଟି ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଦେଶବ୍ୟାପୀ ୯୦ ଦିନ ଧରି ମଧ୍ୟସ୍ଥତା କାର୍ଯ୍ୟକ୍ରମ ୨.୦ର ପୁନଃ ଆରମ୍ଭ ହୋଇଅଛି ।
ଏହା ଚଳିତ ମାସ ଜାନୁଆରୀ ୨ ତାରିଖରୁ ୯୦ ଦିନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ କୋର୍ଟ ତଥା ସମସ୍ତ ତାଲୁକ ସ୍ତରୀୟ କୋର୍ଟ ପରିସରରେ ଅନୁଷ୍ଠିତ ହେବ
ଉକ୍ତ ମଧ୍ୟସ୍ଥତା କାର୍ଯ୍ୟକ୍ରମ ମାଧ୍ୟମରେ କୋର୍ଟରେ ବିଚାରାଧୀନ ଥିବା ସମସ୍ତ ବୈବାହିକ ସମ୍ବନ୍ଧୀୟ ମାମଲା, ଘରୋଇ ହିଂସା, ପାରିବାରିକ ହିଂସା, ଗାଡ଼ିମୋଟର ଦୁର୍ଘଟଣାଜନିତ ମାମଲା, ଚେକ୍ ବାଉନ୍ସ, ଶ୍ରମ ଆଇନ୍ ଯୁକ୍ତ ବାଣିଜ୍ୟିକ ବିବାଦ ମାମଲା, ନିଯୁକ୍ତି କିମ୍ବା ଚାକିରି ସମ୍ବନ୍ଧୀୟ ମାମଲା, ସାଲିସ୍ଯୋଗ୍ୟ ଫୌଜଦାରୀ ମାମଲା, ଖାଉଟି ସୁରକ୍ଷା, ଶୁଳ୍କ ବିବାଦ ମାମଲା, ଋଣ ଅନାଦେୟ, ଜମିବାଡ଼ି ଭାଗବଣ୍ଟା ଓ ଉଚ୍ଛେଦ/ବେଦଖଲ ମାମଲା, ଜମି ଅଧିଗ୍ରହଣ ମାମଲା ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାରର ଦେୱାନି ମାମଲାଗୁଡ଼ିକ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯାଇପାରିବ, ଯାହା ଦ୍ୱାରା ଜନସାଧାରଣମାନେ ସମୟ ଏବଂ ଖର୍ଚ୍ଚ ଅପଚୟ ହେବାରୁ ରକ୍ଷା ପାଇପାରିବେ ।
ଦୀର୍ଘ ସମୟ ଧରି ଚାଲୁଥିବା ମାମଲାଗୁଡ଼ିକୁ ମଧ୍ୟସ୍ଥତା ମାଧ୍ୟମରେ ସହଜ ଦୃତ ସମ୍ମତିମୂଳକ ଭାବେ ସମାଧାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।
ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ନାଲସା ଆଇନଗତ ସହାୟତା ନମ୍ବର ୧୫୧୦୦ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।