ନାଲକୋର ନିର୍ଦ୍ଦେଶକ (ବାଣିଜ୍ୟିକ ଭାବେ ଶ୍ରୀ ଅନିଲ କୁମାର ସିଂହ ଙ୍କ ଦାୟିତ୍ଵ ଗ୍ରହଣ

Jan 9, 2026 - 11:13
 9
ନାଲକୋର ନିର୍ଦ୍ଦେଶକ (ବାଣିଜ୍ୟିକ ଭାବେ ଶ୍ରୀ ଅନିଲ କୁମାର ସିଂହ ଙ୍କ ଦାୟିତ୍ଵ ଗ୍ରହଣ

ନାଲକୋର ନିର୍ଦ୍ଦେଶକ (ବାଣିଜ୍ୟିକ ଭାବେ ଶ୍ରୀ ଅନିଲ କୁମାର ସିଂହ ଙ୍କ ଦାୟିତ୍ଵ ଗ୍ରହଣ

ଭୁବନେଶ୍ବର ତା୦୭।୦୧।୨୦୨୬ ରିଖ: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରନ୍

ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ର ନୂତନ ନିର୍ଦ୍ଦେଶକ(ବାଣିଜ୍ୟିକ) ଭାବେ ଶ୍ରୀ ଅନିଲ କୁମାର ସିଂହ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ସିଂହ ଖଣି ମନ୍ତ୍ରଣାଳୟ ଅଧୀନରେ ଥ‌ିବା ଅନ୍ୟ ଏକ ଲୋକ ଉଦ୍ୟୋଗ, ହିନ୍ଦୁସ୍ତାନ କପର ଲିମିଟେଡ(ଏଚସିଏଲ) ରେ ମହାପ୍ରବନ୍ଧକ(ସାମଗ୍ରୀ ଏବଂ ଚୁକ୍ତି)ଏବଂ ମହାପ୍ରବନ୍ଧକ(ମାନବ ‌ ସମ୍ବଳ) ଅତିରିକୁ ଦାୟିତ୍ଵ ଭାବରେ କାର୍ଯ୍ୟ କରୁଥିଲେ।

ଶ୍ରୀ ସିଂହଙ୍କର ଧାତୁ ଶିଳ୍ପର ବାଣିଜ୍ୟିକ ବିଭାଗରେ ୩୫ ବର୍ଷରୁ ଅଧୂକ ସମୟର ଅଭିଜ୍ଞତା ରହିଛି। ଶ୍ରୀ ଅନିଲ କୁମାର ସିଂହ ୧୯୯୦ ମସିହାରେ ବିଆଇଟି ସିନ୍ଦ୍ରିରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ସାମଗ୍ରୀ ପରିଚାଳନା କ୍ଷେତ୍ରରେ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବା ନିମନ୍ତେ ଜିଡିଏମଏମ ଡିଗ୍ରୀ ସହ, ଏମବିଏ(ସାମଗ୍ରୀ ପରିଚାଳନା) ତଥା ପିଜିଡିସିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ସେ ବିଶାଖାପାଟଣାର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆରଆଇଏନଏଲ)ରେ ସାମଗ୍ରୀ ପରିଚାଳନା ବିଭାଗରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।

ଶ୍ରୀ ସିଂହଙ୍କ ରଣନୈତିକ ଦୃଷ୍ଟିକୋଣ ଏବଂ ଶିଳ୍ପ ବିଶେଷଜ୍ଞତା ହିନ୍ଦୁସ୍ତାନ କପର ଲିମିଟେଡର ମହତ୍ବାକାଂକ୍ଷୀ ସମ୍ପ୍ରସାରଣ ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏଚସିଏଲରେ, ଶ୍ରୀ ସିଂହ କମ୍ପାନୀର ଉତ୍ପାଦ ମାର୍କେଟିଂ, ନୀତି ପ୍ରସ୍ତୁତି, ପ୍ରମୁଖ ସାମଗ୍ରୀ, ସେବା ଏବଂ କାର୍ଯ୍ୟ ଚୁକ୍ତିନାମା ରଣନୀତି ଏବଂ ପରିଚାଳନା, ଷ୍ଟୋରେଜ୍ ପରିଚାଳନା ଏବଂ କମ୍ପାନୀର ଉତ୍ପାଦର ଗୁଣବତ୍ତା ନିୟନ୍ତ୍ରଣ, ଯଥା କପର କନସେସ୍ଟ୍ରେଟ୍ ପାଇଁ କାର୍ଯ୍ୟ କରିଛନ୍ତି।

ଶ୍ରୀ ସିଂହଙ୍କ ଆରଆଇଏନଏଲ ଏବଂ ଏଚସିଏଲରେ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି ସାମଗ୍ରୀ ପରିଚାଳନା ଏବଂ ମାର୍କେଟିଂରେ ଅଭିଜ୍ଞତା ହାସଲ କରିଛନ୍ତି। ଏହି ଦୁଇ ଉଦ୍ୟୋଗରେ ତାଙ୍କର ସେବା ସମୟରେ, ସେ ଫ୍ରଣ୍ଟଲାଇନ୍ ଅପରେସନ୍ ଏବଂ ନେତୃତ୍ବ ଦିଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ତାଙ୍କର ବ୍ୟାପକ ବିଶେଷଜ୍ଞତା ସାମଗ୍ରୀ ପରିଚାଳନା, ଖଣି ନିମନ୍ତେ ଏମଡିଓ ଚୁକ୍ତିନାମା ଚୂଡ଼ାନ୍ତି କରିବା, ସଂଗଠନଗୁଡ଼ିକର କର୍ପୋରେଟ୍ କାର୍ଯ୍ୟାଳୟରେ ମାର୍କେଟିଂ ଏବଂ ଚୁକ୍ତିନାମା କାର୍ଯ୍ୟଗୁଡ଼ିକ ଅନୁର୍ଭୁକ୍ତ। ସେ ଜେମ ମାଧ୍ୟମରେ ସର୍ବାଧୂକ ସାମଗ୍ରୀ କ୍ରୟ ଏବଂ ଏମଏସଏମଇ ଲକ୍ଷ୍ୟ ପୂରଣ କରିବା ଏବଂ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ନୀତି ପ୍ରସ୍ତୁତ କରିବା ନିୟୋଜିତ ଥିଲେ।

ଦାୟିତ୍ଵ ଗ୍ରହଣ ପରେ ଶ୍ରୀ ସିଂହଙ୍କୁ ଅଭିନନ୍ଦନ ଜଣାଇ, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଥିଲେ ଯେ ଶ୍ରୀ ସିଂହଙ୍କ ଯୋଗଦାନ ନାଲକୋ ବୋର୍ଡକୁ ମଜବୁତ କରିବା ସହ ତାଙ୍କର ଅଭିଜ୍ଞତା କମ୍ପାନୀର ବାଣିଜ୍ୟିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବ।