ଝିଅମାନଙ୍କ ମଧ୍ଯରେ “ଖେଳିବା ଓ ବଢିବା’” ବନ୍ଧୁତ୍ତ୍ୱମୂଳକ ଫୁଟବଲ୍ ପ୍ରତିଯୋଗୀତା ଆଯୋଜିତ

Feb 28, 2026 - 15:15
 14
ଝିଅମାନଙ୍କ ମଧ୍ଯରେ “ଖେଳିବା ଓ ବଢିବା’” ବନ୍ଧୁତ୍ତ୍ୱମୂଳକ ଫୁଟବଲ୍ ପ୍ରତିଯୋଗୀତା ଆଯୋଜିତ

ଝିଅମାନଙ୍କ ମଧ୍ଯରେ “ଖେଳିବା ଓ ବଢିବା’” ବନ୍ଧୁତ୍ତ୍ୱମୂଳକ ଫୁଟବଲ୍ ପ୍ରତିଯୋଗୀତା ଆଯୋଜିତ

ବାଲିଅନ୍ତା ୨୮/୦୨: ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ବାରା ଆଡପସନସେଣ୍ଟ୍ରମର ସହଯୋଗରେ ବାଲିଅନ୍ତା ବ୍ଲକ ସ୍ଥିତ ବେଣୁପୁର ମିନି ଷ୍ଟାଡିଅମ ପଡିଆରେ ୬ଟି ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ “ଖେଳିବା ଓ ବଢିବା” ବନ୍ଧୁତ୍ତ୍ୱମୂଳକ ଫୁଟବଲ୍ ପ୍ରତିଯୋଗୀତା ଆଯୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବାଲିଅନ୍ତା ବ୍ଲକ ବ୍ଲକର ବେଣୁପୁର ପଞ୍ଚାୟତର ପି ଏମ ଶ୍ରୀ ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ବିଦ୍ୟାପୀଠ, ବାଲିଅନ୍ତା ପଞ୍ଚାୟତର ବାଲିଅନ୍ତା ଉଚ୍ଚ ବିଦ୍ୟାଳୟ, ଜଗ ଜଗନ୍ନାଥପୂର ପଞ୍ଚାୟତର ଜୟରଶାସନ ଜୟରଶାସନ ଗ୍ରାମ ପଞ୍ଚବଟୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଇ ବଇଞ୍ଚୁଆ ପଞ୍ଚାୟତର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପୁରୋହିତପୁର ପଞ୍ଚାଯ ଞ୍ଚାୟତର ପାଣିକଟା ଗ୍ରାମର ଝିଇଣ୍ଟିଶାସନ ପଞ୍ଚାୟତ ଉଚ୍ଚ ବିଦ ବିଦ୍ୟାଳୟ ଓ ବୋଲଗଡ ବ୍ଲକର ହରିପୁର ଗ୍ରାମର ହରିପୁର ଉଚ୍ଚ ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ ।

