‘ନାରୀ ଶକ୍ତି ବନ୍ଦନ ସନ୍ମେଳନ'କୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
‘ନାରୀ ଶକ୍ତି ବନ୍ଦନ ସନ୍ମେଳନ'କୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଭାରତର ନାରୀ ଶକ୍ତି ଅପାର ଯୋଗଦାନ ଦେଇଛି: ପ୍ରଧାନମନ୍ତ୍ରୀ
ଆମ ଦେଶରେ, ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକ ମହିଳା ନେତୃତ୍ବର
ଉଲ୍ଲେଖନୀୟ ଉଦାହରଣ: ପ୍ରଧାନମନ୍ତ୍ରୀ
ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ମହିଳାମାନଙ୍କୁ ସମର୍ଥନ କରୁଛନ୍ତି ସରକାର : ପ୍ରଧାନମନ୍ତ୍ରୀ
ଆଜି, ମହିଳାମାନେ ପୁରୁଷ-ପ୍ରଧାନ ବୋଲି ବିବେଚିତ କ୍ଷେତ୍ରଗୁଡ଼ିକରେ ମଧ୍ୟ ଉତ୍କର୍ଷ ହାସଲ କରୁଛନ୍ତି: ପ୍ରଧାନମନ୍ତ୍ରୀ
ଭାରତର ନାରୀ ଶକ୍ତି ସେମାନଙ୍କର କଠିନ ପରିଶ୍ରମ, ସାହସ ଏବଂ ଆତ୍ମବିଶ୍ବାସ ବଳରେ ନୂତନ ଶିଖରରେ ପହଞ୍ଚିଛି; ଏବେ, ସୁଯୋଗ ବିସ୍ତାର କରି ସେମାନଙ୍କୁ ଆହୁରି ସଶକୁ କରିବା ପାଇଁ ଆମକୁ ଏକାଠି ହେବାକୁ ପଡିବ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଦନ ସମ୍ମିଳନରେ ଉଦବୋଧନ ଦେଇଛନ୍ତି। ବୈଶାଖୀର ପବିତ୍ର ଅବସର ଏବଂ ଦେଶର ବିଭିନ୍ନ ସ୍ଥାନରେ ନବବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ସହିଦମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ଦୃଢ଼ତାର ସହ କହିଛନ୍ତି, “ଭାରତ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ନିଷ୍ପତ୍ତ ମଧ୍ୟରୁ ଗୋଟିଏ ନେବାକୁ ଯାଉଛି, ଏହା ନାରୀ ଶକ୍ତି ପାଇଁ ଉତ୍ସର୍ଗୀକୃତ ।”
ଏହି ମୁହୂର୍ତ୍ତକୁ ଐତିହାସିକ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସଂସଦ ଏକ ନୂତନ ଇତିହାସ ସୃଷ୍ଟି କରିବାର ନିକଟତର ହୋଇଛି । ଏହା ଅତୀତର ସ୍ବପ୍ନ ଏବଂ ଭବିଷ୍ୟତର ସଂକଳ୍ପକୁ ପୂରଣ କରିବ। ସାମାଜିକ ନ୍ୟାୟ ଉପରେ ଗୁରୁତ୍ବାରୋପ କରି ସେ କହିଛନ୍ତି, ଦେଶ ଏପରି ଏକ ସମାନତାବାଦୀ ଭାରତର ପରିକଳ୍ପନା କରିଛି ଯେଉଁଠାରେ ସାମାଜିକ ।ଜିକ ନ୍ୟାୟ
କେବଳ ଏକ ସ୍ଲୋଗାନ ନୁହେଁ ବରଂ କାର୍ଯ୍ୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ ହେବ। ରାଜ୍ୟ ବିଧାନସଭାଠାରୁ ଆରମ୍ଭ କରି ଦେଶର ସଂସଦ ପର୍ଯ୍ୟନ୍ତ ଅନେକ ଦଶନ୍ଧି ଧରି ରହିଥିବା ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
୨୦୨୩ରେ ନୂତନ ସଂସଦ ଭବନରେ ନାରୀ ଶକ୍ତି ବନ୍ଦନ ଆଇନ ଗୃହୀତ ହେବା ଘଟଣାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହାକୁ ସର୍ବସମ୍ମତିକ୍ରମେ ଗୃହୀତ କରାଯାଇଥିଲା । ସବୁ ଦଳ ଏହାକୁ ଯେକୌଣସି ପରିସ୍ଥିତିରେ ୨୦୨୯ ସୁଦ୍ଧା କାର୍ଯ୍ୟକାରୀ କରିବା ଉଚିତ ବୋଲି ସହମତ ହୋଇଥିଲେ। ନାରୀ ଶକ୍ତି ବନ୍ଦନ ଆଇନକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ଯାହା ଦ୍ବାରା ମହିଳାମାନଙ୍କର ଅଂଶଗ୍ରହଣ ଆମର ଗଣତନ୍ତ୍ରକୁ ସୁଦୃଢ଼ କରିପାରିବ, ଏଥିପାଇଁ ସଂସଦର ବଜେଟ ଅଧୂବେଶନର ଏକ ସ୍ବତନ୍ତ୍ର ଅଧୂବେଶନ ଏପ୍ରିଲ ୧୬ ରୁ ଆରମ୍ଭହେବ। ଆମର ପ୍ରୟାସ ଏବଂ ପ୍ରାଥମିକତା ହେଉଛି ଏହି କାର୍ଯ୍ୟକୁ ଆଲୋଚନା, ସହଯୋଗ ଏବ ଅଂଶଗ୍ରହଣ ମାଧ୍ୟମରେ ସମ୍ପାଦିତ କରିବା ଯାହା ସଂସଦର ମର୍ଯ୍ୟାଦା ବୃଦ୍ଧି କରିବ ରିବ ବୋଲି ଶ୍ରୀ ମୋଦୀ କହିଥିଲେ।
