ଟୋଲ ଗେଟ କର୍ମଚାରୀମାନେ ସେମାନଙ୍କ ଦାବୀ ପୂରଣ ପାଇଁ ଅଭିନଵ ଉପାୟ ଆଦରିଲେ.
ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଫତେହାବାଦ ଟୋଲ୍ ପ୍ଲାଜାରେ କର୍ମଚାରୀମାନେ ଏକ ଅନନ୍ୟ କାରନାମା ପ୍ରଦର୍ଶନ କରିଛନ୍ତି।
ଟୋଲ୍ ଆଦାୟ ସଂସ୍ଥା ସେମାନଙ୍କୁ ଦୀପାବଳି ବୋନସ୍ ଦେବାକୁ ମନା କରିବାରୁ କ୍ରୋଧିତ ହୋଇ ସେମାନେ ଟୋଲ୍ ଗେଟ୍ ଖୋଲି ଦେଇଥିଲେ।
କର୍ମଚାରୀମାନେ ଦୁଇରୁ ତିନି ଘଣ୍ଟା ଧରି ଧାରଣାରେ ବସି ପ୍ରତିବାଦ କରିଥିଲେ।
ଏହି ସମୟ ମଧ୍ୟରେ ପ୍ରାୟ 5,000 ଯାନ ଟୋଲ୍ ନ ଦେଇ ପଳାଇ ଯାଇଥିଲେ, ଫଳରେ ବହୁତ କ୍ଷତି ହୋଇଥିଲା।
ବହୁତ ବୁଝାସୁଝା ପରେ, କର୍ମଚାରୀମାନେ ଟୋଲ୍ ବାରିୟର ସ୍ଥାପନ କରିଥିଲେ।
ଏହା ପରେ, ଅଧିକାରୀମାନେ କର୍ମଚାରୀମାନଙ୍କୁ 10% ଦରମା ବୃଦ୍ଧି ପାଇଁ ଆଶ୍ୱାସନା ଦେଇଥିଲେ।