ଛାତ୍ରୀମାନଙ୍କ ମାନଙ୍କ ମଧ୍ୟରେ “ଖେଳିବା ଓ ବଢିବା" ବନ୍ଧୁତ ନ୍ଧୁତ୍ଵମୂଳକ ଫୁଟବଲ ଖେଳ ମାଧ୍ୟମରେ ବିଦ୍ୟାଳୟ ମଧ୍ୟରେ ଳିଙ୍ଗସମାନତାକୁ ପ୍ରୋତ୍ସାହିତ କରିବା ସହିତ ଶାରୀରିକ ଏବଂ ମାନସିକ ସୁସ୍ଥତା ତଥା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଓ ନେତୃତ୍ବର ବିକାଶ ପାଇଁ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରଯାଇଥିଲା । ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇ କହିଲେ ପାଠ ପଢିବା ସହିତ ଝିଅ ମାନେ ଖେଳ ଖେଳିବା ମଧ୍ଯ ଆବଶ୍ୟକ, ଏହା ସେମାନଙ୍କ ଶରୀର ଓ ମନକୁ ସୁସ୍ଥ ରଖିବା ସହିତ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରି ଆଗକୁ ବଢିବାରେ ସାହାଯ୍ୟ କରିବ । ଏହି କାର୍ଯ୍ୟକ୍ରମର ଅତିଥ୍ ରୂପେ ଯୋଗଦେଇ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭକ୍ତ ବତ୍ସଲ ମହାପାତ୍ର, ବେଣୁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜିତେନ୍ଦ୍ର ମହାନ୍ତି ଓ ଓଡ଼ିଶା ମାଧ୍ଯମିକ ବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟ ଅତିଥ୍‌ ମାନଙ୍କ ମଧ୍ୟରେ ପି ଏମ ଶ୍ରୀ ଆଚାର୍ଯ୍ୟ ହରିହର ଉଚ୍ଚ ବିଦ୍ୟାଳୟ ବେଣୁପୁରର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଣେଶ କରନ, ସରକାରୀ ଉଚ୍ଚ ବିଦ୍ୟାଳୟ ବାଲିଅନ୍ତାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧ୍ରୁବ ଚରଣ ତ୍ରିପାଠୀ, ବେଣୁପୁରର ସରପଞ୍ଚ ହୃଷୀକେଶ ପାତ୍ର, ବାଲିଅନ୍ତାର ସରପଞ୍ଚ ଶ୍ରୀଯୁକ୍ତ କୃଷ୍ଣ କେଶବ ଆପଟ, ପି ଏମ ଶ୍ରୀ ଆଚାର୍ଯ୍ୟ ହରିହର ଉଚ୍ଚ ବିଦ୍ୟାଳୟ ବେଣୁପୁରର ସହକାରୀ ପ୍ରଧାନ ଶିକ୍ଷକ ଜମ୍ବେଶ୍ବର ରଥ, ଅବସରପ୍ରାପ୍ତ ଖେଳ ଶିକ୍ଷକ ପ୍ରମୋଦ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ପିନ ପିଲାମାନଙ୍କୁ ଉତ୍ସାହିତ କରିଥିଲେ I କରିଥିଲେ । ପିକକ୍ ର କୋଷାଧକ୍ଷା ରତ୍ନା ଦାସ ମଧ୍ଯ ଏଠାରେ ଉପସ୍ଥିତ ଥିଲେ ।

ଏହି ଅବସର ରେ ପାର୍ଶ୍ବକାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନଙ୍କୁ ଲିଙ୍ଗ ସମାନତା ଓ ନେତୃତ୍ବର ବିକାଶ ସମ୍ବନ୍ଧିୟ ତାଲିମ ମଧ୍ଯ ପ୍ରଦାନ ରଯାଇଥିଲା । ଭାରତୀୟ ଶିଶୁ କଲ୍ୟାଣ ପରିଷଦର ସାଧାରଣ ସମ୍ପା ମ୍ପାଦକ ମଧୁମିତା ଦାସ ଓ ସ୍ରେ ବ୍ରେକଥ୍ରୋର ସିନିଅର ମ୍ୟାନେଜର ପ୍ରଜ୍ଞା ପରମିତା ବସ୍ତିଆ ପ୍ରମୁଖ ଯୋଗଦେଇ ପିଲା ପିଲା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୮୦ରୁ ଉଦ୍ଧ ଛାତ୍ରୀ ଭାଗନେଇ ଥିଲେ । ଏହି ତିଯୋଗିତାର ରେଫରି ଭାବରେ ରେ ଭଞ୍ଜ କିଶେ ନାୟକ ଖେଳର ପରିଚାଳନା କରିଥିଲେ, ଲାଇନମ୍ୟାନ ବିଶ୍ବ ଭୂଷଣ ବେହେରା, ଚୌଧୁରୀ ଶ୍ଵେତଳିନା ଦ ଦାସ, ଆଲୋକ ଚନ୍ଦ୍ର ବେହେରା, ଦିଲ୍ଲୀପ କୁମାର ମହାନ୍ତି, ପ୍ରଦୀପ ଚନ୍ଦ୍ର ମଙ୍ଗରାଜ ଓ ଭାଷ୍ୟକାର ଅନିଲ କୁମାର ବେହେରା ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ପିକକ୍ ର ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି, ଡଃ ସୁମିତ୍ରା ମହାନ୍ତି, ପୂଜା ପଣ୍ଡା, ରଶ୍ମି ରେଖା ସାହୁ, ବିଷ୍ଣୁପ୍ରିୟା ମହାପାତ୍ର, ବାମଦେବ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।