ମହିଳାଙ୍କ ସୁରକ୍ଷା, ଏକ ପ୍ରମୁଖ ସାମାଜିକ ଆହ୍ବାନ ବୋଲି ସ୍ବୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ, ସରକାର ଏହି ଦିଗରେ ଦୃଢ଼ ପଦକ୍ଷେପ ନେଇଛନ୍ତି। ନ୍ୟାୟ ବ୍ୟବସ୍ଥାକୁ ଅଧୂକ ସମ୍ବେଦନଶୀଳ କରିବା ଏବଂ ନିଷ୍ପତ୍ତି ଗ୍ରହଣକୁ ତ୍ବରାନ୍ବିତ କରିବା ପାଇଁ ଆଇନଗତ ସଂସ୍କାର ଅଣାଯାଇଛି । ଦେଶରେ ସ୍ବତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯାଇଛି । ଭାରତୀୟ ନ୍ୟାୟ ସଂହିତା ମହିଳା ସୁରକ୍ଷାକୁ ପ୍ରାଥମିକତା ଦିଏ। ଏହା ଯେକୌଣସି ସ୍ଥାନରୁ ଇ-ଏଫଆଇଆର କିମ୍ବା ଶୂନ୍ୟ-ଏଫଆଇଆରକୁ ଅନୁମତି ଦେଇ ଏଫଆଇଆର ଦାଖଲ ପ୍ରକ୍ରିୟାକୁ ସରଳ କରିଥାଏ ଏବଂ ଅଡିଓ-ଭିଡିଓ ମାଧ୍ୟମରେ ପୀଡିତାଙ୍କ ବୟାନ ରେକର୍ଡ କରିବାର ବ୍ୟବସ୍ଥା କରିଥାଏ ବୋଲି ଶ୍ରୀ ମୋଦୀ ସୃଷ୍ଟ ଭାବରେ କହିଥିଲେ।
ଦେଶ ମହିଳାମାନଙ୍କ ଆଶାଆକାଂକ୍ଷାକୁ ହୃଦୟଙ୍ଗମ କରିବା ସହ ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରତ୍ୟେକ ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ଦେଶର ପ୍ରତିଟି ମା, ଭଉଣୀ ଓ ଝିଅଙ୍କୁ ପ୍ରଧାନମନ୍ତ୍ରୀ ଆଶ୍ବମ୍ଭ କରିଥିଲେ। ଦେଶର ନାରୀ ଶକ୍ତି କଠିନ ପରିଶ୍ରମ, ସାହସ ଏବଂ ଆତ୍ମବିଶ୍ବାସ ମାଧ୍ଯମରେ ନୂତନ ଶିଖର ଛୁଇଁଛି। ଆମେ ମିଳିତ ଭାବେ ଏହି ନୂତନ ଊର୍ଜାକୁ ଶକ୍ତି ଦେବା ଉଚିତ୍ ଏବଂ ମହିଳାଙ୍କ ପାଇଁ ସୁଯୋଗ ବିସ୍ତାର କରିବା ଆବଶ୍ୟକ ବୋଲି ଶ୍ରୀ ମୋଦୀ କହିଥିଲେ।
ଏକ ବିଶେଷ ନିବେଦନ କରି ପ୍ରଧାନମନ୍ତ୍ରୀ ମହିଳାମାନଙ୍କୁ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ଆଲୋଚନାକୁ ବ୍ୟକ୍ତିଗତ ବୈଠକ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ଦେଶର ପ୍ରତ୍ୟେକ ଗାଁକୁ ନେବା ଲାଗି ଅନୁରୋଧ କରିଥିଲେ। ଦେଶକୁ ଏହି ପ୍ରମୁଖ ନିଷ୍ପତ୍ତ ବିଷୟରେ ପ୍ରତ୍ୟେକ ମହିଳାଙ୍କୁ ସଚେତନ କରିବା ଆବଶ୍ୟକ ଯାହା ଦ୍ବାରା ସେମାନେ ଏହାର ଶକ୍ତିକୁ ବୁଝିପାରିବେ, ସେମାନଙ୍କର ଭୂମିକା ବୁଝିପାରିବେ ଓ ଖୋଲାଖୋଲି ସ୍ବପ୍ନ ଦେଖୂପାରିବେ । ଏଥିସହିତ ଆଗାମୀ ଦିନରେ ସେମାନେ ରାଜ୍ୟରୁ ଦେଶର ସଂସଦ ପର୍ଯ୍ୟନ୍ତ ସେମାନଙ୍କର ଉପସ୍ଥିତି ଜାହିର୍ କରିପାରିବେ । '‘ନାରୀ ଶକ୍ତିକୁ ନ୍ୟାର୍ଯ୍ୟ ଅଧୂକାର ପ୍ରଦାନ କରିବା ଏବଂ ନିଷ୍ପତ୍ତ ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କୁ ସମ୍ପୂର୍ଣ୍ଣ ଅଂଶଗ୍ରହଣର ସୁଯୋଗ ଦେବା ପାଇଁ ଆସନ୍ତୁ ଆମେ ସଂକଳ୍ପ ନେବା। ଏହା ହିଁ ହେବ ଆମ ଉଜ୍ଜ୍ଵଳ ଭବିଷ୍ୟତର ସବୁଠୁ ବଡ଼ ଗ୍ୟାରେଣ୍ଟି,” ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।