ଟି୨୦ ବିଶ୍ବକପ୍ ଇତିହାସର ଦ୍ବିତୀୟ ସର୍ବାଧୂକ ସ୍କୋର କରିବାର ରେକର୍ଡ କରିଛି ।
ହାର୍ଦ୍ଦିକ ପାଣ୍ୟା ୫୦ ରନ୍ ଏବଂ ତିଳକ ବର୍ମା ୪୪ ରନ୍ର ଏକ ତୁଫାନୀ ଇନିଂସ ଖେଳିଥିଲେ । ଏହା ସହିତ ଭାରତ ୨୦୨୬ ଟି୨୦ ବିଶ୍ବକର ସବୁଠାରୁ ବଡ଼ ଏବଂ ଟି୨୦ ବିଶ୍ବକପ୍ ଇତିହାସର ଦ୍ବିତୀୟ ସର୍ବାଧୂକ ସ୍କୋର କରିବାର ରେକର୍ଡ କରିଛି ।
ଜିମ୍ବାୱେ ବିପକ୍ଷରେ ଏହି ବିଜୟ ପରେ ଭାରତ ସିଧାସଳଖ ସେମିଫାଇନାଲରେ ପହଞ୍ଚି ନାହିଁ, କିନ୍ତୁ ସେମିଫାଇନାଲ ରାସ୍ତା ଏବେ ବହୁତ ସହଜ ହୋଇଯାଇଛି । ଜିମ୍ବାୱେ ଯେତେବେଳେ ୨୫୭ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରୁଥିଲା, ସେତେବେଳେ ବ୍ରାୟନ୍ ବେନେଟ୍ ଏକାକୀ ଲଢ଼େଇ କରି ୯୭ ରନ୍ର (ପୂର୍ବରୁ ଶତକ ଭାବେ ଉଲ୍ଲେଖ ଥ୍ଲା) ଏକ ଦୃଢ଼ ଇନିଂସ ଖେଳିଥିଲେ । ବେନେଟ୍ ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ରହି ତାଙ୍କ ପାଳିରେ ୮ଟି ଚୌକା ଏବଂ ୬ଟି ଛକା ମାରିଥିଲେ ।
ଏହି ପରାଜୟ ପରେ ଜିମ୍ବାୱେ ଏବେ ବିଶ୍ବକପ୍ ଦୌଡ଼ରୁ ବାହାରି ଯାଇଛି । ଭାରତ ପକ୍ଷରୁ ବୋଲିଂରେ ଅର୍ଶଦୀପ ସିଂହ ସର୍ବାଧୂକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ
ବରୁଣ ଚକ୍ରବର୍ତ୍ତୀ, ଶିବମ ଦୁବେ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଏହି ବିଜୟ ଭାରତୀୟ ପ୍ରଶଂସକଙ୍କ ମନରେ ସେମିଫାଇନାଲକୁ ନେଇ ନୂଆ ଆଶା ସଞ୍ଚାର କରିଛି ।